May 31, 2025

ଗଜପତି:- ଜିଲ୍ଲା ସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି’ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ…

Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି’ର ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ କାର୍ଯ୍ୟକ୍ରମ’ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ପ୍ରଦୀପ କୁମାର ପାତ୍ର’ଙ୍କ ଅଧ୍ୟକ୍ଷତା’ରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସ୍ଵାତୀ ଏସ କୁମାର ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ: କୁମାର , ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଡ଼ା.ପ୍ରମୋଦ କୁମାର ପଣ୍ଡା, ଡିଏମଓ, ଡ଼ା.ଏମ୍.ଏମ୍ ଅଲ୍ଲୀ, ଡିପିଏଚଓ , ଡ଼ା.ଏମ.କେ.ଭୁଆଁ, ଏଡିପିଏଚଓ, ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼-ଡିପିଏମଓ: ପ୍ରମୁଖ ଯୋଗ ଦେଇଥଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଯେ କୋଭିଡ ସମୟରେ ଆଶା ମାନଙ୍କ ଅବଦାନ ଅତୁଳନୀୟ । ଘର ଘର ବୁଲି କୋଭିଡ୍ କେଶ୍ ଚିହ୍ନଟ କରି ସ୍ୱାସ୍ଥ୍ୟ ସେବା ଜନସାଧରଙ୍କୁ ଯୋଗାଇ ଥିଲେ। ଆଶା ବିନା ଆମ୍ଭେମାନେ କେବେହେଲେ କୋଭିଡ୍ ଉପରେ ବିଜୟ ଲାଭ କରିପାରି ନ ଥାନ୍ତେ । ଏହା କେବଳ ସମ୍ଭବ ହୋଇଛି ଆଶା , ସରପଞ୍ଚ , ପଞ୍ଚାୟତ ସମିତି’ର ସଭ୍ୟ ସଭ୍ୟା, ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଆଶା କର୍ମୀମାନେ ହି ତୃଣ ମୂଳ ଠାରୁ ସ୍ଵାସ୍ଥ୍ୟ ସଚେତନାର ଭାର୍ତ୍ତାବହ ହୋଇଥିବାରୁ ଜିଲ୍ଲାର ସମସ୍ତ ୧୩୩୫ ଜଣ ଆଶା କର୍ମୀ ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେବା ସହ ଗଜପତି ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥି ପ୍ରତି ସଜାଗ ରହିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ।
ଏହି ଅବସର’ରେ ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାର ସମସ୍ତ ଆଶା , ଅଙ୍ଗୱାଡ଼ି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି , ତୃଣମୂଳ ସ୍ତରରୁ ସ୍ବାସ୍ଥ୍ୟ ସେବାରେ ଆଶା କର୍ମଚାରୀ ସମସ୍ତ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ ।
ଏହି ଅବସର’ରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲା’ର ୭ ଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ବେଷ୍ଟ୍ ପୁରସ୍କୃତ କରା ଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୪ ଜଣ ଆଶା କର୍ମୀ’ଙ୍କୁ ପୁରସ୍କୃତ କରା ଯାଇଥିଲା। ସେହିପରି ବେଷ୍ଟ ଗାଁ କଲ୍ୟାଣ ସମିତି’ର ୭ ଜଣ’ଙ୍କୁ ପୁରସ୍କୃତ କରା ଯାଇଥିବା ବେଳେ ବେଷ୍ଟ ମହିଳା ଆରୋଗ୍ୟ ସମିତି ୧୪ ଗୋଟି ମହିଳା ସଂଗଠନ’କୁ ପୁରସ୍କୃତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି’ର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମକର୍ତ୍ତା , ସ୍ଵାସ୍ଥ୍ୟ କର୍ମୀ , ଆଶା , ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା’ଙ୍କ ସମେତ ୩୦୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ଆଶା ପ୍ରବନ୍ଧକ ଶ୍ରୀ ନାରାୟଣ ମଲ୍ଲିକ ଓ ଶ୍ରୀ ନେତ୍ରା ନନ୍ଦ ଶତପଥୀ ସମସ୍ତ କାର୍ଯ୍ୟକ୍ରମ’କୁ ପରିଚାଳନା କରିଥିଲେ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)

You may have missed