November 27, 2024

( ଜଗତସିଂହପୁର ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ )

Share

                                                                                                                                                                                                                                                                                                                                                                              ଜଗତସିଂହପୁର ଜ଼ିଲ୍ଲା ସଦରମହକୁମା ସ୍ତିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂଗଠନ ପକ୍ଷରୁ ହୀରକ ଜୟନ୍ତୀ ସମାରୋହ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ରେ ମହାସମାରୋହରେ ପାଳିତ ହୋଇଯାଇଛି , ଏହି ଉତ୍ସବ ରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷ୍ୟା ହିଁ ପିଆଲମାନ ଙ୍କୁ ଦିଗଦର୍ଶନ ଦେଇଥାଏ ବୋଲି କହିଥିଲେ ,ପୁରାତନ ଛାତ୍ରୀ ସଂଗଠନ ପକ୍ଷରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ଏକ ଶୋଭାଯାତ୍ରାରେ ସରକାରୀ ବାଳିକା ବିଦ୍ୟାଳୟ ଠାରୁ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା, ପରେ ସଂସ୍କୃତି ଭବନରେ ଅନୁଷ୍ଠିତ ସଭାରେ ହୀରକ ଜୟନ୍ତୀ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଅନ୍ୟମାନଂକ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜସେବୀ ରୀନା ରାଉତରାୟ , ସମ୍ନାନିତ ଅତିଥିଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ସିଂହ ଓ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଲୋଚନ ଦେଇ ,ବାସନ୍ତୀ ସ୍ୱାଇଁ,ଅଙ୍ଗୁର ନନ୍ଦୀ,ଙ୍କ ସମେତ ପୁରାତନ ଛାତ୍ରୀ ସଂଗଠନ ସମ୍ପାଦିକା ସ୍ମରୀତା ଖଟୁଆ ପ୍ରମୁଖ ଯୋଗଦେଇ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଐତିହ ଓ ସୁଖ୍ୟାତି ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ,ସ୍କୁଲ ର କୃତି ଛାତ୍ରୀ ମାଙ୍କୁ ପୁରସ୍କୃତ କରାଯାଇଥିଲା ଓ ଶେଷରେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା,ଏଥିରେ ତତ୍ୱାଧିକା ପୁରାତନ ଛାତ୍ରୀ ,ଅଭିଭାବକ ,ଶିକ୍ଷୟତ୍ରୀ ,ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ଥିଲେ ,ଏହି ଅବସରେ ପୁରାତନ ଶିକ୍ଷୟତ୍ରୀ ମାନେ ସେମାନଙ୍କ ସହକର୍ମୀ ମାନଂକୁ ଦେଖି ଭାବ ବିହ୍ଵଳ ହୋଇଯାଇଥିଲେ ,ଏହି ଦୂର୍ଷ୍ୟ ସମସ୍ତଙ୍କୁ ଆଚମ୍ବିତ କରିଥିଲା , (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )