August 31, 2026

ମଲ୍ଲିପଦର ଆମ ଗାଁ ମହୋତ୍ସବ ତୃତୀୟ ସନ୍ଧ୍ୟା…

utsa
Share

ବେଗୁନିଆ ,(ଉପାନ୍ତ ଖବର): ବେଗୁନିଆ ବ୍ଲକ କଣ୍ଟାବାଡ ପଂଚାୟତ ଅନ୍ତର୍ଗତ ମଲ୍ଲିପଦର ଆମ ଗାଁ ମହୋତ୍ସବର ସଭାପତି ବିଦ୍ୟାଧର ମହାରଣାଙ୍କ ଆବାହକତ୍ୱରେ ଆମ ଗାଁ ମହୋତ୍ସବ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ଏଥିରେ ଉପଦେଷ୍ଟା ରାଜ କିଶୋର ପାଣିଗ୍ରାହୀ ଅଧ୍ୟକ୍ଷତା ଓ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସରପଂଚ ପ୍ରଫୁଲ୍ଲ କୁମାର ପ୍ରଧାନ ମୁଖ୍ୟଅତିଥି,ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ମୁଖ୍ୟବକ୍ତା, ବୋଲଗଡ଼ ଶିକ୍ଷକ ସଂଘ ସଭାପତି ଶୈଳିନ୍ଦ୍ର ପଟ୍ଟନାୟକ,ସମାଜସେବୀ ସୁବାସ ଚନ୍ଦ୍ର ମହାନ୍ତି ଓ ବ୍ରଜବନ୍ଧୁ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ନୂତନ ପିଢ଼ିକୁ ଶିକ୍ଷା ଦେଇ ଥାଏ ବୋଲି ମତ ପ୍ରକାଶ କରିଥିଲେ।ସଭାର ପ୍ରାରମ୍ଭରେ ମୃତ୍ୟୁଞ୍ଜୟ ପଣ୍ଡା ବେଦପାଠ କରିଥିବା ବେଳେ ଅନୁଷ୍ଠାନ ପକ୍ଷରୁବୋଲଗଡ ପ୍ରମେୟ ସାମ୍ବାଦିକ ସତ୍ୟ ନାରାୟଣ ବାରିକ,ସାମ୍ବାଦିକ ଦେବବ୍ରତ ହୋତା,ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ସରପଂଚ ବୈକୁଣ୍ଠ ଚରଣ ସ୍ଵାଇଁ,ବୋଲଗଡ ବ୍ଲକ ଆଦର୍ଶ ସରପଞ୍ଚ ପ୍ରଦୀପ କୁମାର ବାରିକ,ଓଡ଼ିଶୀ ନୃତ୍ୟଶିଳ୍ପୀ ଅଞଳୀରାଣୀ ସିଂହ ଦେଓ,ଚିତ୍ରଶିଳ୍ପୀ ସୁପ୍ରୀତି ମହାପାତ୍ର,କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ନିରଜ ଭଟ୍ଟ,ରାମଚନ୍ଦ୍ର ଦାସ, ପ୍ରଶାସନିକସେବା ଶ୍ରଦ୍ଧା ଅଭିଜିତ ପଣ୍ଡା ଓ ଅଭିନେତ୍ରୀ ପ୍ରିୟଙ୍କା ସାହୁଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରୀ,ଲୁଇସିଙ୍ଗା,ସୁର ସଙ୍ଗୀତ, ଭୁବନେଶ୍ବର ନୃତ୍ୟାଶୀ ଓଡିଶୀ, ରାଜ ରଣପୁର ଅଞ୍ଜଳିସିଂହଦେଓ ଗଅଁପୁର ଲରେନସ ଡ୍ୟାନସ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଆଧୁନିକ ନୃତ୍ୟ ପରିବେଷଣ ହୋଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

You may have missed