“ଘୁମୁସର ର ସ୍ବର ” ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ବାଲିପଦର ପକ୍ଷରୁ ୧୩୪ତମ ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା, କ୍ରୀଡାବିତ୍ ଦୁର୍ଗାପ୍ରସାଦ ଦାସ ସମ୍ବର୍ଦ୍ଧିତ…
ବୁଗୁଡ଼ା:-ତା-୨୪-୦୨-୨୦୨୪ ରିଖ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ସାହିତ୍ୟ କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ପବିତ୍ର ମାଘ ପୁର୍ଣିମା ଅବସରରେ ୧୩୪ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରତିଷ୍ଠାନର ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ବୁଗୁଡ଼ା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ବୁଗୁଡ଼ା ରେଞ୍ଜ୍ ର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବୁଗୁଡ଼ା ବାର ଏସୋସିଏସନର ସଭାପତି ଅଧିବକ୍ତା ହର ପ୍ରସାଦ ଦାସ, ଆସିକା ଚିନି ଶିଳ୍ପ ନିର୍ଦ୍ଧେଶକ ବସନ୍ତ କୁମାର ଦଳେଇ, ବରିଷ୍ଠ ଶିକ୍ଷାବିତ୍ ବଂଶୀ ଧର ନାୟକ, କବି ଅନନ୍ତ କର ଗବେଷକ ଡକ୍ଟର ବ୍ରଜକିଶୋର ପାଢ଼ୀ, ସମାଜସେବୀ ଅମରେନ୍ଦ୍ର ପଟ୍ଟନାୟକ,ଖଲି ପରିଡା ଯୋଗଦେଇ ଘୁମୁସର ମାଟିର କବିମାନେ ଓଡ଼ିଆ ଭାଷା ସାହିତ୍ୟକୁ ସମୁ୍ୁ୍ୁୂଦ୍ଧ କରି କାଳଜୟୀ କାବ୍ୟ କବିତା ରଚନା କରି ବିଶ୍ବ ବନ୍ଦିତ ହୋଇ ପାରିଛନ୍ତି ବୋଲି କହିବା ସହ ଉତ୍ତର ପିଢ଼ି ସେମାନଙ୍କ ଅନୁଗାମୀ ହୋଇ ନୂତନ ସାହିତ୍ୟ ସର୍ଜନା କରି ପାରିଲେ ପ୍ରଚୀନ ଓଡ଼ିଆ ସାହିତ୍ୟର ସମ୍ମାନ ରକ୍ଷା ହେବା ସହ ଓଡ଼ିଆ ଭାଷାର ସୁରକ୍ଷା ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ କ୍ରୀଡାବିତ୍ ଦୂର୍ଗା ପ୍ରସାଦ ଦାସଙ୍କୁ “ଘୁମୁସର ର ସ୍ବର” ସମ୍ମାନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। କବି ଗୌରୀପତି ଦାଶ, ବୈଷ୍ଣବ ଚରଣ ଦାଶ, ଲୋକନାଥ ସ୍ବାଇଁ, କୃଷ୍ଣଚନ୍ଦ୍ର ଡାକୁଆ, କବୀ ସୌଦାମିନୀ ମିଶ୍ର,ଗୌରୀଶଙ୍କର ମିଶ୍ର, ଧ୍ରୁବ ପାଣିଗ୍ରାହୀ,ସୁରେଶ ଚନ୍ଦ୍ର ପାଢ଼ୀ , ମନୋଜ କୁମାର ଦାସ ପ୍ରମୁଖ କବିତା ପାଠ କରିବା ସହ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ଭାଇଭଉଣୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ସର୍ବଶ୍ରୀ ଜି.ରାଜେଶ୍ବର ପାତ୍ର, ସୂର୍ଯ୍ୟ ନାରାୟଣ ସାମନ୍ତରା, କେ. ରାଘବ ଚରଣ ପାତ୍ର, ରାମଚନ୍ଦ୍ର ବିଷୋୟୀ ଓ ବୁଗୁଡ଼ା ସହରର ବହୁ ସାହିତ୍ୟ ପ୍ରେମୀ ସାମ୍ବାଦିକ,ବୁଦ୍ଧିଜିବୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରତିଷ୍ଠାନ ପକ୍ଷରୁ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।
——*——