October 23, 2026

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ବ ମାତୃଭାଷା ଦିବସ ପାଳିତ

nvnvh
Share

ବୁଗୁଡ଼ା : ତା ୨୧/୦୨/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିପୁଲ୍ସ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଅଧ୍ଯାପକ ହିମାଂଶୁ ଶେଖର ରଥ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସାଙ୍ଗକୁ ପ୍ରତ୍ଯେକ ବ୍ଯକ୍ତିଙ୍କ କ୍ଷେତ୍ରରେ ମା’, ମାତୃଭୂମି ଓ ମାତୃଭାଷା ପ୍ରତି ଅବହେଳା ଆଦୌ ଗ୍ରହଣୀୟ ନୁହେଁ ଏବଂ ମାତୃଭାଷାକୁ ଉପେକ୍ଷା କରି କୌଣସି ଜାତି ବଡ ହୋଇପାରି ନାହିଁ କି ହୋଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହ ଗୁରୁଜୀ ଲଡୁ କିଶୋର ନାୟକ, ଛାତ୍ର କିର୍ତ୍ତୀମାନ ପାତ୍ର, ଛାତ୍ରୀ ବିଦ୍ଯାଜ୍ଞିନୀ ବେବର୍ତ୍ତା ଓ ଶୁଭଦର୍ଶିନୀ ପାଢ଼ୀ ପ୍ରମୁଖ ସ୍ବ ସ୍ବ ସାରଗର୍ଭକ ଅଭିଭାଷଣରେ ସମ୍ପ୍ରତି ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପ୍ରତ୍ଯେକ ସ୍ବାଭିମାନୀ ଓଡ଼ିଆଙ୍କ ପାଇଁ ଏକ ଆହ୍ବାନ ବୋଲି ମତବ୍ୟକ୍ତ କରିଥିଲେ । ଗୁରୁମା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିଶୁ ଭାଇ ପ୍ରତୀକ ମିଶ୍ର ଅମୃତ ବଚନ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁମା ସସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed