May 31, 2025

ଡକ୍ଟର ସନ୍ତୋଷ କୁମାର ପଣ୍ଡା ପାଇଲେ ମୂଖ୍ୟ ମନ୍ତ୍ରୀ ପୁରସ୍କାର..

Share

 

ଉମରକୋଟ – ଉମରକୋଟ ହସ୍ପିଟାଲ୍ ରେ କାର୍ଯ୍ୟରତ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ସନ୍ତୋଷ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀ ପୁରସ୍କାର ହାସଲ କରିଛନ୍ତି। ଭୁବନେଶ୍ୱର ଲୋକ ସେବା ଭବନରେ ରାଜ୍ୟ ସରକାର ଙ୍କ ସ୍ଵାସ୍ଥ୍ୟ ବିଭାଗ ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବ ରେ ଡକ୍ଟର ପଣ୍ଡାଙ୍କୁ ସମ୍ମାନୀତ କରାଯାଇଛି। ସ୍ଵାସ୍ଥ୍ୟ କ୍ଷେତ୍ର ରେ ଡକ୍ଟର ପଣ୍ଡା ଙ୍କ ଉଲେଖ ନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ମିଳିଥିବା ସ୍ଵାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ ଡକ୍ଟର ପଣ୍ଡା ଙ୍କୁ ଲେଖୀ ଥିବା ପତ୍ର ରେ ଉଲ୍ଲେଖ କରି ଛନ୍ତି। ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଚର ପଣ୍ଡା ଙ୍କୁ ଏହି ସମ୍ମାନ ରେ ସମ୍ମାନୀତ କରିଚନ୍ତି। ସୂଚନା ଯୋଗ୍ୟ ଯେ ଡକ୍ଟର ପଣ୍ଡା ଉମରକୋଟ ର ସ୍ଥାୟୀ ବାସିନ୍ଦା ଓ ଏହି ଅଞ୍ଚଳରୁ ହିଁ ନିଜର ଡାକ୍ତରୀ ଜୀବନ ଆରମ୍ଭ କରିଥିବା ବେଳେ ନିଜର ପ୍ରାକ୍ ଡାକ୍ତରୀ ଶିକ୍ଷା ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମ୍ପାଦିତ କରିଥିଲେ । ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ଭେଷଜ ବିଦ୍ୟାରେ ପ୍ରଥମେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟରୁ ଶିଶୁ ରୋଗ ବିଶେଷଜ୍ଞ ଭାବେ ସ୍ନ।ତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ତାଙ୍କର ଶାନ୍ତ, ନିରାଡମ୍ବର ଓ ନମ୍ର ସ୍ଵଭାବ ଯୋଗୁଁ ଏହି ଅଞ୍ଚଳରେ ରୋଗୀ ଓ ସ।ଧାରଣ ଜନତା ଙ୍କ ମଧ୍ୟ ରେ ବେଶ ଲୋକ ପ୍ରିୟ ଅଟନ୍ତି। ଏତଦ ବ୍ୟତୀତ ରୋଗ ନିରୂପଣ ଓ ନିଦାନର ଦକ୍ଷତା କୁ ବେଶ ଭାବେ ପ୍ରତି ପ।ଦନ କରି ପାରନ୍ତି ଡକ୍ଟର ପଣ୍ଡା। ପୁରସ୍କାର ଖବର ପାଇବା ପରେ ଶୁଭେଚ୍ଛୁ, ବନ୍ଧୁ, ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ପକ୍ଷ ରୁ ଡକ୍ଟର ପଣ୍ଡା ଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed