ସରପଞ୍ଚଙ୍କ ରାଜସ୍ଥାନ ସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପ ଠାରେ ତିନିଦିନିଆ କାର୍ମଶାଳା। ଗଜପତି ଜିଲ୍ଲାର ଦୁଇ ସରପଞ୍ଚଙ୍କ ଯୋଗଦାନ…
ପାରଳାଖେମୁଣ୍ଡି,ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଶାର ୧୦ ଟି ଆକାଂକ୍ଷା ଜିଲ୍ଲା ଓ ୨୦ ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା,ଛତିଶଗଡ଼,କେରଳ, ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର ସମସ୍ତ ସରପଞ୍ଚ ମାନଙ୍କ ମଧ୍ୟରେ ନିଜର ବ୍ୟକ୍ତିତ୍ଵକୁ ବୁଝିବା,ଦଳଗତ କାର୍ଯ୍ୟ କରିବା,ଗ୍ରାମ ପଞ୍ଚାୟତର କାର୍ଯ୍ୟ ଶୈଳୀକୁ ବୁଝିବା,ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଓ ସୁବିଧା ପ୍ରଦାନକାରୀ ଦଳର ପଞ୍ଚାୟତର ବିକାଶ ଯୋଜନା ବନେଇବା ରେ ଭୂମିକା,ନିରନ୍ତର ବିକାଶ ଲକ୍ଷ୍ୟକୁ ସ୍ତାନୀୟ କରଣ କରିବା ସହ ଶିଶୁ ପ୍ରିୟ,ସୁସ୍ଥ,ମହିଳା ଅନୁକୂଳ,ସ୍ୱଛ ଓ ସବୁଜ ଗ୍ରାମ ଏବଂ ପର୍ଯ୍ୟାପ୍ତ ଜଳଥିବା ଗ୍ରାମ ବନେଇବା ରେ ସରପଞ୍ଚଙ୍କ ମୁଖ୍ୟ ଭୂମିକାକୁ ନେଇ ଏହି ପ୍ରଶିକ୍ଷଣ ରେ ଶିକ୍ଷା ଦିଆଯାଇଥିଲା l ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରପଞ୍ଚ ମାନେ ଉତ୍ସାହର ସହ ଶିଖିବା ସହ ଆଗାମୀ ଦିନରେ ନିଜର ଗ୍ରାମ ପଞ୍ଚାୟତକୁ ସଶକ୍ତ ବନେଇବା ନେଇ ସଂକଳ୍ପ ନେଇଥିଲେ | ଏହି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ରୁ ସୁଭାନିତ ରଇତ ଓ ଆର.ଉଦୟଗିରି ବ୍ଲକ ରୁ ଶ୍ରୀଧର ପ୍ରଧାନ ଶିକ୍ଷଣ ନେଇଥିଲେ।