ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ, ୧୦ କେନ୍ଦ୍ରରେ ୧୮୩୯ ଜଣ ପରୀକ୍ଷାର୍ଥୀ…
ବୁଗୁଡା : ତା ୨୦/୦୨/୨୪ : ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଛି । ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୨୭ଟି ହାଇସ୍କୁଲର ଫର୍ମ ପୂରଣ କରିଥିବା ମୋଟ ୧୯୧୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୩୯ ଜଣ ପରୀକ୍ଷା ଦେଇଥିବା ବେଳେ ୭୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାଯାଇଛି । ତେବେ ପରୀକ୍ଷା କେନ୍ଦ୍ରଗୁଡିକ ମଧ୍ୟରୁ ବୀରଧନଞ୍ଜୟପୁରସ୍ଥ ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ସର୍ବାଧିକ ୨୮୧ରୁ୨୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ୨୫୯ରୁ୨୪୨ ଜଣ , ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କେନ୍ଦ୍ରରେ ୨୨୨ରୁ ୨୦୮ ଜଣ , ବାଲିପଦର ହାଇସ୍କୁଲ କେନ୍ଦ୍ରରେ ୨୦୯ରୁ୨୦୮ ଜଣ , ତାଳସାକର ମହାମାୟୀ ହାଇସ୍କୁଲ କେନ୍ଦ୍ରରେ ୧୮୮ରୁ୧୭୮ ଜଣ , ପଙ୍କଳବାଡି ରିଜିଓନାଲ ଏଗ୍ରିକଲଚର ହାଇସ୍କୁଲ କେନ୍ଦ୍ରରେ ୧୭୮ରୁ୧୭୫ ଜଣ , ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ଗାର୍ଲସ୍ ହାଇସ୍କୁଲ କେନ୍ଦ୍ରରେ ୧୭୨ରୁ୧୭୦ ଜଣ , ପୋଚାଲୁଣ୍ଡି ଗ୍ରାମସ୍ଥ ମା କାଳୀ କୃଷକ ହାଇସ୍କୁଲ କେନ୍ଦ୍ରରେ ୧୫୨ ଜଣ , ମାଣିତରା ରିଜିଓନାଲ ହାଇସ୍କୁଲ କେନ୍ଦ୍ରରେ ୧୫୧ ଜଣ ଏବଂ କରଚୁଲି ଶକୁନ୍ତଳା ବିଦ୍ୟାପୀଠ କେନ୍ଦ୍ରରେ ସର୍ବନିମ୍ନ ୧୦୧ରୁ୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି ।