September 21, 2024

କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ – ଓ ସାମାଜିକ କାର୍ଯ୍ୟର ଉଜ୍ଜାପନୀ ଉତ୍ସବ

Share

ତା ୨୦.୧୨.୨୦୨୩ ରିଖ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ – ଓ ସାମାଜିକ କାର୍ଯ୍ୟର ଉଜ୍ଜାପନୀ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପୌରହିତ୍ୟ କରିଥିଲେ । ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଡ. ସିର୍ଦ୍ଧାଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଶୁଶାନ୍ତ କୁମାର ଦାସ , ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ,ଗୋବର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବିଭୁ ପଦ ଜେନା ପ୍ରମୁଖ ଯଥାକ୍ରମେ ମୁଖ୍ୟବକ୍ତା , ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥିମାନେ ନିଷ୍ଠାପର ସହ ସମର୍ପଣ ଭାବ ନେଇ ସାମାଜିକ କାର୍ଯ୍ୟରେ ଯୋଇ ସମାଜର ଉନତିକଳ୍ପେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆ – ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ସାମାଜିକ କାର୍ଯ୍ୟ ସଂଯୋଜଗ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ମାସ ବ୍ୟାପୀ ଚାଲିଥିବା ସାମାଜିକ କାର୍ଯ୍ୟର ବିବରଣୀ ପାଠନ କରିଥିଲେ । ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଅଧ୍ୟାପକ ଦିପୁ ଭୂୟାଁ ଧନ୍ୟବାଦ ପ୍ରଦାନ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ଉପଦେଷ୍ଟା ଶୁଶାନ୍ତ କୁମାର ଲେଙ୍କା, ଅଧ୍ୟାପକ ମହେଶ୍ୱର ରାଉତ , ଗଙ୍ଗାଧର ରଣା , ସଞ୍ଜୟ ସାହୁ, ରୁନିବାଳା ତ୍ରିପାଠୀ , ସନ୍ତୋସୀ ପରିଡ଼ା , ସ୍ନିଗ୍ଧ।ରାନୀ ଗୌଡ଼ , ପି ଦୀପକ ରାଓ, ରୂପାଲି ବିଷୋୟୀ , ଭାରତୀ ବିଶ୍ଵାଳ, ସ୍ୱରୂପା ରାଣୀ ବିଶ୍ଵାଳ,ପିଙ୍କି କୁମାରୀ ପୋଲେଇ, ମହେଶ୍ୱର ଗୌଡ଼ , ସିମାଞ୍ଚାଳ ବିଶ୍ଵାଳ ବଳରାମ ଗୌଡ଼, ବୁଦ୍ଧିରାମ ବିଶ୍ଵାଳ , ପଦ୍ମ ଚରଣ ନାୟକ , ରାମ ଚନ୍ଦ୍ର ନାୟକ , ସନ୍ତୋଷ ବିଷୋୟୀ, ନାରାୟଣ ନାୟକ , ରମେଶ ଚନ୍ଦ୍ର ବିଷୋୟୀ,ବାସନ୍ତୀ ମହାପାତ୍ର , ପ୍ରତିମା ନାଇକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)