April 30, 2026

କଠିଣ ପରିଶ୍ରମହିଁ ଲକ୍ଷପଥ:ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକୋତ୍ସବ…

gututu
Share

ସମ୍ବଲପୁର:ଶିକ୍ଷାହିଁ ଜୀବନର ଦର୍ଶନ।ଏହାର କଠିନ ପରିଶ୍ରମ ହିଁ ଲକ୍ଷ ପଥ ହୋଇଥିବାରୁ ଅଧ୍ୟୟନ ପରି ମହାନ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରୁଥିବା ଶିକ୍ଷାର୍ଥୀ ମାନେ ଦେଶର ରତ୍ନ ହୋଇପାରିବେ ବୋଲି ବୁଧବାର ସନ୍ଧ୍ୟାରେ ପୁଟିବନ୍ଧ ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ଏକବିଂଶତମ ବାର୍ଷିକୋତ୍ସବରେ ବକ୍ତା ମାନେ କହିଛନ୍ତି।
ଶିକ୍ଷାଶ୍ରମର ପରିସର ମଧ୍ୟରେ ଆୟୋଜିତ ଉତ୍ସବରେ ରାଜ୍ୟ ନିର୍ଦ୍ଦେଶିକା ଡଃ.ଅରୁନ୍ଧତୀ ଦେବୀ ଏଥିରେ ପୌରହିତ୍ୟ କରିଥିବା ବେଳେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମୁଖ୍ୟଅତିଥି,ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟବକ୍ତା ଓ ପ୍ରଫେସର ଅମୂଲ୍ୟ କୁମାର ବିଶି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର୍ଥୀଙ୍କୁ କଠିଣ ପରିଶ୍ରମ ସହିତ ନିଷ୍ଟା ଓ ଅଧ୍ୟବସାୟ ବଳରେ ଜୀବନର ଲକ୍ଷ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଶତପଥି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ,ଶ୍ରେଷ୍ଟ ଛାତ୍ର/ଛାତ୍ରୀ ଓ ଶ୍ରେଷ୍ଟ ଶିଳ୍ପୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏହାକୁ ଶିକ୍ଷାଶ୍ରମର ଗୁରୁଜୀ,ଗରୁମାଁ ମାନେ ପରିଚାଳନା କରିଥିବା ବେଳେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସଂସ୍କୃତ ଶ୍ଲୋକ ମାଧ୍ୟମରେ ଯୋଗାସନ ଓ ନୃତ୍ୟଗୀତ ଖୁବ୍ ଚିତ୍ତାକର୍ଷଣ ହୋଇଥିଲା