March 12, 2026

କେନ୍ଦ୍ରାପଡାରେ ବାୟୁସେନା ବୃତି ଚୟନ ଶିବିର

IMG-20230220-WA0020
Share

 

କେନ୍ଦ୍ରାପଡ଼ା ଜିଲ୍ଲା ଚଳିତବର୍ଷ ହେଉଥିବା ବାୟୁସେନ ଚୟନ ନିମନ୍ତେ ଭୁବନେଶ୍ୱର -୯ ବାୟୁସେନା ଚୟନ କାର୍ଯ୍ୟାଳୟର କମାଣ୍ଡିଙ୍ଗ ତଥା ଉଇଙ୍ଗ କମାଣ୍ଡିଙ୍ଗ ଅଫିସର ଏନ.ଏସ. ସୁନ୍ଦର ଏବଂ ତାଙ୍କର ଅନ୍ୟ ସହକର୍ମୀ ବୃନ୍ଦ କେନ୍ଦ୍ରାପଡା ଜିଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାଙ୍କ ସହିତ କେନ୍ଦ୍ରାପଡାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ବାୟୁସେନାର ଅଗ୍ନିବୀର ଚୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ସେମାନେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ କେନ୍ଦ୍ରାପଡା ବ୍ଲକର ତରାଣ୍ଡୋସ୍ଥିତ ଆଦର୍ଶ ବିଦ୍ୟାଳୟରେ ବାୟୁସେନାର ବୃତି ଚୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଦୁଇଟି ମହାବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ୩୫୫ଜଣ ଛାତ୍ରଛାତ୍ରୀ ବୃତି ଚୟନ ପରାମର୍ଶ ଶିବିରରେ ଉପସ୍ଥିତ ଥିଲେ । ଏହି ଶିବିରକୁ ଉଭୟ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଅଧ୍ୟକ୍ଷ, କ୍ୟାରିଅର କାଉନସେଲିଂ ସଂଯୋଜକ ପ୍ରମୁଖ ପରିଚାଳନା କରିଥିଲେ । ଶିବିର ଗୁଡିକରେ ବାୟୁସେନାର ଉଇଙ୍ଗ କମାଣ୍ଡିଙ୍ଗ ଅଫିସର ଏନ.ଏସ. ସୁନ୍ଦର ଓ ଜିଲା ନିୟୋଜନ ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବାୟୁସେନାର ଅଗ୍ନିବୀର ଚୟନ ନିମନ୍ତେ ବିଷଦ ଭାବେ ସୂଚନା ପ୍ରଦାନ କରିଥିଲେ ।।

ରିପୋର୍ଟ ଗୋକୁଳ ଆଚାର୍ଯ୍ୟ