September 29, 2026

ସ୍ବେଛାସେବୀ ସଂଗଠନ ଫ୍ରିଡମ୍ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ …

hfyfu
Share


ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲବାର୍ସିଂ ଗ୍ରାମରେ ଦୀର୍ଘ ବାର ବର୍ଷ ଧରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଫ୍ରିଡମ୍ ସ୍ବେଛାସେବୀ ଅନୁଷ୍ଠାନ ତାର ଦ୍ଵାଦଶ ତମ ଜନ୍ମ ଦିବସ ପାଳନ କରିଛି ଆଡମ୍ବର ସହ। ଏହି କାର୍ଯ୍ୟକ୍ରମ ଅବସରରେ ବହୁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ଅତିଥି ଭାବେ ଯୋଗଦେଇ ସଂସ୍ଥାକୁ ଗୌରବାନିତ କରି ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛନ୍ତି। ଏହି ଜନ୍ମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବନ ବିଭାଗ ଜିଲ୍ଲା ସହକାରୀ ବନ ଅଧିକାରୀ ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍ଥାର ମୁଖ୍ୟ ତ୍ରିନାଥ ବିଶୋଇରତ୍ନ ସଭାପତିତ୍ବ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନରହରି ପାଣିଗ୍ରାହି ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଅନୁଷ୍ଠାନ ଦୀର୍ଘ ବାର ବର୍ଷ ଧରି କରିଥିବା ଉନ୍ନୟନ କାର୍ଯ୍ୟ ଗୁଡିକର ଅବତାରଣା କରିଥିଲେ। ସେହିପରି ଅତିଥି ଭାବେ ରାମଗିରି ବନ ଅଧିକାରୀ ପୀୟୂଷ ପ୍ରତୀକ ପଟ୍ଟନାୟକ, ଶ୍ରୀମତୀ ସବିତା ସାହୁକାର ଲୋକ ଅଦାଲତ ସଭ୍ୟା, ଚାନ୍ଦିପୁଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ଜରିଆ କର୍ଯ୍ୟି, ଆର. ଉଦୟଗିରି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଶବର, ବିଶିଷ୍ଟ ସମାଜସେବୀ ତଥା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ପ୍ରମୁଖ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉନ୍ନତି କାମନା କରି କାର୍ଯ୍ୟ ଗୁଡ଼ିକ ର ପ୍ରଶଂସା କରିଥିଲେ। ଅନୁଷ୍ଠାନ ପକ୍ଷରୁ ଅଞ୍ଚଳରେ ଅଧିକା ନମ୍ୱର୍ ରଖି ମାଟ୍ରିକ ପାସ କରିଥିବା ଦଶ ଜଣ ଛାତ୍ରୀଙ୍କୁ ଉପଢୌକନ ସହ ମାନପତ୍ର ଦେଇ ଉତ୍ସବରେ ସମ୍ମାନିତ କରାଯାଇଥିଲା। ଏହି ଜନ୍ମ ଉତ୍ସବରେ ଅତିଥି ଭାବେ ପ୍ରଧାନଶିକ୍ଷକ ଯୁଧିଷ୍ଟିର ନାୟକ ଙ୍କ ସମେତ ଅନୁଷ୍ଠାନର ପରିଚାଳନା କମିଟିର ସଭ୍ୟ ଓ ସଭ୍ୟାଙ୍କ ସମେତ ବହୁ ଅଞ୍ଚଳବାସି ଉପସ୍ଥିତ ଥିଲେ। ଏହି ଅନୁଷ୍ଠାନ ଆଜିର ଜୀବନରେ ଦରକାର ପଡ଼ୁଥିବା ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବେଳେ ଜଙ୍ଗଲ ସୁରକ୍ଷା, ଶିକ୍ଷା, ପରିବେଶ ପ୍ରତି ଗୁରୁତ୍ଵ ଦେଇଥିବାରୁ ଅତିଥି ମାନେ ଉଚ୍ଚ ପ୍ରଶଂସା କରିଥିଲେ।

You may have missed