April 30, 2026

ଗଜପତି:- ଏସଏଚଜି: ମାଧ୍ୟମରେ ମହିଳା ମାନଙ୍କ ଉନ୍ନତି ପାଇଁ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷ’ରୁ ଖଜୁରୀ ଗୁଡ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ

red
Share

ଗଜପତି ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କ ଆର୍ଥିକ ସ୍ଥିତି ସମେତ ଖାଦ୍ୟ ନିରାପତ୍ତା’ରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ବହୁମୂଲ୍ୟ ଜୈବିକ ଖତସାର ପ୍ରୟୋଗ କରାଯାଇ ଖଜୁରୀ ଚାଷ’ରୁ ଖଜୁରୀ ଗୁଡ ପ୍ରକ୍ରିୟା କରଣ କାର୍ଯ୍ୟକ୍ରମ କରା ଯାଉଥିବା ଜଣାଯାଇଛି । । ।
ଗଜପତି ଜିଲ୍ଲା’ରେ କାର୍ଯ୍ୟରତ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ରବି କିରଣ ସର୍ଭିସ୍ ସୋସାଇଟି (ଆର:କେ:ଏସ:ଏସ:) ଜିଲ୍ଲା’ର ବିଭିନ୍ନ ଗ୍ରାମାଞ୍ଚଳ’ରେ ଗରିବ , ଆଦିବାସୀ , ହରିଜନ ଓ ଅନ୍ୟାନ୍ୟ ପଛୁଆ ବର୍ଗ’ଙ୍କ ଉନ୍ନତି ଯଥା:- ନାଗରିକ ସମାଜ ସଶକ୍ତିକରଣ , ସ୍ଥାୟୀ କୃଷି , ଖାଦ୍ୟ ନିରାପତ୍ତା କରଣ , ପ୍ରାକୃତିକ ସମ୍ବଳ’ର ବିକାଶ , ସ୍ଵୟଂ ସହାୟକ ଗୋଷ୍ଠୀ , ଗ୍ରାମ ସଂଗଠନ , କୃଷକ ସଂଗଠନ , ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ , ଉତ୍ପାଦକ ଗୋଷ୍ଠୀ , ବ୍ୟବସାୟ ଗୋଷ୍ଠୀ କରି ସେମାନଙ୍କ ମାଧ୍ୟମରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକ କ୍ଷେତ୍ରରେ ଦୀର୍ଘ ପ୍ରାୟ ୧୨ ବର୍ଷ ଧରି ସକ୍ରିୟ ଭାବେ କାମ କରି ଆସୁଥିବା ସହ ସରକାର’ଙ୍କ ବିଭିନ୍ନ ବିଭାଗ ସହ ମିଳିତ ଭାବେ କାମ କରି ଆସୁଥିବା କୁହାଯାଇଛି ।
ଗ୍ରାମାଞ୍ଚଳ’ରେ ମହିଳା ମାନଙ୍କ ଖାଦ୍ୟ ନିରାପତ୍ତା କରାଯିବା’ର ମୂଳ ଲକ୍ଷ ଓ ଉଦେଶ୍ୟ ପ୍ରକାରେ ଜଣାଯାଏ ଯେ , ଗତ
୨୦୧୭ ମସିହା’ରେ ପ୍ରଥମ ଥର ପାଇଁ “ରବିକିରଣ ସର୍ଭିସ୍ ସୋସାଇଟି (ଆରକେଏସଏସ) ସ୍ୱେଚ୍ଛାସେବୀ ଅନୁଷ୍ଠାନ , ଜିଲ୍ଲା ନାବାର୍ଡ ଓ ଗଜପତି ଜିଲ୍ଲା ଆର: ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଲିବୁରି ସିଂ ଗ୍ରାମ ସ୍ଥିତ ତାଳ-ଗୁଡ ସୋସାଇଟି ମାଧ୍ୟମରେ ତାଳଗୁଡ଼ ପ୍ରସ୍ତୁତି ଉପକରଣ ଯୋଗାଇ ଦିଆଯିବା ସହ ପ୍ରସ୍ତୁତି ତାଲିମ ଦିଆ ଯାଇଥିଲା । ଏହା ପରୀକ୍ଷା ମୂଳକ ରା:ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରୁମୁଣ୍ଡା ଓ ଅତାରସିଙ୍ଗ ଗ୍ରାମରେ ଖଜୁରୀ ରସ’ରୁ ଖଜୁରୀ ଗୁଡ ବାହାର କରିବା ପାଇଁ ୯୦ ଜଣ ମହିଳା ମାନଙ୍କୁ ତାଲିମ ଦିଆ ଯାଇଥିଲା ।
ବର୍ତ୍ତମାନ ଏହା ଆର: ଉଦୟଗିରି ଓ ନୂଆଗଡ ବ୍ଲକ ୧୫ ଟି ଗ୍ରାମ’ର ୪୦ ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀ’ର ୩୦୦ ମହିଳା’ଙ୍କୁ ନେଇ ୧୦ ଟି ଉତ୍ପାଦକ ଗୋଷ୍ଠୀ ଗଠନ କରିବା ପାଇଁ ନିଷ୍ପତି ନିଆ ଯାଇଥିବା ଜଣାଯାଇଛି । ।
ଖଜୁରୀ ଗଛ’ରୁ ରସ ବାହାର କରି ସେଥିରେ ଖଜୁରୀ ଗୁଡ ଓ ପାଉଡର ତିଆରି କରାଯାଉଛି । ଏହାର ବ୍ୟବହାର କରିବା ଦ୍ଵାରା ଏହା ସ୍ୱାସ୍ଥ୍ୟପ୍ରତି ବେଶ ଉପଯୋଗୀ ଓ ସ୍ୱାସ୍ଥ୍ୟ’କୁ ସୁସ୍ଥ ରଖିବା ସହ ବିଭିନ୍ନ ପ୍ରକାର ରୋଗ ଦାଉ’ରୁ ରକ୍ଷା କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଦିଗରେ ବେଶ ସହାୟକ ହୋଇଥାଏ ।
ଏହି ଖଜୁରୀ ଗୁଡ ଓ ପାଉଡର’ର ବଜାରୀକରଣ ବ୍ୟବସ୍ତା ପ୍ରକାରେ ଜଣାଯାଏ ଯେ , ଅମଳ ଠାରୁ ଉତ୍ପାଦନ ମଧ୍ୟରେ ଯେତିକି ପରିମାଣ’ର ଖର୍ଚ୍ଚ ହୋଇଥାଏ , ଏହା’ର ବଜାରିକରଣ ବ୍ୟବସ୍ଥା’ରେ ଏଥିରେ ପ୍ରାୟ ୨ ଗୁଣା ମୂଲ୍ୟ’ର ଲାଭ ମିଳୁଥିବା ବେଳେ ଏହା ଭୁବନେଶ୍ବର , ମୁମ୍ବାଇ , କୋଲକାତା , ହାଇଦ୍ରାବାଦ ପ୍ରଭୃତି ସହରାଞ୍ଚଳ’ରେ ଚାହିଦା ଓ ଦର୍ ଅଧିକ ଥିବା ଜଣାଯାଏ ।
ଏହି ଖଜୁରୀ ଗୁଡ’ର ବ୍ୟବହାର କହିଲେ ଏହାଦ୍ୱାରା ଚା , ପିଠା , ଲଡୁ , କାକରା , ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି’ରେ ବ୍ୟବହାର କରା ଯାଇଥାଏ ।
ଏହାଦ୍ବାରା ମହିଳା ମାନେ ସ୍ୱାବଲମ୍ବୀ ହୋଇ ସେମାନଙ୍କ ଆର୍ଥିକ ସ୍ଥିତି’ରେ ଏକ ପରିବର୍ତ୍ତନ ଆଣିବାରେ ବେଶ ସହାୟକ ହୋଇଥାଏ ।
ଏହି ଖଜୁରୀ ଚାଷ’ରୁ ଚାଷୀ’ଙ୍କୁ ଖଜୁରୀ ଗୁଡ ଓ ପାଉଡର ପ୍ରସ୍ତୁତି କରିବା କ୍ଷେତ୍ରରେ ବର୍ଷରେ ୪ ମାସ କେବଳ ଆଦାୟ ହେଉଥିବା ବେଳେ ଏଥିରୁ ପ୍ରତି ପରିବାର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟ ହେଉଥିବା କୁହାଯାଇଛି ।
ଏ ସବୁ କ୍ଷେତ୍ରରେ ସବୁ ଠିକଠାକ ଥିବା ବେଳେ ଏଥିରେ ଚାଷୀ’ଙ୍କୁ ମୁଖ୍ୟତଃ ଉତ୍ପାଦିତ ସାମଗ୍ରୀ’ର ଉପଯୁକ୍ତ ବଜାରିକରଣ ବ୍ୟବସ୍ଥା ସହ ସମୟ ଅନୁଯାୟୀ ଋଣ ଟଙ୍କା ଠିକ ଭାବେ ମିଳୁ ନ ଥିବା ଏହା ମୁଖ୍ୟ ସମସ୍ୟା ହୋଇପଡିଛି ।
ତେବେ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀ’ଙ୍କ ଠିକ୍ ସମୟରେ ଋଣ ମିଳିବାର ସମସ୍ୟା ଓ ବଜାରୀକରଣ ବ୍ୟବସ୍ଥା ପ୍ରତି କାର୍ଯ୍ୟରତ ରବିକିରଣ ସର୍ଭିସ୍ ସୋସାଇଟି (ଆରକେଏସଏସ:) ଏବଂ ଗଜପତି ଜିଲ୍ଲା ନାବାର୍ଡ ସଂସ୍ଥା ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଏ କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ୬୦ % ରୁ ୭୦% ଭାଗ ମହିଳା’ଙ୍କୁ ଖଜୁରୀ ଗୁଡ ତିଆରି କାର୍ଯ୍ୟକ୍ରମ’ରେ ସାମିଲ କରି ଏହାର ବଜାରିକରଣ ବ୍ୟବସ୍ତା କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର:କେ:ଏସ:ଏସ: ପକ୍ଷ’ରୁ ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ସୂଚନା ଦେଇ ଜଣାଇଛନ୍ତି।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)

You may have missed