April 30, 2026

ବ୍ଲକ ସ୍ତରୀୟ “ବିଶ୍ଵ ଓଡିଆ ଭାଷା ସମ୍ମିଳନୀ” ଅନୁଷ୍ଠିତ….….

hjgj
Share

 

ଉମରକୋଟ:- ସ୍ଥାନୀୟ ନୋଡାଲ ଏସ ଏସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ “ବିଶ୍ଵ ଓଡିଆ ଭାଷା ସମ୍ମିଳନୀ” ଅନୁଷ୍ଟିତ ହେଇଯାଇଛି ଏହି ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ର ଶୁଭ ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତଥି ତଥା ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶତାଧିକ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟତ୍ରୀ ବୃନ୍ଦ, ବିଚାରକ ମଣ୍ଡଳୀ , ଅଭିଭାବକ ବୃନ୍ଦ ସମସ୍ତଙ୍କୁ ମୁଖ୍ୟ ଅତିଥି ସ୍ବାଗତ କରିବା ସହ କାର୍ଯ୍ୟ କ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟ ରେ ଅବତାରଣା କରିଥିଲେ। ଜୁନିୟର ଓ ସିନିୟର ସ୍ତରୀୟ ପ୍ରତିଯୋଗିତା ରେ ଶିକ୍ଷୟତ୍ରୀ ବୃନ୍ଦ ଅତି ଉତ୍ସାହ ର ସହ ଅଂଶ ଗ୍ରହଣ କରିଥିଲେ ଓ ତତ୍ପରେ ଉଦଯାପନ ସମାରୋହ ରେ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ସରକାର, ମୁଖ୍ୟ ଅତିଥି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ତ୍ରିପାଠୀ (ସଭାପତି), ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମଝି, ଶ୍ରୀମତୀ ସୁଶୀଳା ଯୋଧର ଓ ଶ୍ରୀ ଦେବେନ୍ଦ୍ର କୁମାର ବାଘ୍ ସମ୍ମାନିତ ଅତିଥି ଆସନ ଅଳଙ୍କୃତ କରିଥିଲେ। କୃତୀ ପ୍ରତିଯୋଗୀ କୁ ଅଥିତି ବୃନ୍ଦ ସିଲ୍ଡ଼ ପ୍ରଦାନ କରିଥିଲେ। ପ୍ରତି ବିଭାଗ ରେ ତିନି ଜଣ ଶିକ୍ଷୟତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ତନ୍ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ମୋଟ ୬ଜଣ ଶିକ୍ଷୟିତ୍ରୀ ଆସନ୍ତା ୫ ତାରିଖ ରେ RCD high school ନବରଙ୍ଗପୁର ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟ କ୍ରମ ସଫଳ ରୂପାୟନ ରେ ଶ୍ରୀ ଟୁଟୁ ବାବୁ ପଟ୍ଟନାୟକ, ସମୀର କୁମାର ପ୍ରଧାନ, ହୃଷୀକେଶ ସାହୁ, ଅଜୟ ଛୋଟ ରୟ, ବିବେକାନନ୍ଦ ପଟ୍ଟନାୟକ, ବାବୁରାମ ପତ୍ର, ସୁଗ୍ୟନି ପ୍ରଧାନ, ସୁଦର୍ଶନ ହରିଜନ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ଶ୍ରୀ ପୁରୁଷୋତ୍ତମ ମାଝୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed