March 10, 2026

ଯୁବ କବି ରାଧାମୋହନଙ୍କୁ ଉଦୟରାଗ ସମ୍ମାନ ୨୦୨୩ ପୁରସ୍କାର ପ୍ରଦାନ…

yggui
Share

 

ଗୁଣପୁର -ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ଟାଇମପାସ୍ ପବ୍ଲିକେଶନ ପକ୍ଷରୁ ଆୟୋଜିତ ହୋଇଥିବା ସାହିତ୍ୟ ଉତ୍ସବ “ଉତସାହିତ୍ୟି” କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାର ପଦ୍ମପୁର ମାଟିରେ ଜନ୍ମିତ ଯୁବ କବି ରାଧାମୋହନ ପାଣିଗ୍ରାହୀଙ୍କୁ “ଉଦୟରାଗ ସମ୍ମାନ ୨୦୨୩” ପୁରସ୍କାରରେ ସମ୍ମାନିତ କରାଯାଇଛି।ଏହି ବର୍ଷ ପାଇଁ ଅଧୁନା ଗୁଡ଼ାରୀ ବ୍ଳକରେ ପ୍ରାଥମିକ ଶିକ୍ଷକରୂପେ କାର୍ଯ୍ୟରତ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କୁ ଯୁବ କବି ପ୍ରତିଭା ରୁପେ ଏହି ପୁରସ୍କାର ପ୍ରଦାନ କରାଯାଇଛି।ଏହି ଉତ୍ସବ ଅବସରରେ ସୁନାମଧନ୍ୟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ଼.ହୃଷୀକେଶ ମଲ୍ଲିକଙ୍କ ସହ ଟାଇମପାଶ ପ୍ରକାଶନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ ବଳ ଉଦୟରାଗ ବିଜେତାଙ୍କୁ ଉପଢୌକନ,ମୟୁର ଚନ୍ଦ୍ରିକା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଉଲ୍ଲେଖନୀୟ ସଫଳତା ପାଇବା ଅବସରରେ ଶିକ୍ଷକ ତଥା ଯୁବ କବି ଶ୍ରୀଯୁକ୍ତ ରାଧାମୋହନଙ୍କୁ ପଦ୍ମପୁର,ଗୁଡ଼ାରୀ ତଥା ରାୟଗଡ଼ ଜିଲ୍ଲାର ସମସ୍ତ ଅଞ୍ଚଳର ବୁଦ୍ଧିଜୀବୀ ତଥା ସାହିତ୍ୟିକମାନେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।(ସୁରେନ୍ଦ୍ର ମହାନ୍ତି )