November 25, 2024

ବୁଗୁଡ଼ା ଏନଏସିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ଉଦଯାପିତ…

Share

ବୁଗୁଡା : ୫୦ ବର୍ଷ ପୂର୍ତ୍ତି ଅବସରରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆୟୋଜିତ ଦ୍ବିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମକୁ ଏନ୍ଏସି ଅଧକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , ମୁଖ୍ୟ ବକ୍ତା ଭାବେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ସମ୍ମାନିତ ଅତିଥି ଭାବେ ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତ , ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଦାଶ, ମିଡ଼ିଆ କ୍ଲବ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ , ସାଂସଦ ପ୍ରତିନିଧି ବସନ୍ତ କୁମାର ଦଳେଇ , ବରିଷ୍ଠ ନେତା ଇ.ମଦନ ଗୋପାଳ ଦୋରା ଓ ଯୁବନେତା କେ.ତ୍ରିଲୋଚନ ଦୋରା ପ୍ରମୁଖ ଯୋଗଦାନ କରିଥିବା ବେଳେ କାଉନସିଲର ଟିକିନା ସେଠୀ , ବିନୋଦିନୀ ନାୟକ , ପୂଜାରାଣୀ ପାଣିଗ୍ରାହୀ , ସସ୍ମିତା କୁମାରୀ ଜେନା , ଭାଗ୍ୟଲତା ମହାନ୍ତି , ସପ୍ନା କୁମାରୀ ଦାଶ , ଆଶୁତୋଷ ବଢେଇ , ସୁମିତ୍ରା ପାତ୍ର , ଉର୍ମିଳା ସାହୁ , ରିଭା ସ୍ବାଇଁ , ପିଙ୍କି ନାହାକ , ବବ୍ରୁ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏ ଅବସରରେ ଅତିଥିମାନଙ୍କ ଦ୍ବାରା ଉତ୍ତମ ସେବା ପ୍ରଦାନକାରୀ ଏନ୍ଏସି କର୍ମଚାରୀମାନଙ୍କ ସମେତ ସ୍ଥାନୀୟ ଗୋମାତା ସେବା ସଂସ୍ଥା ଏବଂ ବିଭିନ୍ନ ବିଦ୍ୟାଳୟର ନୃତ୍ଯ ଦଳକୁ ପୁରସ୍କୃତ କରାଯାଇଥିଲା । ପ୍ରାକ୍ତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ କାର୍ଯନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଏନ୍ଏସି କର୍ମଚାରୀ ସର୍ବେଶ୍ଵର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହ ଦି ଇଭେଣ୍ଟ୍ ଓ୍ବାଲା, ବ୍ରହ୍ମପୁର ପକ୍ଷରୁ ବିଭୂ ମିଶ୍ରଙ୍କ ଦ୍ଵାରା ମଞ୍ଚ ଓ ଆଲୋକ ସାଜସଜ୍ଜାରେ ଏବଂ ଅମ୍ରିତାଙ୍କ ଉପସ୍ଥାପନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ପ୍ରଜ୍ଞା ନୃତ୍ୟାୟନ, ରୟାଲ୍ ଡ୍ଯାନ୍ସ ଗ୍ରୁପ୍ , ଏସ୍.କେ.ଡ୍ଯାନ୍ସ ଏକାଡେମୀ ଆଦି ପ୍ରତିଷ୍ଠାନର ନୃତ୍ୟ ପରିବେଷ ପରିବେଷଣକୁ ଦର୍ଶକ ଉପଭୋଗ କରିଥିବା ବେଳେ ଶଶାଙ୍କ ଶେଖର ଓ ପ୍ରଜ୍ଞା ହୋତାଙ୍କ ସଙ୍ଗୀତର ତାଳେ ତାଳେ ଲୋକେ ଝୁମି ଥିଲେ ।