ସାମ୍ବାଦିକ ମାନଙ୍କ ଗହଣରେ ଜନ୍ମଦିନ ପାଳନ କଲେ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା !
ତିର୍ତ୍ତୋଲ ::- ଜନ୍ମଦିନ ପାଳନ କରିବାକୁ ଅଭିନଵ ପ୍ରୟାସ ! କେହି କେହି ଜନ୍ମଦିନ ମନେଇବାକୁ ସାଙ୍ଗସାଥି ବନ୍ଧୁବାନ୍ଧବ ମାନଙ୍କୁ ଡକାଇ ଘରେ ପାର୍ଟି ରଖନ୍ତି ତ କେହି କେହି ଦିଅଁ ଦେବତାଙ୍କୁ ଦର୍ଶନ ଓ ପୂଜା ଅର୍ଚ୍ଚନା କରି ଜନ୍ମଦିନ ପାଳନ କରିଥାନ୍ତି ! କିନ୍ତୁ ଆମେ ଏଠାରେ ଦେଖୁଛୁ ଯେ ନିଜର ଜନ୍ମଦିନ ପାଳନ କରିବାକୁ ଜିଲ୍ଲାପ୍ରତିନିଧି ଓ ବ୍ଲକ ପ୍ରତିନିଧି ସାମ୍ବାଦିକ ମାନଙ୍କ ଉପସ୍ଥିତ ରେ ଉତ୍ସାହଜନକ ସଭା କରାଯାଇ କେକ୍ କଟିଙ୍ଗ ସହିତ ସୁସ୍ୱାଦୁ ଭୋଜନ ମଧ୍ୟ କରାଇଛନ୍ତି ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଏକକ ଅଗ୍ରଗଣ୍ୟ ଆଧ୍ୟାତ୍ମିକ ସ୍ବେଛାସେବୀ ସଂଗଠନ ବ୍ୟାସ ଫାଉଣ୍ଡେସନ ର ସଭାପତି ପଣ୍ଡିତ ଡକ୍ଟର ସିଦ୍ଧେଶ୍ୱର ପଣ୍ଡା ଙ୍କର ୫୪ ତମ ଜନ୍ମଦିନ ପାଳନ କରାଯାଇଅଛି !ଏହି ପରିପ୍ରେକ୍ଷୀରେ ତିର୍ତ୍ତୋଲ ଆନନ୍ଦମଣ୍ଡପ ପରିସରରେ ୩୦ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗଦେଇଥିବା ବେଳେ ନିଜ ସମ୍ପର୍କୀୟ ଓ ହିତାକାଂକ୍ଷୀ ବନ୍ଧୁ ମାନଙ୍କ ଉପସ୍ଥିତି ରେ ଏକ ସଭାର ଆହ୍ୱାନ କରାଯାଇଥିଲା !ଉକ୍ତ ସଭାର ମୁଖ୍ୟଅତିଥି ଥିଲେ ସମାଜସେବୀ ବିବେକାନନ୍ଦ ହୋତା ! ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ, ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ, ବ୍ୟାସ ଫାଉଣ୍ଡେସନ ର ସଂଯୋଜକ ଯଶୋବନ୍ତ ରାଉତ, ରଞ୍ଜନ କୁମାର ! ଶାରଳା ମହିମା ପ୍ରଚାରକ ତଥା ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଉଳ ସଭା ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ପଣ୍ଡାଙ୍କର ଜନ୍ମଦିନ ର ସୁଭେତ୍ସା ସହିତ କିଛି ସ୍ମୃତି ଓ କିଛି ଅନୁଭୂତି ବଖାଣି ଥିଲେ ସାମ୍ବାଦିକ ଶ୍ରୀକାନ୍ତ କୁମାର ଦାଶ, ଗୌରାଙ୍ଗ ଚରଣ ସ୍ୱାଇଁ, ମାନସ କୁମାର ସୁତାର ଏବଂ ଭାଗବତ ପ୍ରସାଦ ! ଆମନ୍ତ୍ରିତ ଅତିଥି ମାନେ ଜନ୍ମଦିନ ର ବାର୍ତ୍ତା ଦେବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ! ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ତଥା ଶ୍ରୀଯୁକ୍ତ ପଣ୍ଡାଙ୍କର ସହଧର୍ମିଣୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ
ସମାଜସେବା କ୍ଷେତ୍ରରେ ପଣ୍ଡାବାବୁଙ୍କ ମହତ ଅବଦାନ ଓ ଫାଉଣ୍ଡେସନ ଦ୍ୱାରା ତ୍ରୟୀମାସିକ ପତ୍ରିକା ଗୀତାଜ୍ଞାନଞ୍ଜନ ର ପ୍ରକାଶନ ବିଷୟରେ ବିଷଦ ତଥ୍ୟ ପ୍ରଦାନ କରିବା ସହିତ ଜନ୍ମଦିନ ସୁଭେତ୍ସା ଜଣାଇଥିଲେ ! ଏହା ବ୍ୟତୀତ ଦିବସ ସମୟରେ ଏକ ବୃଦ୍ଧାଶ୍ରମରେ ଅନ୍ତେବାସୀ ମାନଙ୍କୁ ସୁସ୍ୱାଦୁ ଭୋଜନ ଖୁଆଇଥିଲେ !
ଜନ୍ମଦିନ ପାଳନର ସାର୍ଥକତା ବିଷୟରେ କହୁ କହୁ ଧନ୍ୟବାଦ ଦେଇଥିଲେ ପଣ୍ଡିତ ଅଭୟ କୁମାର ଦାଶ ! ଶେଷରେ ସୁମିଷ୍ଟ ଭୋଜନ ସହିତ ସାମ୍ବାଦିକ ମାନଙ୍କର ଆତିଥ୍ୟ କରିଥିଲେ ଶ୍ରୀଯୁକ୍ତ ପଣ୍ଡା ଓ ଶ୍ରୀମତୀ ଆଚାର୍ଯ୍ୟ !
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା )