November 24, 2024
Share

➡️୧-ପ୍ରଥମ ବିଦେଶୀ ସରକାର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ l ଭୁଟାନର ରାଜା ଜିଗମେ ଖେସର ନାମଗାଲ ୱାଙ୍ଗଚକ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଅର୍ଡର ଅଫ୍ ଦି ଡ୍ରକ୍ ଗୟାଲପୋ’ ସମ୍ମାନରେ କଲେ ସମ୍ମାନିତ l

➡️୨-ନିୟମ ବିରୁଦ୍ଧରେ କାର୍ଯ୍ୟ କରିବା ଏବଂ ଖରାପ ଆଚରଣ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ୨୦ ଟି ବିଦ୍ୟାଳୟର ମାନ୍ୟତା ବାତିଲ କଲା CBSE l

➡️୩-ଶ୍ରୀଲିଙ୍ଗରାଜଙ୍କ ଅନୁକୂଳ ହେଲା ରୁକୁଣାରଥ କାମ, ଏପ୍ରିଲ୍‌ ୧୬ ତାରିଖ ପବିତ୍ର ଅଶୋକାଷ୍ଟମୀରେ ସାଢ଼େ ୩ଟାରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ।

➡️୪-୨୩ ମାର୍ଚ୍ଚ ୨୦୨୪ ଅର୍ଥାତ୍‌ ଆଜି ରାତି ୮:୩୦ରୁ ୯:୩୦ ମଧ୍ୟରେ ଆର୍ଥ ଆଓ୍ବାର ପାଳନ କରାଯିବ। ଏହା ଏକ ବିଶ୍ୱସ୍ତରୀୟ ଅଭିଯାନ। ଏଥିରେ ଲୋକମାନେ ଏକ ଘଣ୍ଟା ପାଇଁ ଲାଇଟ୍‌ ବନ୍ଦ କରି ଶକ୍ତି ସଞ୍ଚୟ କରିବାକୁ ପ୍ରତିଶ୍ରୁତି ନିଅନ୍ତି।

➡️୫-ନନ୍ଦନକାନନ ପୁଣି ମା’ ହେବ ସିଂହୀ ରେବା,ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୭ ବର୍ଷିୟା ଏସୀୟ ସିଂହୀ ରେବା ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଛି।

➡️୬-MSPରୁ ତଳକୁ ଖସିଲା ସୋରିଷ ଦର, ସରକାରଙ୍କ ହସ୍ତକ୍ଷେପ ନିବେଦନ କଲେ ASEA l ଏପରି ପରିସ୍ଥିତି ଉପୁଜିଲେ ଉଦ୍ୟୋଗକୁ ବିଦେଶ ଆମଦାନୀ ଉପରେ ଭରସା କରିବାକୁ ପଡିପାରେ l

➡️୭-ଓଡ଼ିଶା ହାଇକୋର୍ଟ ଜୁନିୟର ଗ୍ରେଡ ଟାଇପିଷ୍ଟ/ DEO ପ୍ରିଲିମିନାରୀ ରେଜଲ୍ଟ ହେଲା ଘୋଷଣା, ଏପ୍ରିଲ ୭ରେ ହେବ ଲାଙ୍ଗୁଏଜ୍ ଟେଷ୍ଟ l

➡️୮-ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ ପ୍ରଯୋଜିତ ଓ ଜାଗ୍ରନ ଚଳଚ୍ଚିତ୍ର ମହୋତ୍ସବ ପ୍ରଦର୍ଶିତ ଯାଯାବର ୨.୦ ସାରା ଓଡ଼ିଶାର ୨୦ଟି ପ୍ରେକ୍ଷାଳୟରେ କଲା ମୁକ୍ତିଲାଭ l ଗୋଟିଏ ରାତିର କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି l

➡️୯-ଏଣିକି HIV ସୃଷ୍ଟି କରୁଥିବା ଭାଇରସର ହେବ ଵଂଶ ବିନାଶ, ରିସର୍ଚ୍ଚ ରୁ ହେଲା ଖୁଲାସା l ଏମ୍ସସ୍ଟର୍ରଡ଼ମ ବିଶ୍ୱବିଦ୍ୟାଳୟ ମେଡିକାଲ ସେଣ୍ଟର ର ଗବେଷଣା ର ଦାବି ଅନୁସାରେ ତାଙ୍କ ପ୍ରୟୋଗ ଶାଳା ଜରିଆରେ ସଂକ୍ରମିତ କୋଶିକା ଗୁଡିକ ଦ୍ୱାରା HIV ଭାଇରସ କୁ ନଷ୍ଟ କରିଦିଆ ଯାଇଛି l

➡️୧୦-ବିଧାୟକ ସୁର ରାଉତରାୟଙ୍କ ରାଜନୈତିକ ଜୀବନରେ ପୁରିଲା ୫୦ବର୍ଷ ପୂର୍ତ୍ତି, ସମ୍ବର୍ଦ୍ଧନା ଜଣାଇଲେ ଜଟଣୀବାସୀ l

➡️୧୧-ଆମ୍‌ ଆଦମୀ ପାର୍ଟି (ଆପ୍‌) ଚଳିତ ବର୍ଷ ହୋଲି ପାଳନ କରିବ ନାହିଁ l ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ l

➡️୧୨-କଂଗ୍ରେସକୁ ଲାଗିଲା ଝଟ୍‌କା: ବେଗୁସରାଇରୁ ନିର୍ବାଚନ ଲଢ଼ିବେ ନାହିଁ କହ୍ନେୟା କୁମାର l

➡️୧୩-ବିଜେଡିର ମେଣ୍ଟ ନିବେଦନକୁ କେନ୍ଦ୍ରୀୟ ବିଜେପି କଲା ପ୍ରତ୍ୟଖ୍ୟାନ l ମେଣ୍ଟ ଚର୍ଚ୍ଚାରେ ଲାଗିଲା ବିରାମ , ଆଜିଠୁ ସରଗରମ ହେବ ନିର୍ବାଚନୀ ମୈଦାନ । ସେପଟେ ସବୁ ଆସନରୁ ଲଡିବାକୁ ବିଜେଡି କଲା ଦାବି ।

➡️୧୪-ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଲାଗିଲା ବଡ଼ ଝଟକା, ୬ ଦିନିଆ ଇଡି ରିମାଣ୍ଡରେ ପଠାଇଲେ କୋର୍ଟ l ମାର୍ଚ୍ଚ ୨୮ରେ ପୁଣି ଥରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ ।

➡️୧୫-କ୍ରିୟୁ ସୁରକ୍ଷା ଗାଇଡଲାଇନ୍‌ ଉଲ୍ଲଂଘନକୁ ନେଇ DGCAର ଆକ୍ସନ, ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା କଲା ଫାଇନ୍‌ l

➡️୧୬-ଇଜିପ୍ଟରୁ ମିଳିଲା ୫୦୦୦ ବର୍ଷ ତଳ ପୁରୁଣା ମଦ ହାଣ୍ଡି, ରହିଥିଲା ଇଜିପ୍ଟର ପ୍ରଥମ ରାଣୀ ମିର-ନିଥ୍‌ଙ୍କ କବର ତଳେ l

➡️୧୭-ଋଷର ରାଜଧାନୀ ମସ୍କୋର ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ । ୬୦ ମୃତ. ୧୪୦ରୁ ଅଧିକ ଆହତ ସୂଚନା ।

➡️୧୮-ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା IPL ୨୦୨୪ l ଉଦଘାଟନୀ ସମାରୋହ ଆରମ୍ଭରେ ଅଭିନେତା ଅକ୍ଷର କୁମାର, ଟାଇଗର ଶ୍ରଫ୍ ଦେଖାଇଲେ ନିଜ ଜଲୱା l

➡️୧୯-ଆଇପିଏଲ୍ ୨୦୨୪: ବିଜୟରୁ ସିଏସ୍‌କେର ଅଭିଯାନ; ଆର୍‌ସିବି ୬ ୱିକେଟ୍‌ରେ ପରାଜିତ l

➡️୨୦-ଇତିହାସ ରଚିଲେ ବିରାଟ: ପ୍ରଥମ ଭାରତୀୟ ଭାବେ ଟି-୨୦ରେ ପୂରଣ କଲେ ୧୨ ହଜାର ରନ୍ l