May 10, 2025

ଆନ୍ତର୍ଜାତିକ ବିଜ୍ଞାନ ମହାତ୍ସବରେ ଆଲୋଚନାରେ ଭାଗ ନେଲେ କୋଟପାଡ ବୈଜ୍ଞାନିକ …

Share

କୋରାପୁଟ,ହରିୟାଣାର ଫରିଦାବାଦ ଠାରେ ମଙ୍ଗଳବାର ବିଶ୍ୱର ୨୧ ଟି ଦେଶର ବୈଜ୍ଞାନିକଙ୍କ ସହ କୋଟପାଡ଼ ସହରର ଯୁବ ବୈଜ୍ଞାନିକ ଅମୁଜୁରୀ ବିଶ୍ଵନାଥ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛିି ।୯ମ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ୨୦୨୩-୨୪ ସଂସ୍କରଣରେ ଅଂଶ ଗ୍ରହଣ କରି ଶିକ୍ଷା,ନବ ସୃଜନ,ସମାଜ କଲ୍ୟାଣ ପ୍ରଭୃତି ବିଷୟରେ ଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରିଥିଲେ ।ଫରିଦାବାଦ ସ୍ଥିତ ରିଜିଓନାଲ ସେଣ୍ଟର ଫର ବାୟୋ ଟେକ୍ନୋଲୋଜି କାର୍ଯ୍ୟାଳାୟ ପରିସରରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା ।ଅମଜୁରୀ ବିଶ୍ୱନାଥ ଜାତୀୟ ବିଜ୍ଞାନ ଶିକ୍ଷକ କର୍ମଶାଳା, ଖେଳ ଓ ଖେଳନା ମାଧ୍ୟମରେ ବିଜ୍ଞାନ,ଜାତୀୟ ସାମାଜିକ ସଂଗଠନ ଏବଂ ଶିକ୍ଷାନୁଷ୍ଠାନ ସମ୍ମିଳନୀ ଫେସ୍ ଟୁ ଫେସ୍ ନ୍ୟୁ ଫ୍ରଣ୍ଟିଅର ଇନ୍ ସାଇନ୍‌ସ୍ ଆଣ୍ଡ ଟେକ୍ନୋଲୋଜି ବିଭାଗରେ ନିଜର ପ୍ରସ୍ତୁତି ଉପସ୍ଥାପନା କରିଥିଲେ ।ବିଶ୍ଵନାଥ କହିଛନ୍ତି ଯେ,ଭାରତରେ ଅନେକ ସ୍ଥାନୀୟ ଭାଷା ପ୍ରଚଳିତ ଅଛି, କିନ୍ତୁ ଲିପି ଉପଲବଧ ନାହିଁ ।ନବ ସୃଜନ ମାଧ୍ୟମରେ ସ୍ଥାନୀୟ ଭାଷାରେ ବିଜ୍ଞାନକୁ ସହଜରେ ଲୋକାର୍ପଣ କରିବାରେ ସାମାଜିକ ସଂଗଠନ ଏବଂ ଶିବାନୁଷ୍ଠାନ ଗୁଡ଼ିକର ସହଯୋଗର ପରମ୍ପରାରେ ଜ୍ଞାନ ଆହରଣ କରିବା,ଶିଷଦାନ ଫଳାଫଳ ଉପରେ ନିର୍ଭର କରିଥାଏ ।ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ବିଭିନ୍ନ ସଫଳତାକୁ ପାଳନ ଏବଂ ଲୋକଲୋଚନକୁ ଆଣିବା ତାଙ୍କର ମୂଳ ଲକ୍ଷ୍ୟ ।ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ମହାକାଶ ବିଭାଗ, ପରମାଣୁ ଶକ୍ତି ବିଭାଗ, ଜାତୀୟ ଉଦ୍ଭାବନ ପ୍ରତିଷ୍ଠାନ ବିଜ୍ଞାନ ଭାରତୀ ସଂସ୍ଥା ଏବଂ ହରିଆନା ସରକାରଙ୍କ ଦ୍ଵାରା ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡ଼ିଛି । ମାନ୍ୟବର କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ, ମାନ୍ୟବର କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରନ୍ ରିଜିଜୁ,ହରିଆନା ମାନ୍ୟବର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ, ଡଃ ରାଜେସ ଏସ୍ ଗୋଖଲେ,ଡଃ ଶିବ କୁମାର ଶର୍ମା,ଡଃ ପି.ଏସ୍.ଗୋୟଲ,ଡଃ ଅରବିନ୍ଦ ସି.ରାନାଡ଼େ ପ୍ରମୁଖ ବିଶ୍ଵନାଥଙ୍କ ନବସୃଜନ କାର୍ଯ୍ୟକୁ ପ୍ରଶଂସା କରିଥିବା ଜଣାପଡିଛି ।

(କୋରାପୁଟରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଉପାନ୍ତ ଓଡ଼ିଶା )