April 25, 2026

ଜଗନ୍ନାଥ ପ୍ରସାଦ ରେ ବିଜେପିର ସାଙ୍ଗଠନିକ ବୈଠକ

bgch
Share

ଭଞ୍ଜନଗର,2024 ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସେତିକି ଉଷ୍ମତା ବଢୁଛି।ଜନସାଧାରଣ ଙ୍କୁ ନିଜ ଦଳକୁ ଆକୃଷ୍ଟ କରିବା ପାଇଁ ସେତିକି ରଣନୀତି ପ୍ରସ୍ତୁତ କରୁଛନ୍ତି।ଏହି
ପରିପେଖିରେ ବିଜେପି ତରଫରୁ ଜଗନ୍ନାଥ ପ୍ରସାଦ ର ଲଂକାଗଡ ଠାରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଦଳ କୁ ମଜଭୁତ କରି ସମସ୍ତେ ଏକ ହୋଇ ଲଢ଼ିବା ସହ ମତାନ୍ତର ମତଭେଦ କୁ ଭୁଲିବା ପାଈଁ ମତ ପ୍ରକାଶ ପାଇ ଥିଲା।ବିଜେପି ର ବରିଷ୍ଠକର୍ମି ଅଯୋଧ୍ୟା ନାଥ ମହାପାତ୍ର(ଗତି ଭାଇ),କବିରାଜ ବେହେରା,ବିଡ଼ିପୁର ବିଜେପି ମଣ୍ଡଳ ସଭାପତି ସନ୍ତୋଷ ବିଶୋଇ, ମାନସ ଜେନା, ରବୀନ୍ଦ୍ର ଗୌଡ଼, ଓକିଲ ଅରୁଣ ପ୍ରଧାନ, ସମୀର ନାୟକ,ନିଳାଞ୍ଚଳ ଖିଲାର,ସୀମାଞ୍ଚଳ ସାହାଣୀ, ବିଡ଼ିପୁର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଖମରପଲ୍ଲୀ ଗ୍ରାମ ପଂଚାୟତ ପ୍ରମୁଖ ସୁନିତା ପାଗଡ,ଅଢ଼େଇଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଲଷ୍ମୀକାନ୍ତ ବିଶୋଇ, ନିତ୍ୟାନନ୍ଦ ରଥ, ନିଳାଞ୍ଚଳ ସାହୁ, ବିଶ୍ୱଜିତ ପାଢ଼ୀ, ଲକ୍ଷ୍ମଣ ବିସୋଇ, ସପନ ପ୍ରଧାନ, ରୋହିତ ବେହେରା, ମହେନ୍ଦ୍ର ପଣ୍ଡା,ଦୁର୍ଗା ମାଧବ ପରିଛା, ବିପିନ ଡାକୁଆ ସମେତ ବହୁ ବିଜେପି କର୍ମି ଯୋଗ ଦେଇ ଥିଲେ।(ନିରାକାର ସାହୁ )