April 21, 2025

ଖାଦ୍ୟ ସୁରକ୍ଷା ଯୋଜନା ରେ ରାସନ୍ କାଡ଼ ଧାରି ଙ୍କୁ ବ୍ୟାଗ୍ ବଣ୍ଟନ…

Share

                                                                                                                                                                                 ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତ ଠାରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ପ୍ରତ୍ୟେକ ରାସନ୍ କାଡ଼ ହିତାଧିକାରୀ ଙ୍କୁ ସ୍ଥାନୀୟ ସରପଞ୍ଚ ଡାଳିମ୍ବ ଗମାଙ୍ଗ ସମିତି ସଭ୍ୟା ସୁଶ୍ରୀ ଶିବାନୀ ବେହେରଦଳାଇ ବ୍ୟାଗ୍ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି ।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ବରିଷ୍ଠ ସମାଜସେବୀ ଜଗବନ୍ଧୁ ଦାସ ଯୋଗ ଦେଇ ପଞ୍ଚାୟତର ରାସନ୍ କାଡ଼ ହିତାଧିକାରୀ ଙ୍କୁ ବ୍ୟାଗ୍ ବଣ୍ଟନ ସହ ମାନ୍ୟବର ଓଡିଶା ସରକାରଙ୍କ ଜନହୀତକାର ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି ।ଯେପରି ଓଡିଶା ସରକାରଙ୍କ ମମତା କାଡ଼ ଯୋଜନା ରେ ୫୦୦୦ଟଙ୍କା ରୁ ୧୦.୦୦୦ କୁ ବ୍ରୁଦ୍ଧି ଆର୍ଥିକ ସହାୟତା, ଭତ୍ତା ୫୦୦ ଟଙ୍କା ରୁ ୧୦୦୦ ଟଙ୍କା ବ୍ରୁଦ୍ଧି ଏହି ପରି ଜନହୀତକାର ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି ।ଏହି ସବୁ ଯୋଜନା ମାନ ରାଜ୍ୟ ସରକାରଙ୍କ ଦ୍ୱାରା ଜନସାଧାରଣ ଠିକ୍ ସମୟରେ ପାଉଥିବା ରୁ ମାନ୍ୟବର ଓଡିଶା ସରକାର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତଥା ୫ଟି ସଚିବ ଭି.କେ ପାଣ୍ଡିଆନ କୁ ଅଶେଷ ଧନ୍ୟବାଦ ଅର୍ପଣ କରିବା ସହ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଆନନ୍ଦର ଝଲକ ଦେଖିବାକୁ ମିଳିଛି।(ମୁକେଶ ପ୍ରଧାନ ରା,ଉଦୟଗିରି ଗଜପତି)