April 27, 2026

ଗଜପତି:- ପିଏମ: ବିଶ୍ଵକର୍ମା ଯୋଜନା ଉପରେ ମେଗା ଆଲୋଚନା ଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ….

yu7
Share

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହୋଟେଲ “ସାଇ ଇଣ୍ଟରନେସନାଲ”ର ସମ୍ମିଳନୀ କକ୍ଷ ଠାରେ ଭାରତ ସରକାର’ଙ୍କ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ କଟକ ସ୍ଥିତ ଏମଏସଏମଇ: ଉନ୍ନୟନ କାର୍ଯ୍ୟାଳୟ ପକ୍ଷ’ରୁ ଗଜପତି ଜିଲ୍ଲା ଜିଲ୍ଲା ଶିଳ୍ପ କେନ୍ଦ୍ର’ର ସହଯୋଗ’ରେ “ପିଏମ:- ବିଶ୍ଵକର୍ମା ଯୋଜନା” ଉପରେ ଏକ ବିରାଟ ଆଲୋଚନା ଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ’ରେ କଟକ ସ୍ଥିତ ଏମଏସଏମଇ: ଉନ୍ନୟନ କାର୍ଯ୍ୟାଳୟ’ର ସହକାରୀ ନିର୍ଦ୍ଦେଶକ ସୁବାଷ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଯୋଜନାରେ ହିତାଧିକାରୀ କିଭଳି ଲାଭ ଉଠାଇବେ ଏବଂ ଯୋଜନାର ସଫଳତା ଉପରେ ସୂଚନା ପ୍ରଦାନ କରି ଏହି ଯୋଜନା ହିତାଧିକାରୀ ମାନଙ୍କ ସମ୍ମାନ , ସାମର୍ଥ୍ୟ ଓ ସମୃଦ୍ଧି ବଢାଇବା ଦିଗରେ କିଭଳି ସହାୟକ ହେବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟତଃ ଯେଉଁ ପାରମ୍ପାରିକ କୌଳିକ ବୃତ୍ତି ସବୁ ଦିନକୁ ଦିନ ଲୋପ ହେବାରେ ବସିଲାଣି , ତାର କିଭଳି ପୁନଃ ଅଗ୍ରଗତି ହେବ , ତାହାହିଁ ଏହି ପିଏମ: ବିଶ୍ଵକର୍ମା ଯୋଜନା’ର ପରିକଳ୍ପନା । ଏହି ଯୋଜନା କିଭଳି ସଫଳତାର ସହ କାର୍ଯ୍ୟକାରୀ ହେବ ଏବଂ ଗରିବ କୌଳିକ ବୃତ୍ତିଧାରୀ କିଭଳି ଏହି ଯୋଜନା ଦ୍ୱାରା ବିଶେଷ ଉପକୃତ ହେବେ ସେଥିପାଇଁ ସଂପୃକ୍ତ ଓ ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ ହେବାକୁ କହିଥିଲେ ।
ଏହି କାର୍ଯ୍ୟକ୍ରମ’ରେ କଟକ ସ୍ଥିତ ଏମଏସଏମଇ: ଉନ୍ନୟନ କାର୍ଯ୍ୟାଳୟ’ର ଅନ୍ୟତମ ସହକାରୀ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସାହୁ ସଂଯୋଜନା କରି ଯୋଜନାର ଉଦ୍ଦେଶ୍ୟ ଜ୍ଞାପନ କରି ଯୋଗ୍ୟତା ସହ ହିତାଧିକାରୀ ମାନେ ଏହି କେନ୍ଦ୍ରୀୟ ଯୋଜନାରେ ପଞ୍ଜୀକୃତ ହେବା ପାଇଁ କେଉଁ ମାନେ ଏବଂ କିଭଳି ଦରଖାସ୍ତ କରିବେ , ବ୍ୟାଙ୍କ ଋଣ ବ୍ୟବସ୍ଥା , ତାଲିମ , ମୋଦୀ ଗ୍ୟାରେଣ୍ଟି ଏବଂ ହିତାଧିକାରୀ ମାନେ କିଭଳି ଏହି ଯୋଜନା’ରେ ଲାଭ ଉଠାଇବେ , ଏବଂସେ ସବୁର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ବରିଷ୍ଠ ଅଧିକାରୀ ଶ୍ରୀ ବିଭୁ ପ୍ରସାଦ ସ୍ବାଇଁ , ଜିଲ୍ଲା ହେଣ୍ଡିକ୍ରାପ୍ଟ ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀ ସୁଶିଲ କୁମାର ବରାଡ, ଡୋମେନ ଏକ୍ସ୍ପପାର୍ଟ ଶ୍ରୀ ଜଗନ୍ନାଥ ପରିଡ଼ା ଏବଂ ଶ୍ରୀ କାମଦେବ ବଡ଼ନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଗଜପତି “ଦିପା” ର ଆଇପିଇ: ଶ୍ରୀ କୁମାର ଜ୍ୟୋତି ରଞ୍ଜନ ତ୍ରିପାଠୀ ଏବଂ ବିଭିନ୍ନ ଜନସେବା କେନ୍ଦ୍ରର ଇଞ୍ଚାର୍ଜ ମାନଙ୍କ ସମେତ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଅନ୍ତର୍ଗତ ୧୬ ଗୋଟି ଶ୍ରେଣୀର କୌଳିକ ବୃତ୍ତ୍ତିଧାରୀ ମହିଳା ଓ ପୁରୁଷ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)