September 21, 2024
Share

➡️୧-ଆସନ୍ତା ଜାନୁଆରି ୧୭ ତାରିଖରେ ହେବାକୁଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌‌ଘାଟନ ଉତ୍ସବରେ ଦେଶର ସବୁ ପ୍ରମୁଖ ଦେବପୀଠକୁ ଯିବ ‘ପରିକ୍ରମା’ ନିମନ୍ତ୍ରଣ ପତ୍ର l ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହେଲା ଆରମ୍ଭ l

➡️୨-ଧରାବତରଣ କଲେ ପ୍ରଭୁ ଯୀଶୁ, ଝଟକୁଛି ଚର୍ଚ୍ଚ। ନୂଆ ଦିଶା, ନୂଆ ରାହା ଦେଖାଇବାକୁ ପୃଥିବୀ ପୃଷ୍ଠକୁ ଓହ୍ଲାଇଛନ୍ତି । ଆଜିର ଦିନକୁ ବଡ଼ ଦିନ ଭାବେ ପାଳନ କରାଯାଉଛି । ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ ଏହାକୁ ପାଳନ କରୁଛନ୍ତି ।

➡️୩-ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ, ପୁରୀ ବଳିଆ ପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ୮୫୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ l

➡️୪-୨ଟନ୍ ପିଆଜରେ ପୁରୀ ବେଳାଭୂମୀରେ ତିଆରି କଲେ ୧୦୦ ଫୁଟର ‘ସାଣ୍ଟାକ୍ଲଜ’, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଲେ ବିଶ୍ୱରେକର୍ଡ l

➡️୫-ଆସିଲା ନୂଆ ଆୟକର ରିଟର୍ଣ୍ଣ ଫର୍ମ, ଏଣିକି ନଗଦ ରାଶି, ନିଜ ନାମରେ ଥିବା ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ l

➡️୬-ଶୀତରେ ଥରୁଛି ଭାରତ, ଜମ୍ମୁ-କାଶ୍ମୀରରେ ପାରଦ ଶୂନ ଡିଗ୍ରି ତଳେ l ପହଲଗାମରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୩.୯ ଡିଗ୍ରି ହେଲା ରେକଡ଼ l

➡️୭-ଗୁଜରାଟ ଦ୍ୱାରକାରେ ଆହିର ସମାଜର ମହିଳାଙ୍କ ମହାରାସ। ୩୭ ହଜାର ମହିଳା ଏକାଠି ହୋଇ କଲେ ରାସ l

➡️୮-ବୃନ୍ଦାବନର ପ୍ରସିଦ୍ଧ କୃଷ୍ଣ ମନ୍ଦିର ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ କରିବାକୁ ଯାଇଥିବା ୨ ଜଣ ଶ୍ରଦ୍ଧାଳୁଙ୍କ ହେଲା ମୃତ୍ୟୁ l

➡️୯-ଭାରତର ୧ ଲକ୍ଷ ଶ୍ରମିକ ଯିବେ ତାଇବାନ! ଆମେରିକାର ରିପୋର୍ଟକୁ ନେଇ ଉତ୍ତେଜନା ପରେ ଆସିଲା ସ୍ପଷ୍ଟୀକରଣ l

➡️୧୦-ବକ୍ସ ଅଫିସରେ ଫିଲ୍ମ ‘ସାଲାର’ ର ସୁନାମୀ, ୩ ଦିନରେ ହେଲା ୨୦୦ କୋଟି ପାର, ଗତକାଲି ହେଲା ବମ୍ପର କଲେକ୍ସନ l ସେପଟେ ଫିଲ୍ମ ଡଙ୍କି ଚାରି ଦିନରେ ମାତ୍ର ୧୦୫.୮୪ କୋଟି ଟଙ୍କାର ବ୍ୟବସାୟ କରିଛି।

➡️୧୧-କନ୍ଧମାଳ ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତ କେହେଲିଗୁଡା ନିକଟସ୍ଥ କରୁଗାଡ଼େଙ୍ଗ ସିର୍ଲା ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ହେଲା ମୁହାଁମୁହିଁ l କମ୍ବିଂ ଅପରେସନ୍ ବେଳେ ହେଲା ବିସ୍ଫୋରଣ, ୨ ଯବାନ ଆହତ l

➡️୧୨-ରେକର୍ଡ ଭାଙ୍ଗିଦେଲା ୧୯୯୮ ବ୍ୟାଚ୍ l IIT ବମ୍ବେକୁ ୫୭ କୋଟି ଟଙ୍କା ଦେଲେ ପୂର୍ବତନ ଛାତ୍ରଛାତ୍ରୀ, ନିର୍ମାଣ ହେବ AI ଲ୍ୟାବ୍‌, ଗରିବ ମେଧାବୀଙ୍କୁ ମିଳିବ ଛାତ୍ରବୃତ୍ତି l

➡️୧୩-ନାଗପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଜାଲିଆତି ମାମଲାରେ କଂଗ୍ରେସ ବିଧାୟକଙ୍କ ସମେତ ୫ଜଣ ହେଲେ ଦୋଷୀ ସାବ୍ୟସ୍ତ l

➡️୧୪-ଉତ୍ତର ଟେକ୍ସାସ ବିଶ୍ୱବିଦ୍ୟାଳୟର ସବୁଠାରୁ ବୟସ୍କ ଗ୍ରାଜୁଏଟ୍ ୯୦ ବର୍ଷୀୟା ମହିଳା ମିନି ପେନ୍, ଯିଏ ଚଳିତ ସପ୍ତାହରେ ଅନ୍ତର୍ବିଭାଗୀୟ ଅଧ୍ୟୟନରେ ସ୍ନାତକୋତ୍ତର ଡିଗ୍ରି କଲେ ହାସଲ l

➡️୧୫-ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୩ ନକ୍ସଲ l

➡️୧୬-ଇଣ୍ଡୋନେସିଆର ସୁଲାୱେସିି ପ୍ରଦେଶରେ ଗତକାଲି ଏକ ନିକେଲ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣ ଶ୍ରମିକଙ୍କ ହେଲା ମୃତ୍ୟୁ l ଆହାତ ୩୮ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

➡️୧୭-ଭାରତକୁ ଆସୁଥିବା ଆଉ ଏକ ପଣ୍ୟବାହୀ ଜାହାଜ ଉପରେ ହାଉଥି ବିଦ୍ରୋହୀମାନେ କଲେ ଡ୍ରୋନ୍‌ ଆକ୍ରମଣ, ନୌସେନାର ଯାଞ୍ଚ ଆରମ୍ଭ l ଏଥିରେ ୨୫ ଜଣ ଭାରତୀୟ କର୍ମଚାରୀ ଥିଲେ। କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି ।

➡️୧୮-ଭାରତର ଐତିହାସିକ ଟେଷ୍ଟ୍‌ ବିଜୟ l ୱାଙ୍ଖ୍‌ଡ଼େ ଷ୍ଟାଡିୟମ୍‌ରେ ୨୮ ବର୍ଷ ପରେ ଅଷ୍ଟ୍ରେଲିଆ ମହିଳାଙ୍କୁ ୮ ୱିକେଟ୍‌‌ରେ କଲେ ପରାସ୍ତ l

➡️୧୯-କଟକ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହେଲା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ : ପ୍ରଥମ ମ୍ୟାଚରେ ଓଡ଼ିଶା ଜଗରନଟ୍ ରାଜସ୍ଥାନ ୱାରିୟର୍ସକୁ ହରାଇଲା l

➡️୨୦-କୁସ୍ତି ଫେଡେରେସନ ଚଳାଇ ରଖିବାକୁ ଭାରତୀୟ ଅଲିମ୍ପିକ ସଂଘଙ୍କ ବଡ଼ ନିଷ୍ପତ୍ତି, ୨୪ ଘଣ୍ଟାର ଗଠନ ହେବ ନୂଆ ଆଡ-ହକ୍ କମିଟି l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଖ୍ରୀଷ୍ଟମାସ, ବଡଦିନ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବାର୍ଷିକୀ ll
🔅ଆଜି ପାଷାଣ ଚତୁର୍ଦଶୀ ll
🔅ଆଜି ଶିବ ଚତୁର୍ଦଶୀ ଉପବାସ ଓ ବେଢା ପରିକ୍ରମା ll
🔅ଆଜି ମାତା ତୁଲସୀ ପୂଜା ଦିବସ ll
🔅ଆଜି ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୟନ୍ତୀ ll
🔅ଆଜି ଯୋଗ ଗୁରୁ ବାବା ରାମଦେବଙ୍କ 58ତମ ଜନ୍ମଦିନ ll

📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ :9438253184 ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll