April 30, 2026

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ୱାମୀଙ୍କୁ ମିଳିଲା ଦୁଇ ଲକ୍ଷ୍ୟ ଟଙ୍କା……….

9o
Share

ଉମରକୋଟ ‌:-ବକଡ଼ାବେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜି ଗ୍ରାମର ହିତାଧିକାରୀ ମନ ଭତ୍ରାଙ୍କୁ ଜୀବନ ଜ୍ୟୋତି ବୀମା ଯୋଜନାରେ ଦୁଇ ଲକ୍ଷ୍ୟ ଟଙ୍କା ରୋ ସହାୟତା ରାଶି ପ୍ରଦାନ କରାଯାଇଛି। ଧୋଡ୍ରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ତରଫରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ମନ ଭତ୍ରାଙ୍କ ସ୍ତ୍ରୀ ମନଦେଇ ପୁଜାରୀ ଦୀର୍ଘ ବର୍ଷ ହେଲା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ରେ ଜମା ଖାତା ଖୋଲିଥିଲେ ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ମନଦେଇ ପୁଜାରୀ ୪୩୬ ଟଙ୍କା ବୀମା ରାଶି ପଇଠ କରୁଥିଲେ କିଛି ମାସ ପୂର୍ବେ ମନଦେଇ ପୁଜାରୀ ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ।ପରେ ତାଙ୍କ ନମିନିଙ୍କୁ ବୀମା ରାଶି ପ୍ରଦାନ ପାଇଁ ବ୍ୟାଙ୍କ୍ ତରଫରୁ ଉଦ୍ୟାମ ଆରମ୍ଭ ହୋଇଥିଲା। ସରକାରୀଙ୍କ ପକ୍ଷ ରୁ ଏହା ମଞ୍ଜୁର ହେବା ପରେ ଆଜି ବ୍ୟାଙ୍କ୍ ପରିସର ରେ ନମିନି ମନ ଭତ୍ରାଙ୍କୁ ବୀମା ରାଶି ପ୍ରଦାନ କରାଯାଇଛି। ସହାୟତା ରାଶିରୋ ଚେକ୍ ପ୍ରଦାନ ବେଳେ ଧୋଡ୍ରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ରୋ ଆଞ୍ଚଳିକ ଶାଖା ପ୍ରବନ୍ଧକ ଚିନ୍ମୟ ନାୟକ ଏବଂ ବ୍ୟାଙ୍କ୍ ରୋ ଅନ୍ୟାନ୍ୟ କର୍ମାରୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ନିଜକୁ ସାମିଲ କରି ଫାଇଦା ନେବାପାଇଁ ଆଞ୍ଚଳିକ ପ୍ରାବନ୍ଧିକ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed