April 20, 2025

ଅନ୍ତିମ ଦିନ ରେ ଭୂତମୁଣ୍ଡାଇ ପଞ୍ଚାୟତରେ ଆମ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,…

Share

                                                                                                                                                                                      ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ ଭୂତମୁଣ୍ଡାଇ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅନ୍ତିମ ଦିନ ରେ ସୁନାମଧନ୍ୟ ସରପଞ୍ଚ ରୋହିତ ଜେନା ଙ୍କ ତତ୍ତ୍ଵାବଧାନରେ ସରକାରଙ୍କର ଭିନ୍ନ ପ୍ରୟାସ ଆମ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅତି ଉଚ୍ଚ କୋଟିର ଓ ହୃଦୟ ସ୍ପର୍ସୀ ହୋଇପାରିଥିଲା।ବିଶେଷ କାର୍ଯ୍ୟ କ୍ରମେ ଉପରେ ଲୋକମାନଙ୍କୁ ସଚେତନ କରେଇ ଦିଆଯାଇଥିଲା ତଥା ଗ୍ରମାଅଞ୍ଚଳ ଭିତି ଭୂମିର ବିକାଶ,ଜଗନ୍ନାଥ ସଂସ୍କୃତିର ବିକାଶ,ଧାର୍ମିକ ସ୍ତଳିଗୁଡ଼ିକର ବିକାଶ,ମହିଳା ସଶକ୍ତିକରଣ, ସେବାରେ ବିକାଶ,ବିଦ୍ୟାଳୟ ଗୁଡ଼ିକର ରୁପାନ୍ତ ରି କରଣ,ଖେଳ କସରତର ବିକାଶ,ପର୍ଯ୍ୟଟନ ସ୍ଥାନ ଗୁଡିକର ବିକାଶ,ସୁଲଭ ମୂଲ୍ୟରେ ଗମନା ଗାମନ ଓ ଯୋଗାଯୋଗର ସୁବିଧା,ଏହି କାର୍ଯ୍ଯକ୍ରମରେ ହିତ ଉପଦେଶୀ ବ୍ୟକ୍ତି ବିଶେଷ ଯୋଗଦାନ କରି ଜନତାର ହିତ ସାଧନା କରୁଥିବା ବିଷୟ ଉପରେ ଆଲୋକ ପାତ କରି ସଭାର ଶୋଭା ମଣ୍ଡନ କରିଥିଲେ,। ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ , ସମ୍ମାନୀତ ଅତିଥି ଭାବେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରାସାଦ ସ୍ଵାଇଁ, 3ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ବେହେରା, 4ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା କନକ ପ୍ରଭା ବେହେରା , କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବାଗୋଇ ସରପଂଚ ପ୍ରଭାଞ୍ଜାଳି ସେଠୀ, ପଙ୍କପାଳ ସରପଂଚ ସରୋଜ ସେଠୀ,CRCC ର ପ୍ରସନ୍ନ କୁମାର ସେଠୀ, ବିଭିନ୍ନ ପଞ୍ଚାୟତ ର ସେମିତି ସଭ୍ୟ ସଭ୍ୟା ଯୋଗଦେଇ ଜଗନ୍ନାଥଙ୍କ ଫଟୋରେ ପ୍ରଦୀପ ପ୍ରଯୋଲାନ ଓ ପୁଷ୍ପ ଅର୍ପଣ କରି ଉଦ୍ଘାଟନ କରିଥିବା ସହ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ଆଲୋକପାତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ହଜାର ହଜାର ଜନ ସାଧାରଣ ଙ୍କୁ ଦେଖିବାକୁ ମିଳିଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗୱାଡ଼ି କର୍ମୀ, ଆଶା କର୍ମି,ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, CRP, MBK ,ସାମ୍ୱାଦିକ ଓ ଛାତ୍ର ଛାତ୍ରୀ ପ୍ରମୁଖ ଙ୍କୁ ସରପଂଚ ସମ୍ବର୍ଦ୍ଧିତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ର ସୁପରିଚାଳନା ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଶେଷରେ ପଞ୍ଚାୟତର PO ପ୍ରମୋଦ ପାଲ୍ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲି। ସେ ଜଣେ ସମାଜ ସେବୀ ସେ ସର୍ବଦା ସମାଜର ହିତ ସହିତ ଜନତାର ସେବାରେ ନିଜକୁ ନିୟୋଜିତ କରିଥାନ୍ତି,ସେ ସର୍ବଦା ଲୋକ ମାନଙ୍କର ସେବା ସମ୍ମାନ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଆରୋପ କରିଥାନ୍ତି, ପଞ୍ଚାୟତର ଉନ୍ନତି କରଣ ସହ ଜନତାର ହିତ ସାଧନାରେ ଚେଷ୍ଟିତ,ଆମ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ପାଇଁ ଆସିଥିବା ଧାର୍ଯ୍ୟ ପାଣ୍ଠିର ସଦୁପଯୋଗ ଠିକ୍ ଉପାୟରେ ହୋଇଛି ବୋଲି ପଞ୍ଚାୟତ ବାସି ତଥା ସାଧାରଣ ଜନତା ଭତମୁଣ୍ଡାଇ ସରପଞ୍ଚ ରୋହିତ ଜେନା ଙ୍କୁ ସାଧୁବାଦ ସହ ଧନ୍ୟବାଦ୍ ମଧ୍ୟ ଜଣାଇଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)