November 22, 2024

ଗୋପରେ କେନାଲ ବନ୍ଧରେ ଗଳିଆ ଯୋଗୁଁ 2 ସହ ଏକର ରବି ଫସଲ ନଷ୍ଟ l ( ଶତାଧିକ ଚାଷୀଙ୍କ ଦ୍ଵାରା ଗୋପରେ ଥିବା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା )…

Share

ନିମାପଡା ଠାରୁ ଗୋପ ଦେଇ ପ୍ରଭାହିତ ମୁଖ୍ୟ କେନାଲ ର ବାମ ପାର୍ଶ୍ଵରେ ଗଳିଆ ହେତୁ ଦୁଇ ଶହ ଏକର ଚାଷ ଜମି ପୁରାପୁରି ଜଳ ମଗ୍ନ ହୋଇ ରବି ଫସଲ ନଷ୍ଟ ହେବାକୁ ବସିଲାଣି l ଜଳ ସମ୍ପଦ ଓ କୃଷି ବିଭାଗ ଅବହେଳା ଓ ଖାମଖ୍ଆଲ ମନୋଭାବ ଯୋଗୁଁ ଗୋପ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ହୋଇଥିବ ଥୁବା ରବି ଫସଲରେ କେନାଲ ପାଣି ମାଡି ଫସଲ ନଷ୍ଟ ହେବା ଆଶଙ୍କା ଦେଖ ଦଖାଦେଇଛି । ପୂର୍ବରୁ ବାମନାଳ ଓ ତାର ନିକଟବର୍ତ୍ତୀ ବର୍ତ୍ତୀ ୧୫ଟି ଗ୍ରାମରେ ହୋଇଥିବା ପ୍ରାୟ ୪୦୦ ଏକର ରବି ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରତି ଚାଷୀମାନେ ହତାଶ ହୋଇପଡିଛନ୍ତି । ଠିକ ସେହିପରି ଗୋପ ର ମୁଖ୍ୟ କେନାଲ ର କୁସୁପୁର ନିକଟସ୍ଥ ବାହାଣିଆ ଠାରେ ଏକ ଗଳିଆ ପଡିବା ରୁ ପ୍ରାୟ ଦୁଇଶହ ଏକର ରବି ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି l ଗୋପରେ ଭାରତୀୟ କୃଷକ ମୋର୍ଚା ର ସାଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ଶତାଧିକ ରବି ଫସଲକାରୀ ଚାଷୀମାନେ ଅଭିଯୋଗ କରିଛନ୍ତି ବର୍ତମାନ ସମୟରେ କେନାଲ ରେ କେଉଁ କାରଣରୁ ପାଣି ଛଡା ଗଲା ତାହାର ତଦନ୍ତ କରାଯାଇ l ଆଉ ବନ୍ଧର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଉକ୍ତ ବନ୍ଧ କୁ ଅନେକଥର ମରାମତି ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ବରଦା ସତ୍ତ୍ୱେ ଉକ୍ତ ବନ୍ଧରେ କିପରି ଗଳିଆ ପଡିଲା ? ଆହୁରି ମଧ୍ୟ ଶୁଣିବା ମୁଳୁଛି ଆଗାମୀ ଦିନରେ ଉକ୍ତ ବନ୍ଧ ଟି ଗୋପ ର ଟ୍ରାଫିକ ସମସ୍ୟାର ସମାଧାନ କରିବ ବୋଲି 9 କୋଟି ତାଙ୍କର ବ୍ୟୟ ବରାଦ ହୋଇଛି l ଏହା ଦ୍ଵାରା ଏକ ବାଇପାସ ହେଵ ଯାହାଫଳରେ କି ଗୋପ ବଜାରରେ ଆଉ କୌଣସି ମତେ ଟ୍ରାଫିକ ସମସ୍ୟା ଉପୁଜିବନୀ l ଏଥିରୁ ସ୍ପଷ୍ଟ ଜଣାପଡୁଛି ଉକ୍ତ ବନ୍ଧଟି କେତେ ସୁରକ୍ଷିତ ଅବସ୍ଥାରେ ରହିଛି ସାମାନ୍ୟ ଗଳିଆ ଯଦି କେଉଁଠି ପଡୁଛି ତାର ସମାଧାନ ହୋଇପାରୁନି ଏବେ ଚାଷୀଙ୍କ ରବି ଫସଲ ଯେଉଁଭଳି ନଷ୍ଟ ହେଲା ତାର କ୍ଷତି ପୁରୁଣ କିଏ ଦେବ ? ଏଣୁ ଶ୍ରୀଯୁକ୍ତ ସ୍ୱାଇଁ କ୍ଷତିପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ନିକଟରେ ଦାବି କରିଛନ୍ତି । କୁସୁପୁର ର ବାହାଣିଆ,ଜିରୀକଣା, ପାଣି ସାହି, ମଠ ସାହି ମହାନ୍ତି ସାହି, ଖଡ଼ିସ ଆଦି ଅଞ୍ଚଳର ଚାଷୀମାନେ ଆଜି ଗୋପ ଠାରେ ଥିବା ଜଳ ସେଚନ ବିଭାଗ ର କାର୍ଯ୍ୟାଳୟ କୁ ଶତାଧିକ ଚାଷୀ ଘେରାଉ କରିଛନ୍ତି । ବର୍ତମାନ ରବି ଫସଲକାରୀ ଚାଷୀ ଙ୍କର ଯେଉଁ କ୍ଷତି ହୋଇଛି ତାର କ୍ଷତିପୂରଣ ତୁରନ୍ତ ପ୍ରଦାନ କରାଯାଉ ବୋଲି ଆନ୍ଦୋଳନକାରୀ ଙ୍କ ପକ୍ଷରୁ ପ୍ରଶାନ୍ତ କୁମାର ସ୍ୱାଇଁ ଓ ରମେଶ ଚନ୍ଦ୍ର ସାହୁ ଏବଂ କାନ୍ଦୁରି ବିଶ୍ୱାଳ ଆଦି ଚାଷୀମାନେ କ୍ଷତି ପୁରାଣ ପାଇଁ ସାମୁହିକ ଦାବୀ କରିଛନ୍ତି l ଜଳ ସମ୍ପ ବିଭାଗ ଅଧିକାରୀମାନେ ଅନେକଥର ବୈଠକ ଓ ସଚେତନତା ତା କାର୍ଯ୍ୟକ୍ରମ କରି ଆସୁଥିଲେ କିନ୍ତୁ ତାହା ବାସ୍ତବ ରେ କାଗଜ କଲମରେ ବୋଲି ଚାଷୀମାନେ କହିଛନ୍ତି । ଆହୁରି ମଧ୍ୟ ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ଏଠାରେ ବିଭାଗୀୟ ଅଧିକାରୀ କେତେବେଳେ କାର୍ଯ୍ୟାଳୟ ରେ ରୁହନ୍ତି ନାହିଁ l ଏହାର ଯଥାଶୀଘ୍ର ସ୍ଥାୟୀ ପ୍ରତିକାର ସହିତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରୁଣ ପ୍ରଦାନ କରାଯାଉ ନଚେତ ଆଗାମୀ ଦିନରେ ନିମାପଡା କୋଣାର୍କ ର ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)