ବିଶିଷ୍ଟ ବ୍ୟବସାୟୀ ଉପରେ ମରଣାନ୍ତକ ଆକ୍ରମଣ ର 3 ବର୍ଷ ପରେ ମଧ୍ୟ ପୋଲିସ ହାତ ଫାଙ୍କା……
ଉମେରକୋଟ : 12 ମାର୍ଚ୍ଚ 2021 ଉମେରକୋଟ ର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜ ସେବି ସଂଜୀବ ସୁବୁଦ୍ଧି ଉପରେ ଗୁଳି ଚଳାଇ ମରଣାନ୍ତକ ଆକ୍ରମଣ କରି ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଉ ଥିଲେ ଆହତ ବ୍ୟବସାୟୀ ଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଉମେରକୋଟ ଡାକ୍ତରଖାନାରେ ଭର୍ତି କରିଥିଲେ ପରେ ଅବସ୍ଥା ସଂକଟପନ୍ନ ହେବାରୁ ପରିବାର ର ଲୋକେ ବିଶାଖାପାଟଣା ହସ୍ପିଟାଲ କୁ ନେଇ ଚିକିତ୍ସା କରି ଥିଲେ ଭଲ ହୋଇ କିଛି ଦିନ ପରେ ଘରେ ଫେରିବା ପରେ ମଧ୍ୟ ପୋଲିସ ର ଶିଥିଳତା ପରିବାର ଲୋକଙ୍କୁ ଭୟ ଭିତରେ ରଖିଛି ଆକ୍ରମଣ ହୋଇ ଥିବା ସ୍ଥାନରେ ସିସିଟିଭି ଫୂଟଜ ପୋଲିସ ପକ୍ଷରୁ ସଂଗ୍ରହ କରାଯାଇ ତଦନ୍ତ କରାଯାଉ ଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଆକ୍ରମଣ କରି ପୋଲିସ ହାତରେ ନ ଲାଗିବା ସେତେବେଳର ତଦନ୍ତକାରୀ ପୋଲିସ ଅଫିସର ଙ୍କ କାର୍ଯାଶୈଳୀ ଉପରେ ପ୍ରଶ୍ନ ବାଚକ ସୃଷ୍ଟି କରୁଛିସେତେବେଳର ତଦନ୍ତ କାରୀ ପୋଲିସ ଅଫିସର ଙ୍କ କାର୍ଯ୍ୟ ଶିଥିଳତା ଯୋଗୁ ଅଂଚଳ ର ଅନ୍ୟ ବ୍ୟବସାୟୀ ତଥା ବୁଦ୍ଧିଜୀବୀ ମାନେ ଏକ ପ୍ରକାର ଭୟ ଭିତରେ ଜୀବନ ଅତିବାହିତ କରୁଛନ୍ତି ଅପରପକ୍ଷେ ଆକ୍ରମଣ କାରୀ ଙ୍କୁ ସ୍ଥାନୀୟ ଲୋକେ ତଥା ବ୍ୟବସାୟୀ ଙ୍କ ଘର ଲୋକେ ଏବଂ ଖୋଦ ପୀଡିତ ବ୍ୟବସାୟୀ ଚି଼ହ୍ନଟ କରିବା ତଥ୍ୟ ପ୍ରଦାନ କରିବା ସ୍ୱତ୍ୟେ ପୋଲିସ ଗିରଫ ନ କରିବା ପୋଲିସ ର ମଧୁଚନ୍ଦ୍ରିକା ସାମ୍ନା କୁ ଆସୁଛି
ସେପଟେ ଅଂଚଳରେ ପ୍ରଥମ ଥର ସହର ର ମୁଖ୍ୟ ଛକ ଉପରେ ସନ୍ଧ୍ୟା ସମୟରେ ଜଣେ ବ୍ୟବସାୟୀ ଙ୍କ ଉପରେ ବନ୍ଧୁକ ଦ୍ଵାରା ଆକ୍ରମଣ ଅଞ୍ଚଳ ପାଇଁ ପ୍ରଥମ ହୋଇ ଥିବା ବେଳେ ଏକ କୋକୁଆ ଭୟ ର ପରିବେଶ ସୃଷ୍ଟି କରିଛି ବର୍ତମାନ ମଧ୍ୟ ଅଭିଯୁକ୍ତ ଖୁଲେଆମ ବୁଲୁଥୁବା ବ୍ୟବସାୟୀ ଙ୍କ ପରିବାର କୁ ଆତଙ୍କିତ ଅବସ୍ଥା ମଧ୍ୟରେ ରଖିଛି ପୁନର୍ବାର ଏପରି ଆକ୍ରମଣ ନ ହେବ ତାହାର ଗୁଆରନ୍ତୀ କିଏ ଦେବ ସେପଟେ ପରିବାର ର ଲୋକେ case କୁ କ୍ରାଇମ୍ ବ୍ରାଞ୍ଚ କୁ ହସ୍ତାନ୍ତର କରି ତଦନ୍ତ କରିବା ପାଇଁ ଗୁହାରି ଜଣାଇଛନ୍ତି ଏବଂ ଯଥାଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯାଇ ଆଇନ ଅନୁଯାୟୀ ଦଣ୍ଡିତ କରିବା ପାଇଁ ଦାବୀ କରିଛନ୍ତି।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍,.ଦିନା°ଶୁ ଆଚାରୀଙ୍କ ରିପୋର୍ଟ)