November 14, 2024

ମହାଶିବରାତ୍ରୀ ଉପଲକ୍ଷେ ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର ପରିବାର 

Share

ବୁଗୁଡ଼ା : ତା ୧୧/୦୨/୨୩ : ଆଗକୁ ଆସୁଛି ମହାଶିବରାତ୍ରୀ ବା ଜାଗର । ସବୁ ଶିବ ମନ୍ଦିରରେ ଜାଗର ଜାଳିବେ ଶ୍ରଦ୍ଧାଳୁ । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବହୁକୁମ୍ଭକାର ପରିବାର ମାଟି ଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ

ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି ଭାବେ ଆପଣାଇ

ନେଇଥିବା କୁମ୍ଭକାରଙ୍କ ବେଉସା ଆଧୁନିକତାର

ମାଡ଼ରେ ନ ହଜିଯାଇ ଅଦ୍ୟାବଧି ବଞ୍ଚି ରହିଛି। ପୂର୍ବରୁ

ମାଟି ପାତ୍ରର ଚାହିଦା ଯଥେଷ୍ଟ ଅଧିକ ଥିଲା ଏବଂ

ରୋଷେଇ ପାଇଁ ଆବଶ୍ୟକ ମାଟି ପାତ୍ର ଠାରୁ ଆରମ୍ଭ

କରି ହାଣ୍ଡି, ମାଠିଆ, ସୁରେଇ ଆଦି ଭଳି ବିଭିନ୍ନ

ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭକାର ପରିବାର ବେଶ୍ ଦୁଇ

ପଇସା ରୋଜଗାର କରି କୁଟୁମ୍ବର ଗୁଜରାଣ ମେଣ୍ଟାଇ

ପାରୁଥିଲା । ସମୟାନୁକ୍ରମେ ଆଧୁନିକ ମଣିଷର ରୁଚିରେ

ମଧ୍ଯ ପରିବର୍ତ୍ତନ ଦେଖା ଦେଲାଣି । ଏବେ ରୋଷେଇ

ପାଇଁ ସାଧାରଣ ଲୋକେ ମାଟି ପାତ୍ରକୁ ଭୁଲି ବିଭିନ୍ନ

ଧାତୁରେ ନିର୍ମିତ ବାସନ କୁସନ ବ୍ୟବହାର କରିବାକୁ

ପସନ୍ଦ କଲେଣି । ଏଭଳି ପରିସ୍ଥିତରେ କୁମ୍ଭକାରଙ୍କ ବୃତ୍ତ

ପ୍ରତି ସଙ୍କଟ ସୃଷ୍ଟି ହୋଇଛି । ତଥାପି କୌଳିକ ବୃତ୍ତିକୁ

ବଞ୍ଜାଇ ରଖିବା ପାଇଁ ଏବେ ସୁଦ୍ଧା ସଙ୍ଘର୍ଷ ଜାରି

ରଖିଛନ୍ତି କୁମ୍ଭକାର ପରିବାର । ବିଶେଷକରି

ପର୍ବପର୍ବାଣୀରେ କୁମ୍ଭକାରଙ୍କୁ ସାଧାରଣ ଲୋକେ ମନେ

ପକାଇଥାନ୍ତି । ସେମାନଙ୍କ ଦ୍ବାରା ପ୍ରସ୍ତୁତ ଏମିତି କିଛି

ସାମଗ୍ରୀ ରହିଛି ଯାହାକି ପୂଜା ବ୍ରତ ସକାଶେ ନିହାତି

ଜରୁରୀ । ବିଜ୍ଞାନ ଯୁଗରେ ଆଲୋକର

ଦୀପ ମିଳୁଥିଲେ ମଧ୍ୟ ଜାଗର ପାଇଁ ମାଟି ଦୀପର ଚାହିଦା ଏବେ ବି ଅତୁଟ ରହିଛି । ବର୍ଷ ତମାମ

ବେକାରରେ ରହୁଥିବା କୁମ୍ଭକାର ପରିବାରଙ୍କ ପାଇଁ

ଦୀପାବଳି ଓ ମହାଶିବରାତ୍ରୀ ବା ଜାଗର ପର୍ବ ରୋଜଗାର ସୃଷ୍ଟି କରିଥାଏ । ଜାଗର ପର୍ବର ବହୁ ଦିନ ପୂର୍ବରୁ କୁମ୍ଭକାର ପରିବାରର ସମସ୍ତ ସଦସ୍ୟ ଲାଗି ପଡ଼ିଥାନ୍ତି ମାଟି ଦୀପ ପ୍ରସ୍ତୁତିରେ ।

ବୁଗୁଡା ବ୍ଳକର ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ

ବିଷ୍ଣୁଚକ୍ର ଗ୍ରାମ ଏବଂ ଗୋଳାବନ୍ଧ ପଞ୍ଚାୟତର ବେତାରସିଂ ଗାଁରେ ରହୁଥିବା କିଛି କୁମ୍ଭକାର ପରିବାର ମାଟି ଦୀପ ତିଆରିର

ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ତେବେ ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାକୁ ବୃତ୍ତି ଭାବେ ଆଦରି ନେଇଥିବା କୁମ୍ଭକାର

ପରିବାରଙ୍କ ପାଇଁ ସରକାର କୌଣସି ପ୍ରକାର ଯୋଜନା

କାର୍ଯ୍ୟକାରୀ କରି ନ ଥିବାରୁ ଏହି ବୃତ୍ତି ଆଗାମୀ

ଦିନରେ ଲୋପ ପାଇବା ଆଶଙ୍କାକୁ ଏଡ଼ାଇ ଦେଇ ହେବ

ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି

। କୌଳିକ ବୃତ୍ତିକୁ ବଞ୍ଚାଇବା ଲାଗି କୁମ୍ଭକାର ଚକ

ଘୂରାଉ ଥିଲେ ମଧ୍ୟ ଉପାର୍ଜନ ଯଥେଷ୍ଟ ପରିମାଣରେ

ହେଉନଥିବା ଯୋଗୁଁ ପରିବାର ପ୍ରତିପୋଷଣ କରିବା

କଷ୍ଟକର ହୋଇପଡୁଛି ବୋଲି ବହୁ କୁମ୍ଭକାର ପରିବାର

ପ୍ରକାଶ କରିଛନ୍ତି ।

|