April 17, 2025

ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ, ଓ ସୃଜନୀ ଉତ୍ସବ…

Share

 

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ସଦର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାଧାନ ଶିକ୍ଷୟିତ୍ରୀ ପ୍ରଗତି ଜେନାଙ୍କ ଅଧ୍ୟକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମରେ ଗଠିତ ହୋଇଥିବା ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନ ଚାରିଟି କ୍ଲବ୍ ର ଛାତ୍ରଛାତ୍ରୀ ସେମାନଙ୍କ ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ, ରଚନା, ପୁସ୍ତକ ଲିଖନ, ଆଦି ପ୍ରଦର୍ଶନ ହୋଇଥିଲା l ପିଲା ମାନେ ନିଜ ନିଜର ପ୍ରତିଭା ସୃଜନଶୀଳତାର ପରିଚୟ ପରିଦର୍ଶନ କରିଥିଲେ l ପ୍ରଦର୍ଶନୀ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଏକ ସଭା ହୋଇଥିଲା ଏଥିରେ ସରପଞ୍ଚ ଜୟନ୍ତୀ କୁଶପlରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ରାମସିଂହ ଗୌଡ଼, ୱାର୍ଡ଼ ସଭ୍ୟା ପଦ୍ମା ସlନ୍ତା, ଏସ ଏମ୍ ଡି ସି ସଦସ୍ୟ ତଥା ବୁଦ୍ଧିଜୀବୀ ଓବେଦୂର୍ ରହେମlନ୍ , ଏସ ଏମ୍ ଡି ସି ସଦସ୍ୟ ରାମଚନ୍ଦ୍ର ତ୍ରିପାଠୀ, ଏସ୍ ଏମ୍ ସି ସଦସ୍ୟ ସୁରେନ୍ଦ୍ର ସଗରିଆ, ନବିନା ମୁଦୁଲି, ପ୍ରମୁଖ ମଞ୍ଚାସିନ ଥିଲେ l ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା l ପାଠ ପଢିବା ସହ ବିଭିନ୍ନ ଦିଗପ୍ରତି ଛାତ୍ର ଛାତ୍ରୀଙ୍କ ପ୍ରତି ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ଓ ନିଜ ଭବିଷ୍ୟତ ଗଢିବାରେ ଏହି କାର୍ଯ୍ୟକ୍ରମ ବହୁ ସହୟକ ହେବ ସରକାରଙ୍କ ଏହି ପଦକ୍ଷେପ କ୍ରମାଗତ ଚାଲୁ ରହିଲେ ପିଲାମାନଙ୍କ ସାହିତ୍ୟ, ସୃଜନୀ, କୌଶଳୀ, ଜିଜ୍ଞାସା ଓ କ୍ରୀଡାଙ୍ଗନ ଆଦିରେ ଉନ୍ନତି ଘଟିବ ବୋଲି ଅତିଥି ବକ୍ତବ୍ୟ ରଖିଥିଲେ l ପରେ ଏହି ଚାରିଟି ବିଷୟକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ ହୋଇଥିଲା l ଓ କ୍ଲୋବ୍ ଗୁଡ଼ିକର ତତ୍ତ୍ୱାବଧାରକ ଶିକ୍ଷକ ଶିକ୍ଷୟତ୍ରୀ ଜୟନ୍ତୀ ମାଝୀ, ନିହାରିକା ସାହୁ, ପ୍ରଗତି ଜେନା ଏବଂ ଗୁଣନିଧି ବଢେଇ ଓ ଶିକ୍ଷକ କାଳନ୍ଦୀ ରାଉତ, ଭାବଗ୍ରାହୀ ଜେନା, ବିଶ୍ଵେଶ୍ଵର ଦେହୁରି ଓ ଛାତ୍ରଛାତ୍ରୀଙ୍କ ହାଉସକୁ ଅତିଥି ମାନଙ୍କ ଦ୍ବାରା ସିଲ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ବରିଷ୍ଠ ଶିକ୍ଷକ ରବି ନାୟକ ସଭା ପରିଚାଳନା କରିଥିଲେ l
ସେହିଭଳି କୁନ୍ଦୁରା ବ୍ଲକ୍ ର ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରା,୫ ଟି ସ୍କୁଲ୍ ଜନ୍ତlପୁଟ କେରମେଟି, ରlଣିଗୁଡ଼ା, ଲାଚ୍ଛନା ଗୁଡ଼ା, ଡଙ୍ଗରପାଉସି ଆଦି ବିଦ୍ୟାଳୟରେ ଆଜି ଏହି ସମରୁପ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
(କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ )