April 7, 2025

ମଣ୍ଡି ଅନିୟମିତତା କୁ ନେଇ ବିଜେପି ର ସାମ୍ବାଦିକ ସମ୍ମିଳନୀ ….

Share

                                                                                                                                                                                      କୋରାପୁଟ ଜିଲ୍ଲା ରେ ଚଳିତ ଖରିଫ ଧାନ କିଣା ପାଇଁ ଡିସେମ୍ବର ୧୬ ତାରିଖ ଠାରୁ ୧୦୨ ଟି ଧାନମଣ୍ଡୀ ରେ ଆରମ୍ଭ ହୋଇଛି। ଧାନ କିଣା ପାଇଁ ହୋଇଥିବା ପଞ୍ଜି କରଣ ରେ ହଜାର ହଜାର ପ୍ଲଟ୍ ଜାଲିଆତି ହୋଇଥିବା ଜଣାପଡିଛି। ଏହି ଜାଲିଆତି କାରବାରରେ କେଉଁ ପ୍ରଶାସନିକ ଅଧିକାରୀ ମାନେ ସମ୍ପୃକ୍ତ ଅଛନ୍ତି ତାକଂ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି କୋଟପାଡ଼ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।
କୋରାପୁଟ ଜିଲ୍ଲା ୧୦୨ ଟି ଧାନମଣ୍ଡୀ ରେ ମିଲର ଓ ଶାସକ ଦଳର ଗୁଣ୍ଡା ମାନଙ୍କ ର ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ କଟନୀଛଟନୀ କରାଯାଉଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କୋରାପୁଟ ଜିଲ୍ଲା ର କୋଟପାଡ଼ ବ୍ଲକ୍ ଅଂଚଳରେ ଧାନମଣ୍ଡୀ ପରିଦର୍ଶନ କରିବା ସମୟରେ ଚାଷୀ ମାନଙ୍କ ତରଫରୁ ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ କଟା ଯାଉଥିବା ଓ ଚାଷୀ ମାନଙ୍କୁ ବସ୍ତା ଦିଆଯାଉନଥିବା ଅଭିଯୋଗ କରିଥିଲେ। ଏବିଷୟରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସହିତ ଆଲୋଚନା କରାଯାଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ତରଫରୁ କୈଣସି ପଦକ୍ଷେପ ନିଆଯାଇନଥିବାରୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଉଦବେଗ ପ୍ରକାଶ କରିବା ସହିତ ନିନ୍ଦା କରିଛନ୍ତି।
ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ତାକଂର ୯ ବର୍ଷ ର ଶାସନ କାଳରେ ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ଏହି ଲାଭ ଭାରତ ର ସମସ୍ତ ରାଜ୍ୟର ଚାଷୀ ମାନେ ପାଉଥିବା ବେଳେ ଓଡିଶା ର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକ କଂର ୨୪ ବର୍ଷ ଶାସନ କାଳରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଚାଷୀ କୁ ଶୋଷଣ କରାଯାଉଥିବା ରୁ ଚାଷୀ ଦିନ କୁ ଦିନ ଗରିବ ହୋଇ ରୂଣ ଚିନ୍ତାରେ ଆତ୍ମହତ୍ୟା କରୁଛନ୍ତି। ଧାନମଣ୍ଡୀ ର ବିକାଶ ପାଇଁ ନରେନ୍ଦ୍ର ମୋଦୀ ସରକାର ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାର କୁ ଦେଉଥିବା ବେଳେ କୋରାପୁଟ ଜିଲା ର ୯୮ ଭାଗ ଧାନମଣ୍ଡୀ ଖୋଲା ମଇଦାନରେ ହୋଇଛି। ଚାଷୀ ଧାନକୁ ସୁରକ୍ଷିତ ରଖିବା ପାଇଁ ନା ଅଛି ଗୋଦାମ ଗୃହ, ଚାଷୀ ବିଶ୍ରାମ ନେବା ପାଇଁ ନା ଅଛି ଘର, ଶୈଚ ହେବା ପାଇଁ ନା ଅଛି ପାଇଖାନା, ପିଇବା ପାଇଁ ନା ଅଛି ସୂଛ ପାଣି ର ବ୍ୟବସ୍ଥା, ନା ଅଛି ପାଚେରୀ, ନାହିଁ ନାହିଁରେ ଚାଲିଛି କୋରାପୁଟ ଜିଲ୍ଲା ରେ ଧାନମଣ୍ଡୀ।

କୋରାପୁଟ ଜିଲ୍ଲା ରେ ଧାନମଣ୍ଡୀ ମାନଙ୍କରେ ବ୍ୟାପକ ଅବ୍ୟବସ୍ଥା ଓ ଧାନ ୫ କିଲୋ ରୁ ୧୦ କିଲୋ କଟନୀଛଟନୀ କାରବାରରେ ଶାସକ ଦଳର ବିଧାୟକ, ନେତା, ଜିଲ୍ଳା ପ୍ରଶାସନ ଓ ମିଲର ମାନଙ୍କର ସମ୍ପୃକ୍ତି ଥିବା ସଭାପତି ଶ୍ରୀ ମହେଶ୍ଵର ସାହୁ ଅଭିଯୋଗ କରିଛନ୍ତି। ଏବିଷୟରେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ବିପଦ ଭଂଜନ ଦାସ , ରାଜ୍ୟ ସଂଯୋଜକ ଶ୍ରୀ ପବିତ୍ର ପରିଡ଼ା , ବିଜେପି ଜିଲ୍ଳା ଉପସଭାପତି
ଶ୍ରୀ ଖଗେଶ୍ବର ପୂଜାରୀ , ରୂପ ଭଦ୍ରା, ଲକ୍ଷ୍ମଣ ପୂଜାରୀ, ସୁଶାନ୍ତ କୁମାର ପାଣିଗ୍ରାହୀ, ଶିବ ହେତା, ବଦ୍ରିନାରାୟଣ ଆଚାର୍ଯ୍ୟ, ରାମେଶ୍ଵର ଜେନା, ପ୍ରଦୀପ କୁମାର ରଥ, ହରେକୃଷ୍ଣ ପାତ୍ର, କଂ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।
(କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ ପଟ୍ଟନାୟକ ଙ୍କ ରିପୋର୍ଟ)