September 21, 2024

ନିଖୋଜ ଥିବା ଯୁବକ ର ଶବ କୂଅ ରୁ ଉଦ୍ଧାର….

Share

 

 

ଗଞ୍ଜାମ :ଗଞ୍ଜାମ ବ୍ଲକ ଅନ୍ତର୍ଗତ , ରମ୍ଭା ଥାନା ଅଧିନସ୍ତ ବୋରିଗାଁ ର ଜୈନେକ ଯୁବକ ର ଶବ ଝଡ଼େଶ୍ୱର ପାର୍ଶ୍ୱ ଏକ ଶସ୍ୟକ୍ଷେତ୍ରରେ ରହିଥିବା ନଗ୍ନ କୂଅ ମଧ୍ୟରୁ ଉଦ୍ଧାର କରାଯାଇଛି l ଯୁବକ ଜଣଙ୍କ ହେଲେ ବୋରିଗାଁ ର ପପୁନ ନାହାକ (26)l
ଶସ୍ୟକ୍ଷେତ୍ର ର ମାଲିକ କୁଅ ରୁ ପାଣି ମଡାଇବାକୁ ଯିବା ବେଳେ ଏକ ଶବ କୂଅ ମଧ୍ୟରେ ଭାସୁ ଥିବା ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ l ସ୍ଥାନୀୟ ସମିତିସଭ୍ୟ ଧ୍ରୁବ ଚରଣ ପଲାଇ ଏନେଇ ସ୍ଥାନୀୟ ପୋଲିସ ଓ
ଦମକଳ ବିଭାଗ କୁ ଖବର ଦେଇଥିଲେ l କୁଅ ମଧ୍ୟରୁ ତାଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଇବା ବ୍ୟବସ୍ଥା କରାଯାଇଥିଲା l
ସୂଚନା ମୁତାବକ ଦୁଇ ଦିନ ହେଲା ଯୁବକ ଜଣଙ୍କ ନିଖୋଜ ଥିଲେ l ପରିବାର ବର୍ଗ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତା ମିଳିନଥିଲା l ଦୁଇଦିନ ତଳେ ଯୁବକ ଜଣଙ୍କ ପ୍ରତିଦିନ ପରି ଉକ୍ତ ଶସ୍ୟକ୍ଷେତ୍ରରେ ଥିବା କୂଅକୁ ଗାଧୋଇବାକୁ ଆସି ଅସାବଧାନତା ଯୋଗୁଁ କୂଅ ମଧ୍ୟକୁ ଖସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି l (ପ୍ରଦୀପ କୁମାର ପଣ୍ଡା)