June 18, 2026

ଉମରକୋଟ-ଜିଲ୍ଲା ମୋଟର ମେକାନିକ ର ଜରୁରୀ ବୈଠକ……….

ytuy
Share

 

ନବରଙ୍ଗପୁର ଜିଲ୍ଲା ର ସମସ୍ତ ଦଶଗୋଟି ବ୍ଲକ ର ମୋଟର ମେକାନିକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଉମରକୋଟ ସହର ରେ ଥିବା କୋଣ୍ଡାଗାଁ ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇଥିଲା!ଉକ୍ତ ବୈଠକ ରେ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଏକ 5ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା!ଦୀର୍ଘ 15ବର୍ଷ ହେଲାଣି ଜିଲ୍ଲା ମୋଟର ମେକାନିକ ସଙ୍ଘ ରେଜିଷ୍ଟ୍ରେସନ ହୋଇ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ବୈଠକ ତଥା କିଛି ଆଲୋଚନା ନିମନ୍ତେ କୌଣସି ଗୃହ ନାହିଁ,ମେକାନିକ ଭାଇମାନେ ଦୈନିକ ଗାଡି ର ଟ୍ରାଏଲ ନେବା ସମୟରେ ଆରଟିଓ କିମ୍ବା ପୋଲିସ ର ହାବୁଡ଼ରେ ପଡିଯାନ୍ତି ଏବଂ ସେହି ଗାଡିକୁ ଥାନାରେ ନେଇଯାନ୍ତି ଏବଂ ଗାଡିଟି ଥାନାରେ ରଖି ସଢ଼ିଯାଏ ଏହି ନିଅମକୁ କୋହଳ କରି ମେକାନିକ ଡ୍ରେସକୋଡ଼ ତଥା ଆଇ କାର୍ଡ ଦେଖି ତାଙ୍କୁ ଛାଡ଼ିଦେବା ଉଚିତ,ଜିଲ୍ଲା ର ପ୍ରତ୍ୟେକ ମେକାନିକ ମାନଙ୍କୁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ନିୟମ ଲାଗୁ କରି ବୀମା କିମ୍ବା ପୁଅ ଝିଅ ମାନଙ୍କ ବିବାହ ସହାୟତା, ଶିକ୍ଷା ସହାୟତା,ମୃତ୍ୟ ସହାୟତା ରାଶି ପ୍ରଦାନ,ଯେଉଁ ମେକାନିକ ମାନଙ୍କ ବାର୍ଷିକ ଆୟ ଏକ ଲକ୍ଷ ରୁ କମ ସେମାନଙ୍କ ମେଧାବୀ ପୁଅ ଝିଅ ମାନଙ୍କୁ ସରକାରୀ ଇଂରାଜୀ ମାଧ୍ୟମରେ ପାଠ ପଢେଇବା,ଜିଲ୍ଲା ର ପ୍ରତ୍ୟେକ ମୋଟରସାଇକେଲ ମେକାନିକ ମାନଙ୍କୁ ସାମୁହିକ ଚାଳକ ଡ୍ରାଇଭିଙ୍ଗ ଲାଇସେନ୍ସ ସକାଶେ ଆରଟିଓ ବିଭାଗ ଓ ପୋଲିସ ବିଭାଗ ମିଳିତରେ ପ୍ରଶିକ୍ଷଣ ଦେଇ ସହଜରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଉ ଏଭଳି 5ଟି ଦାବି ଦାବିପତ୍ର ରେ ଉଲ୍ଲେଖ ରହିଛି!ଏହି ବୈଠକରେ ସଭାପତି ଗଣେଶ ବେହେରା,ଉପ ସଭାପତି ଏସ ବିଜୟ,ସମ୍ପାଦକ ଆୱେସ ରାଜ,କୋଷାଧକ୍ଷ ରସିଦ ଅଲି,ଉପଦେଷ୍ଟା ପର୍ଶୁରାମ ନାୟକ,ମୁସ୍ତଫା ହୁସେନ, ଇମ୍ରାନ ରାଜା,ଆଇନ ପରାମର୍ଶଦାତା ତପନ ଦେବନାଥ,ପ୍ରମୁଖ ଉପସ୍ଥିତ ଥିଲେ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed