September 21, 2024
Share

➡️୧-ଆଜି ପବିତ୍ର ବ୍ୟଞ୍ଜନ ଦ୍ବାଦଶୀ। ଶ୍ରୀମନ୍ଦିର ରେ ପ୍ରସ୍ତୁତ ହେବ ୫୦୦ରୁ ଅଧିକ ପ୍ରକାରର ବ୍ୟଞ୍ଜନ l ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଏ l

➡️୨-ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ପାଇଁ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ବାହାର କଲେ ଅତି ସୂକ୍ଷ୍ମ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ l ରାମଲାଲାଙ୍କ ବିଗ୍ରହ ସ୍ଥାପନର ବିଶିଷ୍ଟ ମୁହୂର୍ତ୍ତ ୨୨ ଜାନୁଆରି ମଧ୍ୟାହ୍ନ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରେ ଆରମ୍ଭ ହୋଇ ଏହା ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ।

➡️୩-ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଆରମ୍ଭ ହେଲା ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ l ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଆୟୋଜିତ ହେବ l

➡️୪-ଆଜିଠୁ କମିବ ଶୀତର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ଆକଳନ । ହେଲେ ଦୃଶ୍ୟମାନ ହେବ ଘନ କୁହୁଡି ।

➡️୫-ରାଜ୍ୟ ଗୁଡ଼ିକୁ ଟିକସ ବଂଟନ ଅତିରିକ୍ତ କିସ୍ତି ବାବଦରେ କେନ୍ଦ୍ର ସରକାର ୭୨,୯୬୧.୨୧ କୋଟି ଟଙ୍କା କଲେ ପ୍ରଦାନ l ଓଡିଶାକୁ ମିଳିଲା ୩୩୦୩. ୬୯ କୋଟି ଟଙ୍କା l

➡️୬-ପ୍ରତିବର୍ଷ ଡିସେମ୍ବର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁରରେ ବେଳାଭୂମି ମହୋତ୍ସବ ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୌଣସି କାରଣ ନଥାଇ ପ୍ରଶାସନ ପକ୍ଷରୁ ହେଲା ବନ୍ଦ l

➡️୭-ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌. ଏମ୍‌. ରାଜେନ୍ଦ୍ରନଙ୍କର ଗତକାଲି ଚେନ୍ନାଇ ଠାରେ ହେଲା ପରଲୋକ l ୧୯୯୯ ମସିହାର ଅଭୁତପୂର୍ବ ମହାବାତ୍ୟାର ପରେ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନ୍ ଓଡିଶାର ରାଜ୍ୟପାଳ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ l

➡️୮-ପୁରୀରେ 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପଣ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା l

➡️୯-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ନେଇ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । କହିଲେ ବିଳମ୍ବରେ ହେଉପଛେ ଆଜି ମୋତେ ନ୍ୟାୟ ମିଳିଛି । ବାପା ସୁସ୍ଥ ହେବା ପରେ ଦ୍ୱିତୀୟ ବିବାହ ପାଇଁ ନେବେ ନିଷ୍ପତ୍ତି ।

➡️୧୦-୨୦୨୩ର ସବୁଠୁ ବଡ଼ ଓପନର ହେଲା ‘ସାଲାର’, ପ୍ରଥମ ଦିନରେ ଆୟ କଲା ୯୫କୋଟି l ଫିଲ୍ମ ‘ପଠାନ’, ‘ଯବାନ’, ‘ଆନିମଲ’କୁ କାଟିଲା l ୪୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ଖୁବ ଶୀଘ୍ର ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି ସିନେ ସମୀକ୍ଷକ ମତ ରଖିଛନ୍ତି।

➡️୧୧-ଟାଟା ଗ୍ରୁପ୍ ମାଲିକାନାରେ ପରିଚାଳନା ହେଉଥିବା ଏୟାର ଇଣ୍ଡିଆକୁ ମିଳିଲା ପ୍ରଥମ ଏ୩୫୦-୯୦୦ ( ଚଉଡ଼ା ) ବିମାନ l ଫ୍ରାନ୍ସରୁ ଏୟାରବସ ଏ୩୫୦-୯୦୦ ବିମାନ ଆସି ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି। ଆସନ୍ତାବର୍ଷରୁ ଏହା ଅନ୍ତର୍ଜାତୀୟ ମାର୍ଗରେ ଉଡ଼ାଣ ଭରିବ।

➡️୧୨-ଝାରସୁଗୁଡାରେ ଆୟୋଜିତ ହେଲା ୨ ଦିନିଆ ହୋମିଓପାଥିକ ଜାତୀୟ କର୍ମଶାଳା । ବରିଷ୍ଠ ଡାକ୍ତରମାନେ ଦେଲେ ପରାମର୍ଶ l କର୍ମଶାଳାରେ ବିଭିନ୍ନ ରାଜ୍ୟରୁ ୭୦ ଜଣ ଡାକ୍ତର ଯୋଗ ଦେଇଥିଲେ।

➡️୧୩-କୋଭିଡକୁ ନେଇ ଭୟଭୀତ ହୁଅନି, କେବଳ ସତର୍କ ରୁହ। କରୋନାର ନୂଆ ଭାରିଏଣ୍ଟ JN.1ର ମାମଲା ବୃଦ୍ଧି ପରେ ଏହି ପରାମର୍ଶ ଦେଲେ ଦିଲ୍ଲୀ AIIMSର ଡାକ୍ତର।

➡️୧୪-ଗୌତମ ଆଦାନିଙ୍କ ବଡ଼ ଘୋଷଣା, ଆଦାନି ୱିଲମାରକୁ ବିକିବେ ୫୮୪ କୋଟି ଟଙ୍କାର ଶେୟାର l ଏହି ଶେୟାର ୨୬ ଡିସେମ୍ବରରୁ ୩୧ ଡିସେମ୍ବର ମଧ୍ୟରେ କରାଯିବ l

➡️୧୫-ଭାରତୀୟ ତଟ ଆରବ ସାଗରରେ ଏକ ପଣ୍ୟବାହୀ ଜାହାଜ ଉପରେ ହେଲା ଡ୍ରୋନ୍‌ ଆକ୍ରମଣ l ସୁରକ୍ଷା ପାଇଁ ଯୁଦ୍ଧ ଜାହାଜ ପଠାଇଲା ଭାରତ l

➡️୧୬-ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି, ଶୁକ୍ରବାର ଗାଜା ଉପରେ ହୋଇଥିବା ଇସ୍ରାଏଲର ଏକ ବଡ଼ ବିମାନ ଆକ୍ରମଣରେ ଗୋଟିଏ ପରିବାରର ୭୬ ଜଣ ସଦସ୍ୟଙ୍କ ହେଲା ମୃତ୍ୟୁ l

➡️୧୭-ଗାଜାରେ ଇସ୍ରାଏଲର ଧ୍ବଂସଲୀଳା: ୨୦୦୦ ପାଉଣ୍ଡ ବୋମା ୨୦୦ ଥର ପକାଇଥିବା ନେଇ ହେଲା ଅଭିଯୋଗ l

➡️୧୮-ଭାରତ-ଅଷ୍ଟ୍ରେଲିଆ ମହିଳା ଟେଷ୍ଟ : ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୨୩୩ ରନ୍‌ କରିବା ସହିତ ୪୬ ରନ୍‌ରେ ଆଗୁଆ ରହିଛି। ଆଜି ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଏହି ମ୍ୟାଚ୍‌ଟି ବର୍ତ୍ତମାନ ପାଖାପାଖି ଭାରତ ସପକ୍ଷରେ ରହିଛି।

➡️୧୯-ଭୁବନେଶ୍ୱରରେ ଥିବା ଭାରତର ସର୍ବବୃହତ କଳିଙ୍ଗ ଇନ୍ ଡୋର ଆଥଲେଟିକ୍ସ ଏରିନା ହାସଲ କଲା ସମ୍ମାନଜନକ ବିଶ୍ୱ ଆଥଲେଟିକ୍ସ ବର୍ଗ -୧ ସାର୍ଟିଫିକେଟ l

➡️୨୦-ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ କିଓ୍ଵି ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ହାତେଇଲେ ସିରିଜ୍ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଅନଙ୍ଗ ତ୍ରୟୋଦଶୀ ll
🔅ଆଜି ଜାତୀୟ ଗ୍ରାହକ ଅଧିକାର ଦିବସ ll
🔅ଆଜି ପ୍ରସିଦ୍ଧ ଗାୟକ ମହମ୍ମଦ ରାଫିଙ୍କ ଜନ୍ମ ବାର୍ଷିକୀ ll
🔅ଆଜି ଅଭିନେତା ଶ୍ରୀ ଅନିଲ କପୁରଙ୍କ ଜନ୍ମଦିନ ll
🔅ଆଜି ଲିବିଆର ସ୍ୱାଧୀନତା ଦିବସ ll

📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll