November 23, 2024

ଆମ୍ବୁଲାନ୍ସରେ ଚୋରାଚାଲାଣ ହେଉଥିଲା ଗଞ୍ଜେଇ ,ଧରିଲା ପୋଲିସ୍

Share

 

ଆମ୍ବୁଲାନ୍ସ ରେ ଚୋରାଚାଲାଣ ହେଉଥିଲା ଗଞ୍ଜେଇ । ଅଧା ବାଟରୁ ଧରିଲା ପୋଲିସ୍ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଡାହାଣୀନାଳ ନିକଟରେ l ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି l ସେମାନେ ହେଲେ ଆମ୍ବୁଲାନ୍ସ ଡ଼୍ରାଇଭର ଡେଙ୍ଗଆମ୍ବ ଗାଁର ପ୍ରଶାନ୍ତ ମାଝୀ (୩୪), କଣ୍ଟସାରୁ ଗାଁର ଜିଖରିୟ ମଲ୍ଲିକ (୩୨(ଓ ଡେକlବନ୍ଧ ଗାଁର ପାଇଲ ଦଳାଇ (୪୫) ବୋଲି ମୋହନା ଥାନା ସବ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ମଲ୍ଲିକ କହିଛନ୍ତି । ପୋଲିସ ସୂଚନା ପ୍ରକାରେ କେଶରୀଗୁଡା ଗ୍ରାମପଞ୍ଚାୟତ ଢେଖାବନ୍ଧ ଗ୍ରାମର ମିଖାଏଲ୍ ରଇତଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଭଣଜା ଜିକରୀୟ ମଳିକ ଆର୍ ଉଦୟଗିରି ଥାନା ଛେଲାଗଡ଼ ପଞ୍ଚାୟତ ଡେଙ୍ଗାଆମ୍ବ ଗ୍ରାମର ଜଣେ ଡାକ୍ତର ଙ୍କୁ ଯୋଗାଯୋଗ କରିଥିଲେ l ବ୍ରହ୍ମପୁର ଖ୍ରୀଷ୍ଟୀୟାନ୍ ହସ୍ପିଟାଲ ଲେଖା ଯାଇଥିବା ଗୋଟିଏ ଆମ୍ବୁଲାନ୍ସ କୁ ଡକାଇ ସେଥିରେ ବ୍ରହ୍ମପୁର ନେଉଥିଲେ ।ତେବେ ଉକ୍ତ ଆମ୍ବୁଲାନ୍ସ ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଓ ତାଙ୍କ ଟିମ୍ ଚନ୍ଦ୍ରଗିରି ଡାହାଣୀନାଳ ନିକଟରେ ପହଞ୍ଚି ଆମ୍ବୁଲାନ୍ସ ର ଖାନ୍ ତଲାସୀ କରିଥିଲେ । ଏଥିରୁ କିଛି ବ୍ୟାଗ୍ ରୁ ପ୍ରାୟ ୮ କେଜି ଓଜନର ଗଞ୍ଜେଇ ଜବତ କରିଛି ପୋଲିସ୍ । ମୋହନା ଥାନାରେ କେସ ନମ୍ବର ୨୦/୨୩ ରେ ମାମଲା ରୁଜୁ କରାଯାଇ ଆମ୍ବୁଲାନ୍ସ ଜବତ କରାଯିବା ସହ ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସବ ଇନ୍ସପେକ୍ଟର କହିଛନ୍ତି l