ଆଜିର ଖବର….
➡️୧-ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା ରାଶୀ ପ୍ରଦାନ କରିବା ସହ ସମସ୍ତ ଜିଲ୍ଲାରେ ‘କାଳିଆ’ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 85,000 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ (ପ୍ରାୟ 6000 ନମ୍ବର) ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ରାଷ୍ଟ୍ରକୁ କରିବେ ଉତ୍ସର୍ଗ ।
➡️୩-ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ l ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।
➡️୪-ବିଭିନ୍ନ ରାଜ୍ୟ ପାଇଁ ହରିୟାଣାର ଗୁରୁଗ୍ରାମରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ୧୧୨ଟି ଜାତୀୟ ରାଜପଥ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l
➡️୫-ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ୭୫ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ ରହିବେ ମୁତୟନ l
➡️୬-ବିଭିନ୍ନ ଦାବି ନେଇ ରାଜଧାନୀରେ ଗର୍ଜିଲେ ସରପଞ୍ଚ: ଶିଶୁଭବନ ଛକ ପାଲଟିଲା ରଣକ୍ଷେତ୍ର l
➡️୭-କଳିଙ୍ଗନଗର କେ-୩ ସ୍ଥିତ ୯୦ ଏକର ଜମିରେ ପ୍ରସ୍ତୁତ ହୋଇଥିବା ‘ଆନନ୍ଦବନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କ ପାଇଁ କଲେ ଉତ୍ସର୍ଗ l
➡️୮-ଆସନ୍ତା ୫ ତାରିଖରେ ହେବାକୁ ଯାଉଛି ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’ l ଡାକ୍ତର ହେବାକୁ ବଢୁଛି ପିଲାଙ୍କ ଆଗ୍ରହ । ପରୀକ୍ଷା ପାଇଁ ପଞ୍ଜିକରଣ କଲେଣି ୨୫ ଲକ୍ଷ ।
➡️୯-ଆଜି ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ। ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା,ବାଲୁଗାଁ ଓ ବ୍ରହ୍ମପୁର ଦେଇ ବିଶାଖାପଟନମ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ।
➡️୧୦-୭୧ତମ ମିସ୍ ୱାର୍ଲ୍ଡ ଫାଇନାଲ୍ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀଙ୍କୁ ମିଳିଲା ସମ୍ମାନଜନକ ମାନବବାଦୀ ପୁରସ୍କାର l
➡️୧୧-କମିଲା ଦିଲ୍ଲୀ-ଗୁରୁଗ୍ରାମ ଦୂରତା ସହ ଟ୍ରାଫିକ ସମସ୍ୟା । ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ ୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଦ୍ୱାରକା ଏକ୍ସପ୍ରେସ ୱେରେ ଖର୍ଚ୍ଚ ହୋଇଛି ପୂରା ୪୧ ଶହ କୋଟି । ଏହା ଦେଶର ପ୍ରଥମ ଏଲିଭେଟେଡ ଅର୍ବାନ ଏକ୍ସପ୍ରେସ ୱେ ।
➡️୧୨-ରଙ୍ଗ ମିଶା କୋବି ମଂଚୁରିଆନ ଓ ବମ୍ବେଇ ଲଡୁ ଉପରେ ପ୍ରତିବନ୍ଧକ ଲଗାଇଲେ କର୍ଣ୍ଣାଟକ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ଦୁଇଟି ଖାଦ୍ୟରେ ରାସାୟନିକ ପଦାର୍ଥ ବ୍ୟବହାର ଉପରେ ଲଗାଇଲେ କଟକଣା l
➡️୧୩-ଆନ୍ଧ୍ର ପ୍ରଦେଶରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ବିଜେପି-ଟିଡିପି-ଜେଏସପି ମେଣ୍ଟ ନେଇ ହେଲା ଚୂଡ଼ାନ୍ତ l ଲୋକସଭାରେ ବିଜେପି ୬, ଟିଡିପି ୧୭ ଏବଂ ଜେଏସପି ୨ଟି ଆସନରେ ଲଢ଼ିବ ବିଜେପି l
➡️୧୪-ସିଏଏ ବିଜ୍ଞପ୍ତି ଜାରିକଲେ କେନ୍ଦ୍ର ସରକାର, ଏଣିକି ଧର୍ମ ଆଧାରରେ ଶରଣାର୍ଥୀଙ୍କୁ ମିଳିବ ନାଗରିକତା l ସିଏଏ ବିଜ୍ଞପ୍ତି ଜାରି ହେବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
➡️୧୫-ବିଶ୍ବର ସବୁଠୁ ଚର୍ଚ୍ଚିତ କ୍ରିଫ୍ଟୋକରେନ୍ସି ବିଟ୍କଏନ୍ ର ମୂଲ୍ୟ ୭୨,୦୦୦ ଡଲାରରୁ ହେଲା ଅଧିକ l
➡️୧୬-ଚଣ୍ଡିଖୋଲ ନିକଟ ସୁଭଦ୍ରାପୁର ଗ୍ରାମର ରାଜ୍ୟ ହସ୍ତଶିଳ୍ପୀ ପୁରସ୍କାରପ୍ରାପ୍ତ ଯୁବ ପ୍ରସ୍ତର ଶିଳ୍ପୀ ବ୍ରହ୍ମାନନ୍ଦ ମହାରଣାଙ୍କ ଦ୍ବାରା ନିର୍ମିତ ‘ପଦ୍ମ ସମ୍ଭବ’ଙ୍କ ସୁନ୍ଦର ମୂର୍ତ୍ତି ଇଣ୍ଡୋନେସିଆର ବାଲିସ୍ଥିତ ବୁଦ୍ଧମନ୍ଦିର ସମ୍ମୁଖରେ ହେଲା ସ୍ଥାପନ l
➡️୧୭-ଅଲ୍ କାଏଦାର ୟେମେନ ଶାଖାର ନେତା ଖାଲିଦ ବତାରଫିର ହେଲା ମୃତ୍ୟୁ l ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା l
➡️୧୮-ଆମେରିକା କଲା ବଡ ଦାବି, ପରମାଣୁ ଆକ୍ରମଣକୁ ରୋକିଥିଲା ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ ପରେ ଆକ୍ରମଣ କରିବାକୁ ପଛଘୁଂଚା ଦେଇଥିଲା ରୁଷ l
➡️୧୯-ଟି-୨୦ ବିଶ୍ଵକପ୍ ୨୦୨୪ରୁ ବାଦ୍ ପଡ଼ିଲେ ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି l ଏନେଇ ବିସିସିଆଇ ସଚିବ ଜୟ ଶାହ ଦେଲେ ସୂଚନା l
➡️୨୦-ଅଲିମ୍ପିକ୍ କ୍ୱାଲିଫାୟର ରାଷ୍ଟ୍ରୀୟ ଟ୍ରାୟଲରେ ଭିନେଶ ଫୋଗାଟଙ୍କ ଲଜ୍ଜାଜନକ ପରାଜୟ, ୫୩ କେଜି ବର୍ଗରେ ୦-୧୦ହାରିଲେ l
🔅ଆଜି ବାଳିକା ସ୍କାଉଟ୍ ଦିବସ ll
🔅ଆଜି ଶ୍ରୀ ରାମକୃଷ୍ଣ ପରମହଂସ ଜୟନ୍ତୀ ll
🔅ଆଜିଠାରୁ ରମଜାନ ମାସ ଆରମ୍ଭ ll
🔅ଆଜି ଲବଣ ସତ୍ୟଗ୍ରାହ ଦିବସ ll
🔅ଆଜି 39ତମ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଫାଉଣ୍ଡେସନ୍ ଦିବସ ll