April 27, 2026

ମୋ ପୋଖରୀ ଯୋଜନା ଆନୁକୁଲ୍ୟରେ ଲାଇନ ବନ୍ଧର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଶୁଭାରମ୍ଭ ….

780
Share

 


ଛତ୍ରପୁର, ଛତ୍ରପୁର ପୌର ପରିଷଦ ର 11 ନଂ ୱାର୍ଡ ଅନ୍ତର୍ଗତ ଲାଇନବନ୍ଧର ମୋ ପୋଖରୀ ଯୋଜନା ଆନୁକୂଲ୍ୟରେ ପଙ୍କଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ 11 ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠି ଙ୍କ ତତ୍ୱାବଧାନରେ ଶୁକ୍ରବାର ଭୂମିପୂଜା ସହିତ କାର୍ଯ୍ୟର ଶୁଭାରମ୍ଭ ହୋଇଛି l ମା ସ୍ୱପ୍ନେଶ୍ଵରୀ, ରାଧା କୃଷ୍ଣ ଓ ପ୍ରଗତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଙ୍କ ଉପସ୍ଥିତିରେ ପୂଜାର୍ଚନା କରିବା ସହିତ ନଡ଼ିଆ ଭାଙ୍ଗି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା l ଏହି ଅବସରରେ ମହାସଂଘ ର ସଭାନେତ୍ରୀ ପୂର୍ଣ୍ଣବାସି ମହାପାତ୍ର, ପୌର ପରିଷଦ ର କନିଷ୍ଠ ଯନ୍ତ୍ରୀ ଜ୍ୟୋସ୍ନା ମୟୀ ଜେନା, ଚିରଂଜିତ ବେହେରା, ଛତ୍ରପୁର ନଗର ସଭାପତି ବି ରାଜୁବାବୁ, 10 ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ସମେତ ୩ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ସଦସ୍ୟା ମାନେ ଉପସ୍ଥିତ ଥିଲେ l(ଅରୁଣ କୁମାର ପଣ୍ଡା )