September 21, 2024

ରତନେଇ ପାହାଡରେ ଘଟିଥିବା ହତ୍ୟା ଘଟଣାରେ ଗିରଫ ଡାକ ଭୂୟାଁଙ୍କୁ ଆଜୀବନ କାରାଦଣ୍ଡ..

Share

ସାନଖେମୁଣ୍ଡି : ମାର୍ଚ୍ଚ ୧୫ ୨୦୨୩ ତାରିଖ ରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ ଗୋପାଳପୁର ଗ୍ରାମ ପାଞ୍ଚୟତର ପୃର୍ବତନ ସରପଞ୍ଚ ନିରାକାର ପ୍ରଧାନ ରତ୍ନେଇ ପାହାଡ଼ ଉପରେ ଏକ ନର କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପାଟପୁର ପୋଲିସ ରତ୍ନେଇ ପାହାଡ଼ରୁ ନର କଙ୍କାଳ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇ ଥିଲେ। ନର କଙ୍କାଳ ଏତେ କ୍ଷୟକ୍ଷତି ହୋଇଥିଲା ଯେ ତାକୁ ଚି଼ହ୍ନଟ କରିବା ପୋଲିସ ପାଇଁ ଚାଲେଞ୍ଜ ହୋଇଯାଇଥିଲା। କିନ୍ତୁ କଙ୍କାଳ ପାଖରୁ ମିଳିଥିବା ଲୁଗା, ହାତ ମୁଦି ଓ ପାଉଜି ଦେଖି ପୋଲିସ ଉକ୍ତ କଙ୍କାଳ କୌଣସି ଏକ ମହିଳାଙ୍କ ବୋଲି ସନ୍ଦେହ କରି ତଦନ୍ତକୁ ଆଗକୁ ନେଇଥିଲେ। କିଛି ଦିନ ପରେ ଅର୍ଥାତ ଏପ୍ରେଲ ୨୫ ତାରିଖ ଦୀର୍ଘ ଦେଢ଼ ମାସ ପରେ ପାଟପୁର ଥାନା ଅନ୍ତର୍ଗତ ସୁମନ୍ତପୁର ଗ୍ରାମର ଦୃ୍ଯ୍ୟୋଧନ ଗୌଡ଼ ଏବଂ ସୁଦେଷ୍ଟା ଗୌଡ଼ ତାଙ୍କ ବଡ଼ ଝିଅ ବନିତା ଗୌଡ଼ କିଛି ଦିନ ହେଲା ନିଖୋଜ ଥିବା ନେଇ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ରତ୍ନେଇ ପାହାଡ଼ କଙ୍କାଳ ନିକଟରୁ ଉଦ୍ଧାର ହୋଇଥିବା ମିଳିଥିବା ଲୁଗା, ହାତ ମୁଦି ଓ ପାଉଁଜି ଦେଖାଇଥିଲେ। ଦୃ୍ଯ୍ୟୋଧନ ସେସବୁ ତାଙ୍କରି ଝିଅର ବୋଲି ଚି଼ହ୍ନଟ କରିବା ସହିତ ଝିଅର କିଛି ତଥ୍ୟ ପୋଲିସଙ୍କୁ ଜଣାଇଥିଲେ। ପରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସମସ୍ତ ଘଟଣାକୁ ଅନୁଧ୍ୟାନ କରିବା ସହିତ ପ୍ରମାଣ ସଂଗ୍ରହ କରି ମୁଖ୍ୟ ଅଭିଯୁକ୍ତ ଆମ୍ବଗାଁ ଗ୍ରାମର ସ୍ୱର୍ଗତ ବୁଦ୍ଧିୟ| ଭୂୟାଁଙ୍କ ପୁଅ ଡାକ ଭୂୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୨୭/୧୨/୨୦୨୩ ବୁଧବାର ଦିନ ସମସ୍ତ ପ୍ରମାଣକୁ ଆଧାର କରି ପ୍ରଥମ ବିଭାଗୀୟ ବିଚାରପତି ଡ଼ଃ ଇନ୍ଦୁ ଶ୍ରମା ଉକ୍ତ କେଶ ର ବିଚାର କରି ମୁଖ୍ୟ ଅଭିଯୁକ୍ତ ଡାକ ଭୂୟାଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦୦୦୦ ଟଙ୍କା ଜୋରିମାନା ର ଆଦେଶ ଶୁଣେଇଛନ୍ତି। ଏପରି ଏକ ନର କଙ୍କାଳ କୁ ଉଦ୍ଧାର କରି ଅଭିଯୁକ୍ତକୁ ଧରି ଦୋଷୀକୁ ଦଣ୍ଡ ମିଳିଥିବାରୁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ତାଙ୍କରି ଟିମକୁ ଅଞ୍ଚଳବାସୀ ବୁଦ୍ଧିଜୀବୀ ବହୁ ପ୍ରଶଂସା ଦେଉଛନ୍ତି। ପୋଲିସର ସଠିକ ତଦନ୍ତ ଯୋଗୁଁ ଆସାମୀ ଦଣ୍ଡ ପାଇବା ସହିତ ମୃତ ବନିତା ଗୌଡ଼ଙ୍କୁ ନ୍ୟାୟ ମିଳିଥିବାରୁ ତାଙ୍କ ପରିବାର ପୋଲିସ ଓ ନ୍ୟାୟ ବ୍ୟବସ୍ଥାକୁ ଧନ୍ୟବାଦ ଦେଇଛନ୍ତି। (ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ)