ଓର୍ମାସ ପକ୍ଷରୁ ବ୍ଲକ ସ୍ତରୀୟ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ….
ଉମରକୋଟ:-ମୁଖ୍ୟମନ୍ତ୍ରୀ ମକା ମିଶନକୁ ନେଇ ଓରମାସ ପକ୍ଷରୁ ଗଠିତ ଭସ୍କେଲ ଚିରସ୍ରୋତା ଏଫ ପି ଓ ପକ୍ଷରୁ ବାର୍ଷିକ ଅଧିବେଶନ ଉମରକୋଟ ଆରଏମସି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲାପାଳ ଡକ୍ଟର କୋମଳ ଲଚନ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଜୟପୁର କେସିସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଲ୍ୟାମ୍ପ ନିର୍ଦ୍ଦେଶକ ରମା ରାଉଳ , ଓବିସି ଓ ଏଫଡିସିସି ଅଧ୍ୟକ୍ଷ ରାମ ଚନ୍ଦ୍ର ବିଷୋୟୀ, ଲ୍ୟାମ୍ପ ସଂଘର୍ ନିର୍ଦ୍ଦେଶକ ଭୀମ ହରିଜନ, ବିଜୁ ବିକେବିକେ ଯୋଜନା ର ଉପଦେଷ୍ଟା ଶୁକଦେବ ଗଣ୍ଡ, କେସିସି ନିର୍ଦ୍ଦେଶକ ଶ୍ୟାମ ଲାଲ ବଂଜାରା,ଆତ୍ମା ଅଧ୍ୟକ୍ଷ ଶରତ ଚନ୍ଦ୍ର ବେହେରା,ଉମରକୋଟ ପୌର ଅଧକ୍ଷା ରାଧା ଭତ୍ରା ,ଆମ ଓଡ଼ିଶା ନବିନ ଓଡ଼ିଆ ର ନବରଙ୍ଗପୁର ଜିଲା ସଂଯୋଜିକା ମଞ୍ଜୁଳା ମାଝୀ ଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ମକା ମିଶନର ଆଭିମୁଖ୍ୟ, ସଂଗଠନର ଦାଇତ୍ୱ ଓ ଏହା କିଭଳି ପରିଚାଳିତ ହେଉଛି ଏବଂ ଚାଷୀଙ୍କ ହିତ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ଏହାକୁ ସଫଳ ରୁପାୟନ କରିବା ପାଇଁ କୃଷି ଉତ୍ପାଦନ କାରୀ ସଂଗଠନ ଗଠନ କରାଯାଇଛି । ଏଥିରେ ବିଶେଷ ଭାବେ ମହିଳା ମାନେ ବ୍ୟବସାୟ କରି କିଭଳି ସ୍ୱାବଲମ୍ବୀ ହୋଇ ପାରିବେ ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଥିଲେ। କୃଷି ଋଣ ସମେତ ଅବର୍ତ୍ତନ ପାଣ୍ଠି ମଧ୍ୟ ପ୍ରଦାନ କରାଯାଉଛି । ଏହାକୁ ସଦୁପଯୋଗ କରି ଆର୍ଥିକ କ୍ଷେତ୍ରରେ ସଂଗଠନ ଗୁଡ଼ିକ ଦୃଢ଼ୀଭୂତ ହେବାକୁ ଈଶ୍ୱର ପାଣିଗ୍ରାହି ପରାମର୍ଶ ଦେଇଥିଲେ । ଓରମାସ ଡେପୁଟି ସିଇଓ ଏ.ଉମା ମହେଶ କୃଷି ଉତ୍ପାଦନ କାରୀ ସଂଗଠନକୁ ଓର୍ମାସ ତାଲିମ, ମକା କିଣିବା ପରେ ଏହାର ବିକ୍ରି ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ଓର୍ମାସ ଡେପୁଟି ସିଇଓ ଏ.ଉମା ମହେଶ ସୂଚନା ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଏମବିକେ ମହିଳା ମାନଙ୍କୁ କେସିସି ବ୍ୟାଙ୍କ ପକ୍ଷରୁ ୯ଟି ସ୍କୁଟି ମଟର ବାଇକ ବିନା ସୁଧରେ ପ୍ରଦାନ କରାଯାଇଛି ଏବଂ ମକା ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ପାଞ୍ଚ ଜଣ ମକା ଚାଷୀ ଙ୍କୁ କେସିସି ବ୍ୟାଙ୍କ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ଋଣ ବିନା ସୁଧ ରେ ଦିଆଯାଇଛି।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)