November 25, 2024
Share

➡️୧-ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ କରିବେ ପ୍ରବେଶ ।

➡️୨-ଅଯୋଧ୍ୟାରେ ରାମ ମନ୍ଦିରରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ କେଉଁ ମୂତି ପୂଜା ପାଇବେ ଏନେଇ ଆଜି ହେବ ମତଦାନ । ନିର୍ମାଣ ହୋଇଛି ବାଳୁତ ରାମଙ୍କ ୫୧ ଇଂଚ ଉଚ୍ଚତାର ୩ଟି ମୂର୍ତି ।

➡️୩-ଖୁବଶୀଘ୍ର ପୂରଣ ହେବ ଖାଲି ପଡ଼ିଥିବା ୩୯୯ ଓସିଏସ୍‌ ପଦବୀ l ଜାନୁୟାରୀ ୧୭ ତାରିଖରୁ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ l ଏନେଇ ଗତକାଲି ଓପିଏସ୍‌ସି ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।

➡️୪-୪୮୨ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଶିକ୍ଷମମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

➡️୫-ଏଣିକି ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି, ତିଆରି କରିବ BMC । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଲେ ଭୁବନେଶ୍ୱର ମେୟର ।

➡️୬-୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୨୦୨୪ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର।

➡️୭-ଏଣିକି ଜଟିଳ ରୋଗର ଚିକିତ୍ସା ହେବ ସହଜ, ବିଏସ୍‌କେୱାଇ-ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୮-ଆରଆଇ, ଏଆରଆଇ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଆରମ୍ଭ ହୋଇ ୩୧ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ହେବ ଆବେଦନ ପ୍ରକ୍ରିୟା l ଆଶାୟୀ ପ୍ରାଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ https://www.osssc.gov.in/ ରେ ଯାଇ ଆବେଦନ କରିପାରିବେ।

➡️୯-ପଦ୍ମପୁରବାସୀଙ୍କୁ ମିଳିଲା ପ୍ରଥମ ଏଡିଏମ୍‌, ନୂଆ ପଦବିକୁ ଅନୁମୋଦନ ‌ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଚଭନ କୁନାଲ ମୋତିରାମଙ୍କୁ ପଦ୍ମପୁରର ପ୍ରଥମ ଏଡିଏମ୍‌ ଭାବେ ମିଳିଲା ନିଯୁକ୍ତି l

➡️୧୦-ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ହେବ ଭାରତର ପ୍ରଥମ ଅଣ୍ଡରୱାଟର ଟୁରିଜମ l ଏହି ପ୍ରୋଜେକ୍ଟକୁ ଆସନ୍ତା ବର୍ଷ ଦୀପାବଳି ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ ରଖିଛନ୍ତି l

➡️୧୧-କରୋନା ଆକ୍ରାନ୍ତ ବଢିବା ପରେ ଆଲର୍ଟ ହେଲା ଓଡ଼ିଶା। ଟେଷ୍ଟିଂ ଓ ସର୍ଭିଲାନ୍ସ ବଢ଼ାଇବାକୁ ଦିଆ ହେଲା ପରାମର୍ଶ l

➡️୧୨-ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସକୁ ୬୦ରୁ କମ କରି ୫୦ ବର୍ଷ କରିବା ପାଇଁ କଲେ ଘୋଷଣା । ଏଣିକି ଦଳିତ ଓ ଆଦିବାସୀଙ୍କୁ ଏହି ଲାଭ ମିଳିବ l

➡️୧୩-ଶେଷ ହେଲା କୌନ୍ ବନେଗା କରୋଡ଼ପତି ସିଜିନ୍‌ ୧୫ର ଶେଷ ଏପିସୋଡ଼ l ‘କେବିସି’ ମଞ୍ଚରୁ ଲୁହ ଛଳଛଳ ଆଖିରେ ବିଦାୟ ନେଲେ ଅମିତାଭ ବଚ୍ଚନ l

➡️୧୪-ବିହାର ରାଜନୀତିରେ ବଡ ହଲଚଲ l ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂଙ୍କ ଦେଲେ ଇସ୍ତଫା, ନୀତୀଶ ହେଲେ ନୂଆ ଅଧ୍ୟକ୍ଷ l

➡️୧୫-ଗାଜା ଓ ୱେଷ୍ଟ ବ୍ୟାଙ୍କରେ ପାଲିଷ୍ଟେନୀୟମାନଙ୍କୁ ଗଣହତ୍ୟା କରାଯାଉଥିବାରୁ ଚଳିତବର୍ଷ ୨୦୨୪ର ନୂଆବର୍ଷ ଉତ୍ସବ ପାଳିବେନି ପାକିସ୍ତାନବାସୀ l

➡️୧୬-ଆସାମରେ ଚାଲିଥିବା ଶାନ୍ତି ପ୍ରକ୍ରିୟାକୁ ମିଳିଲା ବହୁତ ବଡ଼ ସଫଳତା l ଦୀର୍ଘ ୪୦ ବର୍ଷ ପରେ ଅସ୍ତ୍ର ତ୍ୟାଗକଲା ଉଲ୍‌ଫା, ଐତିହାସିକ ଶାନ୍ତି ଚୁକ୍ତି ହେଲା ସ୍ବାକ୍ଷରିତ l

➡️୧୭-ନୂଆବର୍ଷ ପୂର୍ବରୁ ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କଲା ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୩୬ଟି ଡ୍ରୋନ୍‌ ଫାୟାର କଲା ରୁଷ୍‌ l ଏଥିରେ ୟୁକ୍ରେନ୍‌ର ଅନେକ ପ୍ରତିଷ୍ଠାନ ଛାରଖାର ହୋଇଯାଇଥିବା ବେଳେ ପ୍ରାୟ ୨୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି।

➡️୧୮-ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ, ୭ମ ଥର ଲାଗି ଏକ ବର୍ଷରେ ପୂରଣ କଲେ ୨୦୦୦ ଅନ୍ତର୍ଜାତୀୟ ରନ୍‌ l

➡️୧୯-ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯିବେ ନେପାଳର IPL ଷ୍ଟାର ସନ୍ଦୀପ ଲାମିଛାନେ l କ୍ରିକେଟରଙ୍କ ଉପରେ କୋର୍ଟ ନେଲେ ବଡ଼ ନିଷ୍ପତ୍ତି l

➡️୨୦-ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ସପ୍ତମ ବିଜୟ l ଗତକାଲି ଘରୋଇ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୪-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଓଡ଼ିଶା ଏଫ୍‌ସି ୧୨ ମ୍ୟାଚ୍‌ରୁ ୭ ବିଜୟ ସହ ୨୪ ପଏଣ୍ଟରେ ଟେବୁଲ୍‌ର ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଜାତୀୟ ବାଇକାର୍ବୋନେଟ୍ ସୋଡ଼ା ଦିବସ ll
🔅ଆଜି ଶ୍ରୀ ରାମଣ ମହର୍ଷି ଜୟନ୍ତୀ ll
🔅ଆଜି ଶ୍ରୀ ବିକ୍ରମ ସାରଭାଇ ସ୍ମୃତି ଦିବସ ll
🔅ଆଜି ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ୟୁ କିଙ୍ଗ ନଗବାଙ୍କ ମୃତ୍ୟୁ ବାର୍ଷିକୀ ll