November 26, 2024

କୁମୁଣ୍ଡିରେ ପଞ୍ଚଦଶତମ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ….

Share

ବେଲଗୁଣ୍ଠା,ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ବସନ୍ତ ପାଞ୍ଚମୀ ତିଥିରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଗ୍ରାମର ଏହା ପଞ୍ଚଦଶତମ ନାମଯଜ୍ଞ ହୋଇଥିବା ବେଳେ ନାମ ଆଚାର୍ଯ୍ୟ ତଥା ସୋରିଷମୂଳି ନୃସିଂହନାଥ ଆଶ୍ରମ ମହନ୍ତ ସୁଧାନନ୍ଦ ମହାରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ନାମ ଯଜ୍ଞରେ କୁମୁଣ୍ଡି ସମେତ ଖରିଡ଼ା,ନେଟେଙ୍ଗା,ମାଳତୀବାଡ଼ି ଏବଂ ସାନଖୋଲି ଗ୍ରାମର ସଂକୀର୍ତ୍ତନ ଦଳ ଅଖଣ୍ଡ ନାମ ପରିବେଷଣ କରୁଛନ୍ତି I କୁମୁଣ୍ଡି ବେଲଗୁଣ୍ଠା ବ୍ଳକ୍ ର ଏକ ଉପାନ୍ତ ଗ୍ରାମ ହୋଇଥିଲେ ମଧ୍ୟ ନାମଯଜ୍ଞ ଦେଖିବା ସହିତ ପ୍ରସାଦ ସେବନ ପାଇଁ ନିକଟସ୍ଥ ଗାଙ୍ଗପୁର, ବୋରୀ,ବିଞ୍ଝଗିରୀ,ଗୋପନଗର ସମେତ ଆଖପାଖ ବିଭିନ୍ନ ଗ୍ରାମରୁ ଲୋକଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଛି I ଗ୍ରାମରେ ଏକ ଉତ୍ସବମୟ ପରିବେଶ ସୃ୍ଷ୍ଟି ହୋଇଥିବା ବେଳେ ମାଆ ଠାକୁରାଣୀ ଗ୍ରାମ୍ୟ ଅନୁଷ୍ଠାନ, ଯୁବ ଗୋଷ୍ଠୀ ଏବଂ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି I ଆସନ୍ତା ଶନିବାର ସକାଳେ ଏହି ଯଜ୍ଞ ସମାପନ ହେବ I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.