March 13, 2026

ବୋଲଗଡକୁ ମରୁଡି ଘୋଷଣା ନକଲେ ଭୋଟ ବର୍ଜନ କରିବା ନିଷ୍ପତ୍ତି ସହ ଦାବିପତ୍ର ଦେଲେ ଚାଷୀ….

p89
Share

 

ବୋଲଗଡ଼,(ଉପାନ୍ତ ଖବର):ବୋଲଗଡ଼ କୁ ମରୁଡ଼ି ଘୋଷଣା ନକରିବାରୁ ଚାଷୀ ମାନେ ଭୋଟ ବର୍ଜ୍ଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବୋଲଗଡ଼ ର ଚାଷୀ ମାନେ ବୋଲଗଡ଼ କୁ ମରୁଡ଼ି ଘୋଷଣା,ଅଚଳ ବୋରୱେଲ ଗୁଡିକ ସଚଳ କରିବା, ଅଚଳ ବୋରୱେଲକୁ ବିଦ୍ୟୁତ ସଂଯୋଗ କରିବା ସହିତ ବିଦ୍ୟୁତ ଦେୟ ମୁକ୍ତ କରିବା,ଚାଷୀ ଜମି କୁ ଜଳ ସେଚନ ର ବ୍ୟବସ୍ଥା,ପ୍ରଧାନମନ୍ତ୍ରୀ ଙ୍କ ଫସଲ ବୀମା ରେ ଅନିୟମିତତା ଆଦି ବାରମ୍ବାର କୃଷି ଅଧିକାରୀ, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ, ୫ଟି ଅଧକ୍ଷ, ଓ ମୂଖ୍ୟମନ୍ତ୍ରୀ ଙ୍କୁ ଅନେକ ଦାବି ପତ୍ର ପ୍ରଦାନ କରିଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ। ବିଶେଷ କରି ସରକାର ସମସ୍ତ ଙ୍କ ଦୁଃଖ ବୁଝୁଥିଲା ବେଳେ ଚାଷୀ ଙ୍କ ପେଟରେ ଲାତମାରୁଛନ୍ତି। ତେଣୁ ଚାଷୀମାନେ ଭୋଟ ବର୍ଜ୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଚାଷୀ ଓ ତାଙ୍କ ପରିବାର ର ଦୁଃଖ ଦୁର୍ଦ୍ଦଶା କୁ ବୁଝିବା ସହିତ ଉଚିତ୍ ପଦକ୍ଷପ ସରକାର ନେବେବୋଲି ଚାଷୀ ମାନେ ଅନୁରୋଧ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)