ତୃତୀୟ ଦିନରେ ଗଜପତି ଉତ୍ସବ ମହାସମାରୋହରେ ପାଳିତ…
ପାରଳାଖେମୁଣ୍ଡି, ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ତୃତୀୟ ଦିରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ତୃତୀୟ ସନ୍ଧ୍ୟାରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ-ତଥା-ଅଧକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦୀପ ମାଝି, ମାନ୍ୟବର ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଓଡ଼ିଶା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲାପରିଷଦ, ଗଜପତି ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମରିୟୋମ୍ ରଇତ, ଅଧ୍ୟକ୍ଷା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ଗଜପତି,ପ୍ରଫେସର ଏନ୍.ନାଗାରାଜୁ, କୁଳପତି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
ଡ.ନିହାର ରଞ୍ଜନ ନାୟକ, ସଦସ୍ୟ ସଚିବ,ଜୈବ ବିବିଧତା ବୋର୍ଡ ଓଡ଼ିଶା,ଡ.ରଜତ କୁମାର ପାଣିଗ୍ରାହୀ, ଅଧ୍ୟକ୍ଷ, ସରକାରୀ ଆଇ.ଟି.ଆଇ, ବ୍ରହ୍ମପୁର ,ପ୍ରଫେସର ବିପିନ୍ ନାୟକ, କବି, ଓଡ଼ଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ
ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ସମସ୍ତ ଅତିଥି ଗଣ ଗଜପତି ଜିଲ୍ଲାର ଲୋକକଳା,ସଂସ୍କୃତି, ଜନଜାତି,ନୃତ୍ୟ ସଙ୍ଗୀତ,ପରମ୍ପରା ଓ ପର୍ଯ୍ୟଟନ ସ୍ଥଳୀର ବିକାଶରେ ଜିଲ୍ଲା ଅଗ୍ରସର ହେଉଛି ବୋଲି କହିଥିଲେ। ପରେ ପରେ ଜିଲ୍ଲାପାଳ -ତଥା- ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଗଜପତିଙ୍କ ଦ୍ଵାରା ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରିବା ସହ ୪ଜଣଙ୍କୁ ସମ୍ବର୍ଦ୍ଧନା କରଯାଇଥିଲା ଓ ସମସ୍ତ ଅତିଥି ମାନଙ୍କୁ ମେମଣ୍ଟୋ ଓ ଉପଢୌକନ ଦେଇ ଗଜପତି ଉତ୍ସଵର ସମ୍ମାନିତ କରିଥିଲେ। ଗଜପତି ଐତିହ ଓ ସଂସ୍କୃତି ଉପରେ ଭିଡ଼ିଓ ଉନ୍ମୋଚନ କରାଯାଇଥିଲା।
ଏହି ଅବସରରେ ତୃତୀୟ ଦିନ ସନ୍ଧ୍ୟାରେ ଜିଲ୍ଲା, ତଥା ରାଜ୍ୟ ବାହାର ଜିଲ୍ଳାର ସାଂସ୍କୃତିକ ଦୋଳ ନିଜର କଳା ପ୍ରଦର୍ଶନ କରିଥିଲେ। ଯତା ପଶ୍ଚିମବଙ୍ଗର ପୁରୁଲିଆ ଚୌ, ସଂସ୍କୃତି ଭାରତୀ ଓଡ଼ିଶୀ କଳା କେନ୍ଦ୍ର ଭୁବନେଶ୍ୱର, ମୟୂରଭଞ୍ଜ ଚୌ,ବଲାଙ୍ଗିର ଜିଲ୍ଲାର ନଟରାଜ କଳା ପରିଷଦ ର ବାଜାଶାଳ ନୃତ୍ୟ, ଓ ଆମ ଜିଲ୍ଳାର ନୂଆଗଡ, ମୋହନା, ଆର୍.ଉଦୟଗିରି, ନବୋଦୟ ବିଦ୍ୟାଳୟ, ସ୍କେଟିଂ ଟିମ୍ ର ଅଧିବାସୀ ନୃତ୍ୟ,କ୍ରିଏଟିଭ ଆର୍ଟ, ସେଞ୍ଚୁରୀୟନ୍ ସମ୍ବଲପୁରୀ ନୃତ୍ୟ
ନୃତ୍ୟ ଦର୍ଶକଙ୍କୁ ମନ ମୋହିଥିଲା।