June 18, 2026

ସ୍ଵାଦ ସ୍ବେଛାସେବୀ ସଂସ୍ଥା ପକ୍ଷରୁ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ..

4r
Share


ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଆଜି ଆଡମ୍ବର ସହ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଏକାଧିକ ସାଂସ୍କୃତିକ ଦଳ ଭାଗ ନେଇଥିଲେ। ସମସ୍ୟା ଦଳକୁ ସଂସ୍ଥା ସମ୍ମାନିତ କରିଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ମୁଖ୍ୟ ଫା. ବିମଳ କୁମାର ନାୟକ ଯୋଗଦେଇ ସଂସ୍ଥାର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଅଞ୍ଚଳ ବାସୀଙ୍କ ନିକଟରେ ପ୍ରକାଶ କରିବା ସହ ଅତିଥି ଭାବେ ସ୍ଥାନୀୟ ବୁଦ୍ଧିଜୀବୀ ମଧୁସୁଦନ ପାଢ଼ୀ, ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମଲ୍ଲିକ, ମହିଳା ସାଂସ୍କୃତିକ ସଂଯୋଜିକ ମମତା ମଲ୍ଲିକ, ପ୍ରକଳ୍ପ ସଂଯୋଜକ ନରେଶ ରଣଜିତ୍, ସହ-ସଂଜୋଜିକ ସିଷ୍ଟର.ଅଲ୍ଫଂସା, ଙ୍କ ସମେତ ବିଭାଗ ର କର୍ମଚାରୀ ବିକ୍ରମାଦିତ୍ୟ ସାମଲ, କୈଳାସ ସିଂ, ମନୋଜ ନାୟକ, ଆମର ଜୟପତି ଙ୍କ ସହ ନିର୍ମଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

You may have missed