November 26, 2024

` ମୋହନା ବ୍ଲକରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ…

Share

ବର୍ତ୍ତମାନ ରାଜ୍ୟସାରା ବିଜେଡି ସରକାରଙ୍କ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଜୋର ସୋର ରେ ଚାଲଋଥିବା ବେଳେ ଗଜପତିଜିଲ୍ଲାରେ ମଧ୍ୟ କେତେକ ବ୍ଲକରେ ହୋଇସାରିଲାଣି। କୌଣସି କାରଣ ବଶତଃ ମୋହନା ବ୍ଲକରେ ଏହିକାର୍ଯ୍ୟକ୍ରମ ହୋଇ ପାରିନ ଥିଲା। ତେବେ ଆଜି ପ୍ରଥମ କରି ଏହି ମୋହନା ବ୍ଲକର କର୍ଚ୍ଚବାଡି ପଞ୍ଚାୟତର ବୁଡରିଙ୍ଗ୍ ଠାରେ ପ୍ରଥମେ ଓ ପରେ ଓ କରମଙ୍ଗା ଗ୍ରାମରେ ସରପଞ୍ଚ ଚାନ୍ଦିନି ମଲ୍ଲିକ ଓ ସମ୍ମିତି ସଭ୍ୟ ଟୁନା ମଲ୍ଲିକ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ। ଘରେ ଘରେ ଶଙ୍ଖ କାର୍ଯ୍ୟକମର ଉବ୍ଦେଶ୍ୟ ଉପରେ ନିମନ୍ତ୍ରିତ ଅତିଥି ଗଣ ବୈଠକ କରି ବୁଝେଇଥିଲେ। ବାଜାବାଜଣା ଓ ଘରେ ଘରେ ଶଙ୍ଖ ନାରାବାଜି ସହ ଗାଁର ପ୍ରତି ଘରର କାନ୍ଥରେ ମହିଳା,ପୁରୁଷ, ଯୁବା ଯୁବତୀ ମିଶି ଶଙ୍ଖଚିହ୍ନ କୁ ଟଙ୍ଗେଇଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ଲକ ଅଧ୍ୟକ୍ଷ୍ୟ ରଞ୍ଜୀବ ଶବର, ଜିଲ୍ଲାପରିଷଦ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ପ୍ରେମାନନ୍ଦ ନାୟକ ଓ ବିଜେଡି ସ୍ବେଛ୍ଛା ସେବି ଦେବଦତ୍ତ ନାୟକ ପ୍ରମୁଖଙ୍କ ସହ ମହିଳା ଗୃପ୍ ଆଶା ଅଙ୍ଗନଓ୍ବାଡି ଓ ଅନେକ ପୁରୁଷ ମହିଳା ଓ ଯୁବକ ଯୁବତୀ ଯୋଗ ଦେଇଥିଲେ।
(ଗଜପତିରୁ, ମିହିର ପ୍ରସାଦ ମାଳୀ)

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed