ଆଓନ ଓ ସଚେତନ କାର୍ଯ୍ୟକ୍ରମ ରେ ଛତିଶ ଗଡି ନୃତ୍ୟ ରେ ଝୁମିଲେ ଦର୍ଶକ…

juhgi
Share


କୋରାପୁଟ, ଜିଲ୍ଲା କୋଟପାଡ଼ ବ୍ଲକ ଘୁମର ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ,ବ୍ୟାଙ୍କିଙ୍ଗ ଗୁଡିକର ଭିତିଭୂମି ସ୍ଥାପନ ସମେତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧକ୍ଷ
ଭି.କାର୍ତ୍ତିକେନ ପାଣ୍ଡିଆନ ଓଡ଼ିଶାର ବିକାଶ କୁ ନେଇ ବିଭିନ୍ନ ଲୋକାଭିମୁଖୀ କାର୍ଯକ୍ରମ କୁ ନେଇ ଏହି ଶିବିର ରେ ସଚେତନ କରାଯାଇଥିବାର ଜଣାଯାଇଛି। ବିଜୁ ଜନତା ଦଳ ର ଯୁବ ନେତା
ଶ୍ରୀ ସଞ୍ଜୟ କୁମାର ବେହେରା,ଚିଣ୍ଟୁ ଦଳେଇ,ମନୋଜ ସ୍ୱାଇଁ, ପ୍ରଶାନ୍ତ ମହାନ୍ତି ଙ୍କ ପରିଚାଳନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ଭତରା, ପିଇଓ ଶ୍ରୀ ଜଗବନ୍ଧୁ ଗୌଡ଼,ଜିଆରଏସ ତାର ମଣ୍ଡଳ, ସମିତି ସଭ୍ୟ ଜଗଦୀଶ ଭତରା, ଜ଼ିଲ୍ଲା ପରିଷଦ ସଭ୍ୟା ଗୀତା ମାଝୀ, ତ୍ରିପତି ଚାଲାଣ, ସରପଞ୍ଚ କୋମଳା ପୂଜାରୀ, ଯୋଗ ମୋହନ ମାଝୀ, ପୂର୍ଣ୍ଣ ନାୟକ, ଏବଂ ବିଜେଡି ର ବରିଷ୍ଟ ନେତା ମହମ୍ମଦ ସଲିମ, ବାଳକୃଷ୍ଣ ବିଶୋଇ, ତ୍ରିପତି ବାଲାଜୀ ମହାନ୍ତି,ଗୋପାଳ ଲାଲ ସିଂ ଦେଓ,ଉପାଧ୍ୟକ୍ଷ ବାବୁଲି ପାଣିଗ୍ରାହୀ, ନାଏବ ସରପଞ୍ଚ ସାବିତ୍ରୀ ସ୍ୱାଇଁ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି I( ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ)

You may have missed