ପେନସନ୍ ଓ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ …
ଓଡ଼ିଶାରେ ସାମ୍ବାଦିକ ମାନଙ୍କୁ ପେନସନ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡିଶା ସାମ୍ବାଦିକ ୟୁନିଅନ ଅନୁବନ୍ଧିତ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଦାବି କରାଯାଇଛି ।ଏହି ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା ଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଡାକ ବଙ୍ଗଳା ଗୃହ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ରାଜ୍ୟ କମିଟି ସଦସ୍ୟ ତପନ କୁମାର ରାଉତରାୟ, ବରିଷ୍ଟ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ରମାକାନ୍ତ ଦାଶ, ମାନସ ରଞ୍ଜନ ସ୍ୱାଇଁ, ଆର୍ତ୍ତ ତ୍ରାଣ ପତି, ସରୋଜ କୁମାର ନାୟକ, ମୁଖପତ୍ର ପ୍ରତାପ କୁମାର ସିଂହ ପ୍ରମୁଖ ଯୋଗଦେଇ ହରିୟଣା , ମଧ୍ୟପ୍ରଦେଶ,ଉତ୍ତରାଖଣ୍ଡ , ତାମିଲନାଡୁ ଆଦି ଅନେକ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ଲାଗି ମାସିକ ପେନସନ ଯୋଜନା ଲାଗୁ କରିସାରିଛନ୍ତି । ସେହିପରି ମହାରାଷ୍ଟ୍ର ଓ ଛତିଶ ଗଡ ଭଳି ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟରେ ଏହା ବିଚାରାଧୀନ ରହିଛି।ତେଣୁ ଓଡିଶା ସରକାର ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ନିମନ୍ତେ ପେନସନ ପ୍ରଦାନ କରିବା, ସୁରକ୍ଷା ଆଇନି ପ୍ରଣୟନ କରିବା, ସାମ୍ବାଦିକ ମାନଙ୍କୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟ ବୀମା ରାଶି ପରିମାଣ ବୃଦ୍ଧି କରିବାକୁ ଦାବି କରି ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର କରାଯାଇଛି |
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )