ବ୍ରହ୍ମଗିରି କୁ N A C ଘୋଷଣା ଦାବିରେ ଗର୍ଜିଲେ ବ୍ରହ୍ମଗିରି ସୁରକ୍ଷା ସମିତି ର ସଦସ୍ୟ ….
ଗତକାଲି ରାଜ୍ୟ ସରକାରଙ୍କ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକୁ ବିଜ୍ଞାପିତ ଅଞ୍ଚଳ ଭାବରେ ଘୋଷଣା କରିବା ସହିତ ପୁରୀଜିଲ୍ଲାର ସତ୍ୟବାଦୀ ବ୍ଲକ ଓ କାକଟପୁର ବ୍ଲକ କୁ ଏନ ଏ ସି ଘୋଷଣା କରାଯାଇଥିବା ବେଳେ ବ୍ରହ୍ମଗିରି ବ୍ଲକ ଏଥିରୁ ବାଦ ପଡିଛି l ସେଥିପାଇଁ ବ୍ରହ୍ମଗିରି ସୁରକ୍ଷା ସମିତିର ଆବାହକ ସମାଜସେବୀ ଆଡଭୋକେଟ ରମାଶଙ୍କର ପାତ୍ରଙ୍କ ଅଧକ୍ଷତାରେ ବିହାରୀବନ୍ଧୁ ପଲାଇ,ରାକେଶ କୁମାର ନାୟକ, ପ୍ରଦୀପ କୁମାର ପଲାଇ, ସୁଦର୍ଶନ ନାୟକ, ଯୁଧିଷ୍ଠିର ନାୟକଙ୍କ ସହିତ ଶତାଧିକ ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର ମୁଖିଆମାନେ ଯୋଗଦେଇ ଏକ ଶୋଭାଯାତ୍ରା ରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ବ୍ରହ୍ମଗିରି ତହସିଲଦାର ଙ୍କୁ ପ୍ରଦାନ କରିଥିଲେ l ଖୁବଶୀଘ୍ର ବ୍ରହ୍ମଗିରି କୁ ଏନ ଏ ସି ଘୋଷଣା କରାନଗଲେ ବ୍ରହ୍ମଗିରି ରେ ସମସ୍ତ ସରକାରୀ କଳ ଗୁଡିକୁ ଅଚଳ କରିଦେବେ ବୋଲି ଧମକ ଦେଇଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)