ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧିକୁ ହିନ୍ଦ୍ ମଜଦୁର ସଭାର (ଏଚଏମ୍ଏସ୍)ର ସ୍ଵାଗତ
ବ୍ରହ୍ମପୁର,8/3 : ନିକଟରେ ରାଜ୍ୟ ସରକାର ଆଉଟସୋର୍ସିଂ ଭାବେ ବିଭିନ୍ନ ସରକାରୀ ଦପ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ 25 ପ୍ରତିଶତ ବୃଦ୍ଧି ଘୋଷଣାକୁ ହିନ୍ଦ ମଜଦୁର ସଭା (ଏଚଏମଏସ) ପକ୍ଷରୁ ସ୍ଵାଗତ କରାଯାଇଛି । ଏନେଇ ବିଳମ୍ୱରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭିସ ପ୍ରୋଭାଇଡର ଏଜେନ୍ସିକୁ ନିର୍ଦ୍ଦେଶ ଦେଇଥିବାରୁ ଏଚଏମଏସ ରାଜ୍ୟ ଉପସଭାପତି ରବି ରଥ ସ୍ଵାଗତ କରିଛନ୍ତି । ଏହାଦ୍ଵାରା ରାଜ୍ୟରେ କାର୍ଯ୍ୟରତ ପ୍ରାୟ ଅଢ଼େଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀ ଉପକୃତ ହେବେ ବୋଲି ଶ୍ରୀ ରଥ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇପାରେ, ସ୍ଵଳ୍ପ ପାରିଶ୍ରମିକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ 25 ହଜାର ଟଙ୍କା ପ୍ରଦାନ ପାଇଁ ଏଚଏମଏସ ପକ୍ଷରୁ ଦାବି କରାଯାଇଆସୁଛି । ଆଶାକରୁ, ଆଗାମୀ ଦିନରେ ଅଧିକା ପାରିଶ୍ରମିକ ବୃଦ୍ଧି କରିବାକୁ ଏଚଏମଏସ ପକ୍ଷରୁ ଦାବି ହେଉଛି ।