ଛଅ ଦଫା ଦାବି ପୂରଣ ନ ହେଲେ ଆସନ୍ତା ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟ ଜିବୀ…
ତାତିଲେ ମତ୍ସ୍ୟଜୀବି , ଦାବି ପୂରଣ ନହେଲେ ସମୂହ କରିବେ ଭୋଟ ବର୍ଜନ | ଆମର ହକ୍ ଆମକୁ ନଦେଲେ ହେବ ଭୟଙ୍କର ଲଢେଇ | ଏଭଳି ଚରମ ଚେତାବନୀ ଶୁଣାଇଛନ୍ତି ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ | ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତା ର କାରଣ ରାତି ପାହିଲେ ନଦୀ ଆଉ ସମୁଦ୍ର ରେ ମାଛ ଧରି ବଞ୍ଚୁଥିବା ମତ୍ସ୍ୟଜିବୀ ଏବେ ରାଗ ରେ ଯରଜର | ଆଉ ସହି ହେବନି କି କ୍ଷତି ରେ ବଞ୍ଚିହେବନି | ଭୋଟ ବେଳେ ନିଜର ହକ୍ ପାଇଁ ସରକାରଙ୍କୁ ଚରମ ଚେତାବନୀ ଶୁଣାଇ ଦେଇଛନ୍ତି ମସ୍ଥ୍ୟଜୀବି | ଆଗକୁ ନିର୍ବାଚନ କୁ ଆଖି ଆଗରେ ରଖି ସରକାର ଙ୍କୁ ଦେଇଛନ୍ତି ଚ୍ୟାଲେଞ୍ଜ | ଦାବି ନମାନିଲେ ହେବ ସମୂହ ଭୋଟ ବର୍ଜନ | ଗୋଟିଏ କି ଦୁଇଟି ପରିବାର ନୁହ ଏକାଥରେ 14 ଲକ୍ଷ୍ୟ ପରିବାର କରିବେ ଭୋଟ ବର୍ଜନ |
ଗତ ମାସ 9 ତାରିଖ ରେ ପାରାଦୀପ ନେହେରୁ ବଙ୍ଗଳା ରେ ବିଭିନ୍ନ ମତ୍ସ୍ୟଜୀବୀ ସଂଗଠନ କୁ ନେଇ ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ ବୈଠକ କରିଥିବା ବେଳେ ଭୁବନେଶ୍ଵର ଲୋଏର ପିଏମଜି ରେ ବିକ୍ଷୋଭ ମଧ୍ଯ ପ୍ରଦର୍ଶନ କରିଥିଲେ | ସରକାର ଙ୍କୁ ଦେଇଥିବା 6 ଦଫା ଦାବି କୁ ସରକାର କର୍ଣ୍ଣପାତ ନକରିବାରୁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭୋଟ ବର୍ଜନ ର ନିଷ୍ପତ୍ତି ମଧ୍ଯ ଶୁଣାଇ ଦେଲେ | ଯାହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢିବା ସହ ନିର୍ବାଚନ ରେ ଏକ ଅଭାବନୀୟ ପରିସ୍ଥିତି ସ୍ରୁଷ୍ଟି ହେବ ବୋଲି କୁହାଯାଉଛି |
ସାରା ଭାରତରେ ମସ୍ଥ୍ୟଜୀବି ଙ୍କୁ ଡିଜେଲ ରିହାତି ମିଳୁଥିବା ବେଳେ ଓଡିଶା ର ମତ୍ସ୍ୟଜୀବୀ ଙ୍କୁ କାହିଁକି ନୁହ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି | ମୁହାଣ ମୁହଁ ପୋତି ହେବା ଫଳରେ ନଦୀ କୁ ଜୁଆର ପାଣି ଆସୁ ନଥିବା ବେଳେ ବିଭିନ ପ୍ରଜାତି ର ମାଛ ମଧ୍ଯ କମି ଗଲେଣି | କମ୍ପାନୀ ରୁ ବାହାରୁଥିବା ବର୍ଜ୍ୟ ତୈଳ ପଦାର୍ଥ କୁ ଉପଯୁକ୍ତ ଟ୍ରିଟମେଣ୍ଟ ନକରି ଛଡା ଯିବାରୁ ନଦୀ ଆଉ ସମୁଦ୍ର ପାଣି ଏବେ ପ୍ରଦୂଷିତ | ଏହି ସବୁ ଦାବି ଆମର ଦୀର୍ଘ ଦିନର ଥିବାବେଳେ ଏହାକୁ ଅଣଦେଖା କାହିଁକି ବୋଲି ବିଭିନ୍ନ ମସ୍ଥ୍ୟଜୀବି ସଂଗଠନ ପ୍ରଶ୍ନ କରିଛନ୍ତି |
ନିର୍ବାଚନ ପୂର୍ବରୁ ନିଜ୍ ହକ୍ ପାଇଁ ଚରମ ନିଷ୍ପତ୍ତି ନେଉଥିବା ଏହି 14 ଲକ୍ଷରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଙ୍କ ଦାବି ସରକାର ନଶୁଣିଲେ ନିର୍ବାଚନ ସମୟରେ ଯେ ଏମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରିବେ ତାହା କିଏ କହିବ |। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )