November 23, 2024

ସାଇକେଲ ପରେ ମଧ୍ୟାହ୍ନ ଭୋଜରେ ଆସିଲା ବଡ ନଜର:ଭୋକିଲା ପେଟରେ ଫେରୁଛନ୍ତି ପିଲାଏ…

Share

ମଧ୍ୟାହ୍ନ ଭୋଜନକୁ ନେଇ ପିଲାଙ୍କ ଖାଦ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ:ମାଇଲେଜ ନେଇପାରିବତ ସରାକର

ପରୀକ୍ଷା ଓ ନିର୍ବାଚନ ଋତୁରେ ପିଲାଙ୍କ ଖାଦ୍ୟମନ୍ତ୍ରୀ ବୁଣିଲେ ନୂଆଁ ବିହନ, ଆଦାୟ ନିଷ୍ପତ୍ତି ସରକାର ଉପରେ ନିର୍ଭର

ଅଙ୍କେଶ ଦେଖାଇଛନ୍ତି ନୂତନ ଦିଶା:ମଧ୍ୟାହ୍ନ ଭୋଜନରେ ଭୋଟ ବେଉସା

ସମ୍ବଲପୁର:(ଡା.ରାଜାରାମ ଷଡଙ୍ଗୀ)ସରକାର ଯୋଜନା କରନ୍ତି। ଏହାର ସୁଫଳ ପାଇଁ । କିନ୍ତୁ ସରକାରୀ ନିଷ୍ପତ୍ତିରେ ରହିଯାଉଥିବା ତୃଟୀ ଯୋଗୁଁ ସଫଳତା ପଛରେ ବିଫଳ ଦିଗର ଚିତ୍ର ବାରି ହୋଇପଡେ । ଏଭଳି ଏକ ଚିତ୍ର ଜମନକିରା ବ୍ଲକ ଚିନିମହୁଲରୁ ଜଣେ ଛାତ୍ର ସମ୍ବଲପୁର ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣି ଦେଖାଇଛନ୍ତି ନିୟମ ବଦଲାଇକୁ ଏକ ଦୃଷ୍ଟାନ୍ତ ମୂଳକ ମାନବିକତାର ପରିବର୍ତ୍ତନର ଆବଶ୍ୟକତାକୁ।
କେବଳ ବାଳିକା ମାନଙ୍କୁ ରାଜ୍ୟ ସରକାର ସାଇକେଲ ଦେଇ ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହିତ କରୁଥିବା ବେଳେ କେବଳ ଏହି ଗୋଟିଏ ସାଇକେଲ ପାଇଁ ଜଣେ ଛାତ୍ର କିପରି ପାଠ ଛାଡି ସ୍କୁଲ ଉପରେ ମୁହଁ ମୋଡି ଦେଇ ସ୍କୁଲ ମାଟି ମାଡି ନଥିବା କାହାଣୀ ପ୍ରକାଶ ପାଇବା ପରେ ସମସ୍ତ ହାଇସ୍କୁଲ ଶିକ୍ଷାର୍ଥୀଙ୍କୁ ସାଇକେଲ ଦେବା ଭଳି ରାଜ୍ୟ ସରକାରଙ୍କ ଘୋଷଣା କାହାକୁ ଅଛପା ନଥିବ।
ଏହି ପ୍ରତିନିଧି ପିଲାଙ୍କ ଡ୍ରପ ଆଉଟ୍ ହେବା କାରଣ ନେଇ ଏଭଳି ଏକ ବାସ୍ତବ ଚିତ୍ର ସାମ୍ନାକୁ ଆଣିଥିଲେ। ଏହି ଘଟଣାବି ଥିଲା ଜମନକିରା ବ୍ଲକ୍ ମୁଣ୍ଢେନପାଲି ପଞ୍ଚାୟତର ଇନ୍ଦିରା ଗାନ୍ଧୀ ଆଦିବାସୀ ଉଚ୍ଚବିଦ୍ୟାଳୟର ଘଟଣା। ୨୦୦୯/୧୦ ମସିହାର କଥା। ନବମ ଶ୍ରେଣୀରେ ସୁଦାମ ଭୋଇ ନାମକ ଜଣେ ମାତ୍ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପାଠ ପଢୁଥିଲେ । ଦେଖିବାକୁ ଗଲେ ସୁଦାମ ଥିଲେ ସମସ୍ତଙ୍କ ମଧ୍ୟରୁ ଗରୀବ ଶ୍ରେଣୀର।କିନ୍ତୁ ସମସ୍ତ ଛାତ୍ରୀମାନଙ୍କୁ ସାଇକେଲ ଦିଆଗଲା କିନ୍ତୁ ଏକା ଛାତ୍ର,ଦୂର ଯାଗାରୁ ଆସୁଛନ୍ତି ପୁଣି ସମସ୍ତଙ୍କ ଠାରୁ ଗରୀବ ହୋଇବି ସରକାରଙ୍କ ଯୋଜନାରେ ସେ ଅଯୋଗ୍ୟ ହୋଇଥିବାରୁ ବହୁତ ମନସ୍ତାପ କଲେ।ନିଷ୍ପତ୍ତି ନେଲେ ସେ ସ୍କୁଲ ଯିବେ ନାହିଁ।ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସୁଦାମଙ୍କ ଭାଷାରେ ପାତର ଅନ୍ତର କହିଲେ ।ପୁଣି କାହାକୁ ପ୍ରୋତ୍ସାହନତ କାହାକୁ ନିରୁତ୍ସାହ କରିବା ଭଳି ସରକାର ମାରଣ ନୀତି ଧରିଥିବା ତାଙ୍କ ମନର ପରିଭାଷାକୁ ପ୍ରକାଶ କରିଥିଲେ । ଯାହାକି ଏହି ପ୍ରତିନିଧି ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ କରିବା ପରେ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନେଇଥିଲେ । ଯାହାକି ପରବର୍ତ୍ତି ସମୟରେ ଓଡିଶା ସରକାର ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀଙ୍କୁ ସାଇକେଲ ବଣ୍ଟନ ଭଳି ନିୟମରେ ପରିବର୍ତ୍ତନ ଆଣିଥିଲେ ।ଅବଶ୍ୟ ନିଜର ପ୍ରିୟ ସହପାଠୀ ସୁଦାମର ଏ ମନ କଥା ଜାଣି ସମସ୍ତେ ଚାନ୍ଦା ସଂଗ୍ରହ କରି ସାଇକେଲ କିଣି ସୁଦାମକୁ ଉପହାର ଦେଇ ସ୍କୁଲକୁ ଫେରାଇ ଆଣିବାରେ ସହପାଠୀ ମାନଙ୍କ ଏହି ଭୂମିକା ନେଇ ସେହି ସମୟରେ ଅଧିକାଂଶ ଖବର କାଗଜର ପ୍ରଥମ ପୃଷ୍ଟା ମଣ୍ଡନ କରିଥିଲା ।
ଆଜିବି ସେଭଳି ଏକ ହୃଦୟସ୍ୱର୍ଶ୍ୱୀ ଓ ମାନବିକତାର କଥା ଉଠିଛି। ଜଣେ ସ୍କୁଲର ଖାଦ୍ୟମନ୍ତ୍ରୀ ତାଙ୍କ ସ୍କୁଲର ସମସ୍ତଙ୍କୁ ପେଟପୁରା ମଧ୍ୟାହ୍ନ ଭୋଜନ ଦେବାର ଯଥାର୍ଥତା ଯୁକ୍ତି ଉପସ୍ଥାପନା କରି ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଗୁହାରୀ ପଡିଛନ୍ତି।ଜମନକିରା ବ୍ଲକର ଚିନିମହୁଲ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ଓ ସେହି ବିଦ୍ୟାଳୟର ଖାଦ୍ୟମନ୍ତ୍ରୀ ଦାୟିତ୍ୱ ନେଉଥିବା ଅଙ୍କେଶକ କୁମାର ନାଥ ତାଙ୍କ ଉପର ଶ୍ରେଣୀ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ବଡ ଭାଇ ଭଉଣୀଙ୍କ ପେଟକୁ ମୁଠାଏ ଦାନା ଦେବାକୁ ଗୁହାରୀ କରିବା ଭଳି ଅଭିଯୋଗ ନୁହେଁତ ବରଂ ଏହାର ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସମ୍ବଲପୁର ଜିଲ୍ଲାପାଳଙ୍କୁ ଭେଟିଥିଲେ ଓ ତାଙ୍କର ଏହି ପରାମର୍ଶ ଦେବା ଭଳି ଖବର ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ଅସଲ କଥାଟି ମୁଖ୍ଯମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲେ ଏଥିରେ ପରିବର୍ତ୍ତନର ସମ୍ଭାବନା ମଧ୍ୟ ରହୁଛି। ଏକ ଯଥାର୍ଥ କାରଣକୁ ନେଇ ଅଙ୍କେଶଙ୍କ ଏଭଳି ଯୁକ୍ତି ନିୟମରେ ପରିବର୍ତ୍ତନ ଆଣିବା ପାଇଁ ଏହି ଚିଠିକୁ ନେଇ ଜିଲ୍ଲାପାଳ ସରକାରଙ୍କୁ ଏକ ପ୍ରସ୍ଥାବ ପଠାଇବା ଉଚିତ ହେବ। ଅଷ୍ଟମ ଶ୍ରେଣୀ ପାଇଁ ସରକାରଙ୍କ ପୁର୍ବରୁ ନିୟମ ଥିଲା ଭିନ୍ନ,କିନ୍ତୁ ବର୍ତ୍ତମାନ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ସ୍କୁଲରେ ପାଠ ପଢୁଥିବା ଶୈଶବ ଠାରୁ କୈଶୋର ପର୍ଯ୍ୟନ୍ତ ପେଟପୁରା ଖାଦ୍ୟର ଆବଶ୍ୟକତା ରହିଛି । କିନ୍ତୁ ସେହି ଆଦର୍ଶ ବିଦ୍ୟାଳୟରେ କୌଣସି ବିକଳ୍ପ ବ୍ୟବସ୍ଥା ନଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଅଧିକାଂଶ ଛାତ୍ର ସକାଳ ୮ ଟାରୁ ଘରୁ ବାହାରି ସନ୍ଧ୍ୟା ୫ ଟାପରେ ଘରକୁ ଫେରୁଥିବାରୁ ଅନେକ ବିଦ୍ୟାର୍ଥୀ ଅନେକ ସମୟର ଭୋକିଲା ପେଟରେ ରହିଥାନ୍ତି।ଯାହା କୌଶୋର ସ୍ୱାସ୍ଥ୍ୟର ସାମାଜିକ ,ମାନସିକ ଓ ସ୍ୱାସ୍ଥ୍ୟରେ ଏହାର ବଡ କୁ ପ୍ରଭାବ ପଡିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହୁଛନ୍ତି। କୌଶୋର ବୟସ ପର୍ଯ୍ୟନ୍ତ ଉପଯୁକ୍ତ ଖାଦ୍ୟ ଓ ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନହିଁ ସେମାନଙ୍କ ଉପଯୁକ୍ତ ଭବିଷ୍ୟତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତକୁ ଯଦି ସରକାର ଗୁରୁତ୍ୱ ଦିଅନ୍ତି ତେବେ ଅଙ୍କେଶଙ୍କ ଏହି ଚିଠିର ବହୁ ଗୁରୁତ୍ୱ ରହୁଛି।ନବମ ଓ ଦଶମ ଶ୍ରେଣୀର ଶିକ୍ଷାର୍ଥୀବି ମଧ୍ୟାହ୍ନ ଭୋଜନକୁ ଅନାଇ ରହୁଛନ୍ତି । କିନ୍ତୁ ସରକାର କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାର ନିୟମ ଥିବାରୁ ଏହି ନିୟମରେ ପରିବର୍ତ୍ତନ ଆସିବକି ନାଁ ତାହା ଭିନ୍ନ କଥା।କିନ୍ତୁ ଗୋଟିଏ ସ୍କୁଲର ସଭିଙ୍କୁ ଏଥିରେ ସାମିଲ କରିବା ପାଇଁ ଓ କୈଶୋର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ବହନ କରି ଅଙ୍କେଶଙ୍କ ଏହି ଅସଲ କଥା ନବୀନଙ୍କ ନିକଟରେ ପହଞ୍ଚିଗଲେ ନିଶ୍ଚୟ ଏହା ସଫଳ ହେବ।ଏଭଳି ମାନବିକତାର କାମ ନବୀନଙ୍କ ଚୁଟକିରେ ବୋଲି ଆଶା କରାଯିବା କଥା।ଆହାର ଯୋଜନାଠୁ ଏହା କୌଣସି ଗୁଣରେ କମ୍ ନୁହେଁ।ଆଦର୍ଶ ସ୍କୁଲରେ ହଷ୍ଟେଲ ବ୍ୟବସ୍ଥା ରହିବା କଥା । ତାହା ନହୋଇ ଦୂର ଦୂରାନ୍ତରରୁ ଯାଉଥିବା ଏହି କୋମଳମତି ଓ କୈଶୋର ସ୍ୱାସ୍ଥ୍ୟ ମଧ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ନେଉଥିବାରୁ ଏମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଜରୁରୀ ହୋଇପଡିଛି। ଅବଶ୍ୟ ଅଙ୍କେଶ ସହିତ ଜିଲ୍ଲାପାଳ ସେଠାରେ ଏକ କ୍ୟାଣ୍ଟିନର ବ୍ୟବସ୍ଥା କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି।କିନ୍ତୁ ଏହା ସମୟ ସାପେକ୍ଷ ଓ ଗରୀବ ଶ୍ରେଣୀର ପିଲାଏ ଅର୍ଥ ଦେଇ ପୁଣି ଖାଦ୍ୟ ଖାଇବେ ଏହା ସମ୍ଭବ ମନେ ହେଉନି।ଏଣୁ ଏହାର କିଛି ବିକଳ୍ପ ବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି ।ସରକାରଙ୍କ ଆହାର ଯୋଜନା ସାଙ୍ଗକୁ ଆଓ ଓଡିଶା ନବୀନ ଓଡିଶା ଯୋଜନାର ଯଦି ସଫଳତା ହାସଲ କରିବାକୁ ସରକାରଙ୍କ ବାସ୍ତବ ଆନ୍ତରିକତା ରହୁଛି ତେବେ ଗୋଟିଏ ସ୍କୁଲର ସଭିଙ୍କୁ ମଧ୍ୟାହ୍ନ ଭୋଜନ ଭଳି ନିୟମରେ ପରିବର୍ତ୍ତନ କରି ମାଟ୍ରିକ ପରୀକ୍ଷା ଓ ନିର୍ବାଚନ ପୂର୍ବରୁ ସରକାର ମସ୍ତବଡ ପଡକ୍ଷେପ ନେବାକୁ ଅଙ୍କେଶଯେ ଏକ ଇସାରା ଦେଇଛନ୍ତି,ଏହାହିଁ ଯଥାର୍ଥ ।